|
logo
Live

Argus News - ମହାଦେବ ବେଟିଂ ଆପ୍ ଲିଙ୍କରେ ସାମ୍ନାକୁ ଆସିଛି ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ନାଁ

National

ମହାଦେବ ବେଟିଂ ଆପ୍ ଲିଙ୍କରେ ସାମ୍ନାକୁ ଆସିଛି ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ନାଁ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ମହାଦେବ ବେଟିଂ ଆପ୍ ଲିଙ୍କରେ ସାମ୍ନାକୁ ଆସିଛି ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ନାଁ

ଅର୍ଗସ ବ୍ୟୁରୋ:  ଛତିଶଗଡ଼ରେ ନିର୍ବାଚନ ପୂର୍ବରୁ ବଡ଼ ଟଙ୍କା କାରବାରର ପର୍ଦ୍ଦାଫାସ୍ ପରେ ଅଡୁଆରେ ପଡିଛି ସ୍ଥାନୀୟ କଂଗ୍ରେସ ସରକାର। ମହାଦେବ ବେଟିଂ ଆପ୍ ଲିଙ୍କରେ ସାମ୍ନାକୁ ଆସିଛି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ନାଁ । ଇଡିର ଦାବି ଆପ ପ୍ରମୋଟରଙ୍କଠୁ ବାଘେଲ ନେଇଛନ୍ତି 508 କୋଟି ଟଙ୍କା। ଯାଞ୍ଚ କରୁଥିବା କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ଇଡିର ନଜର ‌ଏବେ ରାଜନେତାଙ୍କ ଉପରେ। ଇଡି ଦାବି କରିଛି ଯେ, ୟୁଏଇରୁ ମହାଦେବ ବେଟିଂ ଆପ୍ ମାଲିକଙ୍କଠାରୁ ଭୂପେଶ ବାଘେଲ ୫୦୮କୋଟି ଟଙ୍କା ଗ୍ରହଣ କରିଛନ୍ତି ।

ଅଧିକ ପଢନ୍ତୁ: ମହାଦେବ ବେଟିଂ ଆପର ହାତ ଥିବା ନେଇ ଇଡି ପାଇଛି ଲିଙ୍କ୍, ପାଞ୍ଚ କୋଟି ଟଙ୍କା ଜବତ

ଏହା ସହ ଇଡି ପକ୍ଷରୁ କୁହାଯାଇଛି ଯେ ଅନୁସନ୍ଧାନକାରୀ ସଂସ୍ଥା ବିଶ୍ୱସନୀୟ ତଥ୍ୟ ହାସଲ କରିବା ପ‌ରେ ଗୁରୁବାର ଛତିଶଗଡର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଚଢ଼ଉ ପରେ ରାଜ୍ୟରୁ ୫.୩୯ କୋଟି ଟଙ୍କା ନଗଦ ଜବତ କରାଯାଇଛି। ଏଥିସହ ୧୫.୫୯ କୋଟି ଟଙ୍କା ବ୍ୟାଙ୍କ ବାଲାନ୍ସ ମଧ୍ୟ ସିଜ୍ କରିଛି ଇଡି। ଏହି ମାମଲାରେ ଏ ପର୍ଯ୍ୟନ୍ତ ଅନୁସନ୍ଧାନକାରୀ ସଂସ୍ଥା ୪ ଜଣଙ୍କୁ ଗିରଫ କରିଛି ଏବଂ ବର୍ତ୍ତମାନ ସୁଦ୍ଧା ୪୫୦କୋଟିରୁ ଅଧିକ ଟଙ୍କା ଜବତ କରାଯାଇଛି। ଏହା ସହ ୧୪ଜଣଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏତଲା ଦାଖଲ କରିଛି। ନିକଟରେ ମହାଦେବ ବେଟିଂ ଆପ୍ ମାମଲାରେ ଇଡି ପ୍ରଥମ ଚାର୍ଜସିଟ୍ ଦାଖଲ କରିଥିଲା, ଯେଉଁଥିରେ ୧୪ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଆପ୍‌ର ମାଲିକ ସୌରଭ ଚନ୍ଦ୍ରାକର ଏବଂ ରବି ଉପ୍ପଲଙ୍କ ନାମ ଥିବା ଜଣାପଡ଼ିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭାରତ ଖବର ଆହୁରି ପଢନ୍ତୁ

Sponsored
ମହାଦେବ ବେଟିଂ ଆପ୍ ଲିଙ୍କରେ ସାମ୍ନାକୁ ଆସିଛି ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ନାଁ | Argus English