|
logo
Live

Argus News - ଛତିଶଗଡର ବିଧାନସଭା ନିର୍ବାଚନ ପାଇଁ ଇସ୍ତାହାର ଜାରି କଲା ବିଜେପି

National

ଛତିଶଗଡର ବିଧାନସଭା ନିର୍ବାଚନ ପାଇଁ ଇସ୍ତାହାର ଜାରି କଲା ବିଜେପି

Manini Pattanayak
Browse all articles by Manini Pattanayak
·2 years ago·1 min read
ଛତିଶଗଡର ବିଧାନସଭା ନିର୍ବାଚନ ପାଇଁ ଇସ୍ତାହାର ଜାରି କଲା ବିଜେପି

ନୂଆଦିଲ୍ଲୀ:  ଛତିଶଗଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଇସ୍ତାହାର ଜାରି କଲା ବିଜେପି।  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାୟପୁରରେ ଥିବା ଭାଜପା କାର୍ଯ୍ୟାଳୟର କୁଶଭାଉ ଠାକରେ କମ୍ପ୍ଲେକ୍ସରେ ଭାଜପାର ରିଜୋଲ୍ୟୁସନ ଚିଠି ଉନ୍ମୋଚନ କରିଛନ୍ତି । ଏହି ସମୟରେ ଶାହା କହିଛନ୍ତି ଯେ ନିର୍ବାଚନ ମନିଫେଷ୍ଟୋ ଆମ ପାଇଁ ଏକ ରିଜୋଲ୍ୟୁସନ ଚିଠି। ଛତିଶଗଡ ପ୍ରତିଷ୍ଠା କରିବାର ଉଦ୍ଦେଶ୍ୟ ଥିଲା ଏହାକୁ ବିକାଶର ମୁଖ୍ୟ ସ୍ରୋତରେ ଅନ୍ତର୍ଭୁକ୍ତ କରିବା। ଛତିଶଗଡ ପାଇଁ କାମ କରିବାର ସୁଯୋଗ ପାଇଲୁ। ଗୋଟିଏ ବର୍ଷରେ ଛତିଶଗଡ ଏକ ଅସୁସ୍ଥ ଅବସ୍ଥାରୁ ଏକ ଭଲ ଅବସ୍ଥାରେ ପରିଣତ ହୋଇଥିଲା। ବର୍ତ୍ତମାନ ନିବର୍ବାଚନ ପୁଣି ଆସିଛି।

ଛତିଶଗଡର ଲୋକମାନେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ଛତିଶଗଡକୁ ସଂପୂର୍ଣ୍ଣ ବିକଶିତ ରାଜ୍ୟ କରିବା ପାଇଁ ଆମେ କାର୍ଯ୍ୟ କରିବୁ। ଛତିଶଗଡକୁ ନକ୍ସଲବାଦରୁ ବାହାର କରିବା ପାଇଁ ଭାଜପା କାର୍ଯ୍ୟ କରିଛି। ବିଜେପି ତା’ର ଘୋଷଣାପତ୍ରରେ ବିବାହିତାଙ୍କୁ ବର୍ଷକୁ ୧୨ ହଜାର ଟଙ୍କା ସହ, ୫୦୦ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦେବାକୁ ୃଘୋଷଣା କରିଛି। ସେହିପରି ୨ ବର୍ଷରେ ୧ଲକ୍ଷ ପଦବୀ ପୂରଣ କରାଯିବ। ୧୮ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବ ଦଳ। 
ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଛତିଶଗଡର ବିଧାନସଭା ନିର୍ବାଚନ ପାଇଁ ଇସ୍ତାହାର ଜାରି କଲା ବିଜେପି | Argus English