|
logo
Live

Argus News - ଓଡ଼ିଶାରେ ବିଜେପି ସରକାର କରିବ : ହିମନ୍ତ ବିଶ୍ବଶର୍ମା 

National

ଓଡ଼ିଶାରେ ବିଜେପି ସରକାର କରିବ : ହିମନ୍ତ ବିଶ୍ବଶର୍ମା 

Manini Pattanayak
Browse all articles by Manini Pattanayak
·2 years ago·1 min read
ଓଡ଼ିଶାରେ ବିଜେପି ସରକାର କରିବ : ହିମନ୍ତ ବିଶ୍ବଶର୍ମା 

ଭୁବନେଶ୍ୱର:  ଓଡ଼ିଶାରେ ଆସମ ମୁଖ୍ୟମନ୍ତ୍ରୀଙ୍କ ହୁଙ୍କାର । 2024ରେ ଓଡ଼ିଶାରେ ବିଜେପି ସରକାର ଗଢିବ । ଶପଥ ଗ୍ରହଣ ସମାରୋହକୁ ଆସିବା ନେଇ ଆଗୁଆ ସୂଚନା ଦେଇଛନ୍ତି ହିମନ୍ତ ବିଶ୍ବଶର୍ମା । ଓଡ଼ିଶାରେ ବିଜେପି ସରକାର କରିବ ଏବଂ ମୁଁ ଶପଥ ଗ୍ରହଣ ସମାରୋହରେ ଆସିବି । 2019 ନିର୍ବାଚନରେ ବିଜେପି ଓଡ଼ିଶାରେ 38 ପ୍ରତିଶତ ଭୋଟ ପାଇଥିଲା । ମାତ୍ର 4 ପ୍ରତିଶତ ଭୋଟ ବ୍ୟବଧାନ ଥିଲା ।

ଦେଖୁ ଦେଖୁ ଓଡ଼ିଶାରେ ବିଜେପି ସରକାର ଗଠନ ହୋଇଯିବ, ବୋଲି ଓଡ଼ିଶା ଗସ୍ତରେ ଆସିଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି । ମୋଦି ସରକାର ଗତ 5 ବର୍ଷ ଭିତରେ ଯାହା କାମ କରି ଆସୁଛନ୍ତି, ତାହା ଫଳରେ 4 ପ୍ରତିଶତ ଭୋଟ ଆପେ ଆପେ ଆସିଗଲାଣି । ଓଡ଼ିଶାରେ ଯଦି ନବୀନ ବ୍ରାଣ୍ଡ ଅଛି, ତାହେଲେ ବିଜେପିକୁ କେମିତି 38 ପ୍ରତିଶତ ଭୋଟ ମିଳିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଆମ ଦଳ ଓଡ଼ିଶାରେ ସରକାର କରିବ ଏବଂ ଶପଥ ଗ୍ରହଣ ସମାରୋହକୁ ମୋତେ ଆସିବା ପାଇଁ ପଡ଼ିବ ବୋଲି ମୁଁ ଜାଣିଛି । ପ୍ଲାନ୍ ଜଗନ୍ନାଥ କରୁଛନ୍ତି । ବିଜେପି ଜଗନ୍ନାଥଙ୍କ ସେବା କରିବ । ଓଡ଼ିଶାର ସେବା କରିବ ବିଜେପି । ତେଣୁ ମହାପ୍ରଭୁ ଜଗନ୍ନାଥ ବିଜେପିକୁ ସୁଯୋଗ ଦେବେ ବୋଲି ବିଶ୍ବାସ ଅଛି ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଓଡ଼ିଶାରେ ବିଜେପି ସରକାର କରିବ : ହିମନ୍ତ ବିଶ୍ବଶର୍ମା  | Argus English