Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପ୍ରେମ ସଫଳ କଲେ ରାମ୍, ୯୦୦ କିମି ଯାତ୍ରା କଲେ ପ୍ରେମିକ-ପ୍ରେମିକା

National

ପ୍ରେମ ସଫଳ କଲେ ରାମ୍, ୯୦୦ କିମି ଯାତ୍ରା କଲେ ପ୍ରେମିକ-ପ୍ରେମିକା

Jitendra Dash
Browse all articles by Jitendra Dash
·2 years ago·1 min read
ପ୍ରେମ ସଫଳ କଲେ ରାମ୍, ୯୦୦ କିମି ଯାତ୍ରା କଲେ ପ୍ରେମିକ-ପ୍ରେମିକା

ଅର୍ଗସ ବ୍ୟୁରୋ : ପ୍ରେମ ସଫଳ କଲେ ରାମ୍ । ପ୍ରେମିକ-ପ୍ରେମିକାର ବିବାହ ହେଲା ସମ୍ପର୍ଣ୍ଣ । ପରିବାରର ସହମତିରେ ପ୍ରେମିକା ସାଜିଲା ଅର୍ଦ୍ଧାଙ୍ଗିନୀ । ଏବେ ମାନସିକ ପୂରଣ କରୁଛନ୍ତି ପ୍ରେମୀ ଯୁଗଳ । ୯୦୦ କିମି ଯାତ୍ରା, ନା କୌଣସି ବାହନ ନା କୌଣସି ଯାନ । ଚାରି ପାଦ ଆଉ ନସରିଲା ଭଳି ବାଟ । ତା ସାଙ୍ଗକୁ ପ୍ରଚଣ୍ଡ ଶୀତ । ଚାଲୁଛନ୍ତି ଯେ ଚାଲୁଛନ୍ତି । ହେଲେ ନା ପାଦ ଥକିଛି, ନା ମନ କହିଛି ବାସ୍ ଏତିକି ଥାଉ । 

ବାଟରେ ଯିଏ ଦେଖୁଛି ସିଏ କହୁଛି ବାଃ ଭଲପାଇବ ତ ଏମିତି । ଏ କାହାଣୀ ଜଣେ ରାମଭକ୍ତର, ଏ କାହାଣୀ ଜଣେ ପ୍ରେମିକର । ଏ କାହାଣୀ ବିହାର କଟିହାରର ରୋଶନ କୁମାରଙ୍କର । ରୋଶନ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ରାମଙ୍କ ପାଖରେ ମାନସିକ କରିଥିଲେ ଯେ ଯଦି ପ୍ରେମ ପୂରଣ ହୁଏ କଟିହାରରୁ ଅଯୋଧ୍ୟା ୯୦୦ କିମି ପାଦରେ ଚାଲି ରାମଙ୍କ ଦର୍ଶନ କରିବେ । 

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାମ ତାଙ୍କ ଭକ୍ତଙ୍କ ପ୍ରେମରେ ବିବାହର ମୋହର ମାରିବା ପରେ ଏବେ ଭକ୍ତ ଚାଲୁଛି ୯୦୦ କିମି ବାଟ । କଟିହାରରୁ ବାହାରିଥିବା ଏହି ପ୍ରେମୀ ଯୁଗଳ ଉତ୍ତରପ୍ରଦେଶର ବଲିଆରେ ପହଞ୍ଚିସାରିଛନ୍ତି ।  ବିଭିନ୍ନ ସ୍ଥାନରେ ଏମାନଙ୍କୁ ସ୍ବାଗତ କରାଯିବା ସହ ଗନ୍ତବ୍ୟସ୍ଥଳ ଯାଏଁ ପହଞ୍ଚିବାକୁ ମନରେ ଜୋଶ ଭରୁଛନ୍ତି ଅଚିହ୍ନା ଆପଣାର କିଛି ଲୋକ ।
 

 

Sponsored
bihar love case | Argus English