ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବେ ଆଡ଼ଭାନୀ

ନୂଆଦିଲ୍ଳୀ: ଅଯୋଧ୍ୟାରୁ ନିମନ୍ତ୍ରଣ ଗଲା। ଆସବେ ଲାଲକୃଷ୍ଣ ଆଡ଼ଭାନୀ । ରାମରଥ ଯାତ୍ରାର ଶାରଥୀ ବା ବିଜେପିର ବରିଷ୍ଠ ନେତା ଏବଂ ପୂର୍ବ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ। ଆରଏସଏସ ନେତା କୃଷ୍ଣ ଗୋପାଳ, ରାମ ଲାଲ ଏବଂ ଆଲୋକ କୁମାର ଆଡ଼ଭାନୀଙ୍କ ଘରେ ପହଞ୍ଚି ତାଙ୍କୁ ପ୍ରାଣ ପ୍ରତିଷ୍ଠାକୁ ନିମନ୍ତ୍ରିତ କରିଛନ୍ତି। ବିଶ୍ବ ହିନ୍ଦୁ ପରିଷଦର କାର୍ଯ୍ୟକାରୀ ସଭାପତି ଆଲୋକ କୁମାର କହିଛନ୍ତି ଯେ, ଲାଲକୃଷ୍ଣ ଆଡ଼ଭାନୀ ଙ୍କୁ ସମାରୋହ ସମୟରେ ସମସ୍ତ ଜରୁରୀ ମେଡିକାଲ ସୁବିଧା ଯୋଗାଇ ଦିଆଯିବ ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଖୁବ୍ କମ୍ ସମୟ ଉଉସ୍ଥିତ ରହିବେ ଆଡ଼ଭାନୀ । ଲାଲ କୃଷ୍ଣ ଆଡଭାନୀ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବା ନେଇ ଖୁସି ବ୍ୟକ୍ତ କରିଛନ୍ତି।
ଆଡଭାନୀ କହିଛନ୍ତି, ବଡ ସୌଭାଗ୍ୟର ଯୋଗ ଯେ, ଏପରି ଭବ୍ୟ ସମାରୋହରେ ପ୍ରତ୍ୟେକ୍ଷ ଉପସ୍ଥିତି ରହିବି.. ଶ୍ରୀରାମଙ୍କ ମନ୍ଦିର କେବଳ ପୂଜାଚର୍ଚ୍ଚନା ଦୃଷ୍ଟିରୁ ଆମ ଆରାଧ୍ୟଙ୍କ ମନ୍ଦିର ତାହା ନୁହେଁ, ଏହା ଦେଶର ପବିତ୍ରତା ଏବଂ ଏହି ଦେଶର ମର୍ଯ୍ୟାଦାର ସ୍ଥାପନାର ଶଙ୍କେତ.. ଏତେ ବର୍ଷ ପରେ ଭାରତର 'ଆତ୍ମା'ର ପ୍ରତୀକର ପୁନନିର୍ମାଣ ଆମେ କରିଛୁ.. ଆମର ପ୍ରୟାସ ଆଧାରରେ ଏହା କରାଯାଇଛି.. ଯାହାର ଅପେକ୍ଷା ଆମେ କାହିଁ କେତେ ବର୍ଷରୁ କରିଥିଲୁ ସେ ଆମକୁ ମିଳିଗଲେ.. ସେ ପରମଆତ୍ମା.. ରାମଙ୍କ କାରଣରୁ ସମ୍ପୂର୍ଣ୍ଣ ଦେଶର ବାତାବରଣ ମଙ୍ଗଳମୟ ହୋଇଉଠିଛି.. ଏହି ଶୁଭ ମୂହୂର୍ତ୍ତରେ ମୁଁ ପ୍ରତ୍ୟେକ୍ଷ ଉପସ୍ଥିତ ରହିବି.. ସ୍ୱଚକ୍ଷରେ ଭଗବାନ ଶ୍ରୀରାମଙ୍କୁ ଦେଖିବି.. ଅପେକ୍ଷା ହେବ ମୋର ଶେଷ.. କେଉଁ ଜନ୍ମରେ କିଛି ପୂଣ୍ୟ କରିଥିବି ଯେଉଁଥିପାଇଁ ଏହି ଭବ୍ୟ ସମାରୋହରେ ଉପସ୍ଥିତ ରହିବି.. ଏପରି ଭାବବିହ୍ୱଳ ହୋଇ କହିଥିଲେ ଆଡଭାନୀ । ଜାନୁଆରୀ ୨୨ରେ ଅଯୋଧ୍ୟାରେ ଶ୍ରୀରାମଙ୍କ ହେବ ପ୍ରାଣ ପ୍ରତିଷ୍ଠା। ରାମମୟ ହୋଇଉଠିଛି ଶ୍ରୀରାମନଗରୀ।
ଅଧିକ ଦେଖନ୍ତୁ: