|
logo
Live

Argus News - ଓଡ଼ିଶାରେ ବିଜେପି ୨୦୨୪ରେ ଭଲ ଫଳ କରିବ

National

ଓଡ଼ିଶାରେ ବିଜେପି ୨୦୨୪ରେ ଭଲ ଫଳ କରିବ

Ritu Das
Browse all articles by Ritu Das
·2 years ago·2 min read
ଓଡ଼ିଶାରେ ବିଜେପି ୨୦୨୪ରେ ଭଲ ଫଳ କରିବ

ଅର୍ଗସ ବ୍ୟୁରୋ: ଗତକାଲି ନିର୍ବାଚନ ଫଳାଫଳକୁ ନେଇ ରାଜ୍ୟ ବିଜେପି ଖୁସି ବ୍ୟକ୍ତ କରିଛି। ଅନ୍ୟ ରାଜ୍ୟର ଫଳ ଦେଖି ଓଡିଶା ରାଜନୀତି ୨୦୨୪ରେ U Turn ନେବ ବୋଲି ଦୃଢୋକ୍ତି ପ୍ରକାଶ କଲେ ରାଜ୍ୟ ସଭାପତି ମନ ମୋହନ ସାମଲ।  ଜନସାଧାରଣଙ୍କ ଆଶୀର୍ବାଦ ବିଜେପି ଉପରେ ଅଛି।  ଏଥର ସରକାର ଗଢ଼ିବ ବିଜେପି। ଲଢେଇ ଜୋରଦାର ହେବ। ଆଟାକିଙ୍ଗ ମୁଡରେ ଲଢ଼ି ସିଟ ହାତେଇବ ବିଜେପି।  ପ୍ରଧାନମନ୍ତ୍ରୀ ମୋଦି ଜି,ଗୃହ ମନ୍ତ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡାଙ୍କ ନେତୃତ୍ୱରେ ଗତକାଲିର ଫଳ ଆସିଛି।  

ଘୋଷଣା ସର୍ବସ୍ବ ନୁହେଁ ବିଜେପି କାମକୁ ଗୁରୁତ୍ୱ ଦିଏ। ନିର୍ବାଚନରେ ୩ଟି କଥା ସ୍ପଷ୍ଟ ହୋଇଛି। ପ୍ରଚାର ସର୍ବସ୍ବ ହେଲେ ଲୋକେ ଭୋଟ ଦିଅନ୍ତି ନାହିଁ, କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ହରିଲୁଟ କରିଥିଲେ ତାହା ମଧ୍ୟ ଲୋକ ଗ୍ରହଣ କରିନାହାନ୍ତି ଏ କଥା ସ୍ପଷ୍ଟ ହୋଇଛି। କେନ୍ଦ୍ର ହାତ ଖୋଲି ରାଜ୍ୟକୁ ପଇସା ଦେଇଛି, କିନ୍ତୁ ୨ରାଜ୍ୟ ସରକାର ଠିକ ଭବେ ବିନିଯୋଗ କରିନାହାନ୍ତି, ଯାହାର ଫଳ କଂଗ୍ରେସ ପାଇଛି। ଗରିବ, ମହିଳା, କୃଷକ ଓ ଯୁବ ଜାତିଙ୍କର ଯଦି ବିକାଶ ହେବ ତାହା ଭାରତର ବିକାଶ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। Justice to all କୁ ନେଇ ଆମେ କାମ କରୁଛୁ। ତୁଷ୍ଟିକରଣ ରାଜନୀତିଠୁ ବେଶ ଦୂରରେ ବିଜେପି। ଓଡ଼ିଶାରେ ଯେଉଁ ଭ୍ରଷ୍ଟାଚାର ସରକାର ଚାଲିଛି ତାକୁ ନିଶ୍ଚିତ ଲୋକେ ପ୍ରତ୍ୟାଖ୍ୟାନ କରିବେ। ମୋଦିଙ୍କ ଲୋକପ୍ରିୟତା ଓଡ଼ିଶାରେ ମଧ୍ୟ ଆଗାମୀ ଦିନରେ ନିର୍ବାଚନୀରେ କାମ ଦେବ। ଆଖି, କାନ , ନାକ ନଥିବା ସରକାରଙ୍କୁ ଦୃଢ଼ ଜବାବ ଦିଆଯିବ। ଜଳସେଚନ ବ୍ୟବସ୍ଥା ନାହିଁ, ଶୀତଳ ଭଣ୍ଡାର ନାହିଁ, ଦେଢ଼ କୋଟି ଯୁବକ ଦାଦନ ଯାଉଛନ୍ତି ଏ ସବୁ ଚିନ୍ତାଜନକ। ହେଲିକ୍ୟାପ୍ଟରରେ ୩୦୦ କୋଟି ଖର୍ଚ୍ଚ କରି ସରକାର ବୁଲୁଛନ୍ତି, ତାର ହିସାବ ଆଜି ଯାଏ ଦେଇନାହାନ୍ତି। କାମ ନକରି ମଧ୍ୟ ସରକାର ନୀଳ ବୋର୍ଡ଼ କରିଛନ୍ତି। ରତ୍ନଭଣ୍ଡାର ଚାବି ହଜିଯାଉଛି, ହାଇକୋର୍ଟ ଆଡ଼ର ପରେ ବି କୌଣସି କାମ ହେଉନି ଏ ପାଇଁ ସରକାର ଦାୟୀ। ଏ ବିଷୟରେ ଲୋକଙ୍କ ମନରେ ଜନ ଜଗରଣ ହେଲାଣି। ଏ ଟ୍ରେଲର ଥିଲା, ୨୪ରେ ଓଡ଼ିଶାରେ ମୋଦି ଗ୍ୟାରେଣ୍ଟି ଆସୁଛି। ଓଡିଶା ଲୋକଙ୍କୁ ମଧ୍ୟ ଧନ୍ୟବାଦ। ଆମ ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି। 
ଓଡ଼ିଶାରେ ବାତ୍ୟାର ପ୍ରଭାବରେ ବର୍ଷାର ଅଧିକ ସମ୍ଭାବନା ଅଛି। ଜନ ସାଧାରଣ ଲୋକେ ସତର୍କ ରୁହନ୍ତୁ। ସମସ୍ତେ ଆଲର୍ଟ ରୁହନ୍ତୁ। 

ବିକଶିତ ଭାରତର ଗାଡି ପଞ୍ଚାୟତ ପଞ୍ଚାୟତ ବୁଲୁଛି, ଯେଉଁ ଲୋକ ମାନେ ବିକାଶରେ ସାମିଲ ହୋଇନହାନ୍ତି, ସେମାନଙ୍କ ପାଇଁ ସୁଯୋଗ ଅଛି। ସେଥିରେ କେନ୍ଦ୍ରୀୟ ଯୋଜନାର ବହି, କ୍ୟାଲେଣ୍ଡର ସେ ସବୁ ରହୁଛି। ଲୋକେ ସେ ବିଷୟରେ ଜାଣନ୍ତୁ। ବିକାଶର ସାଥିରେ ରୁହନ୍ତୁ। ଜାନୁଆରୀ ୨୫ ଯାଏ ଗାଡି ବୁଲିବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
ଓଡ଼ିଶାରେ ବିଜେପି ୨୦୨୪ରେ ଭଲ ଫଳ କରିବ | Argus English