ଆଣ୍ଟିବାୟୋଟିକ୍ ଖାଉଥିଲେ ସାବଧାନ !

ଅର୍ଗସ ବ୍ୟୁରୋ : ସାଧାରଣତଃ ଜୀବାଣୁ ଦ୍ବାରା ହେଉଥିବା ରୋଗକୁ ଦୂର କରିବା ପାଇଁ ଆଣ୍ଟିବାୟୋଟିକ୍ ବ୍ୟବହାର କରାଯାଏ | କିନ୍ତୁ ଏହାର ସଠିକ୍ ଉପଯୋଗୀ ନ ଜାଣି ଏହାକୁବ୍ୟବହାର କଲେ ଆପଣଙ୍କ ମୃତ୍ୟୁ ହୋଇପାରେ। ଏଣିକି ସେ ଡ଼ାକ୍ତର ହୁଅନ୍ତୁ କି ଫାର୍ମାସିଷ୍ଟ ବିନା କାରଣ ଦର୍ଶାଇ ଆଣ୍ଟିବାୟୋଟିକ୍ ଲେଖିପାରିବେ ନାହିଁ କି ଦେଇ ବି ପାରିବେ ନାହିଁ। କେନ୍ଦ୍ର ସରକାର ଏହାକୁ ନେଇ ଏକ ବଡ ପଦକ୍ଷେପ ନେଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ ଅନୁଯାୟୀ ଯେତେବେଳେ କୌଣସି ଡାକ୍ତର ଆଣ୍ଟିବାୟୋଟିକ୍ ଲେଖୁଛନ୍ତି ସେତେବେଳେ ରୋଗୀକୁ ଏହା କାହିଁକି ଦେଉଛନ୍ତି ଏବଂ ଏହାର ପରିଣାମ ବିଷୟରେ କହିବା ବାଧ୍ୟତା ମୂଳକ ଅଟେ।
ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ ଡକ୍ଟର ଅତୁଲ ଗୋୟାଲ ମେଡିକାଲ କଲେଜର ସବୁ ଡାକ୍ତରଙ୍କୁ ଅପିଲ କରିଛନ୍ତି ଯେ ରୋଗୀଙ୍କୁ ଆଣ୍ଟିବାୟୋଟିକ୍ ନେବାକୁ ପରାମର୍ଶ ଦେବା ସମୟରେ ସତର୍କତା ଅବଲମ୍ବନ କରିବା ବାଧ୍ୟତାମୂଳକ। ତା ସହିତ ଏହା କାହିଁକି ଖାଇବେ କେତେ ଦିନ ଖାଇବେ ଏବଂ ଏହାର ପରିଣାମ କଣ ହେବ ତାହା ଜଣାଇବା ଅନିବାର୍ଯ୍ୟ । ତେବେ ଏହା କେବଳ ଡାକ୍ତରଙ୍କ ପାଇଁ ନୁହେଁ ବରଂ ଓୌଷଧ ଦୋକାନୀମାନଙ୍କ ଉପରେ ମଧ୍ୟ ଲାଗୁ ହେବ | ଖାଲି ଏତିକି ନୁହେଁ ଡାକ୍ତରଙ୍କ ବିନା ପ୍ରେସକ୍ରିପସନରେ ଓୌଷଧ ଦୋକାନୀ ମାନେ କୌଣସି ଆଣ୍ଟିବାୟୋଟିକ୍ ବିକ୍ରି କରିପାରିବେନାହିଁ।
ଆଣ୍ଟିମାଇକ୍ରୋବାୟଲ୍ ପ୍ରତିରୋଧ ଯଥା AMR କାରଣରୁ 2019ରେ ବିଶ୍ବରେ 12.7 ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ 49 ଲକ୍ଷ ଲୋକଙ୍କ ମୃତ୍ୟୁ ପାଇଁ ଆଣ୍ଟିବାୟୋଟିକ୍ ହିଁ ଦାୟୀ। ତେବେ ଦିନକୁ ଦିନ ଏଥିଲାଗି ସଙ୍କଟ ବଢ଼ୁଥିବାରୁ କେନ୍ଦ୍ର ସରକାର ଏହାକୁ ନେଇ ସତର୍କତା ଅବଲମ୍ବନ କରାଇବାକୁ ପରାମର୍ଶ ଦେଇଛନ୍ତି।
📱 Get Argus News App
✨ଅଧିକ ପଢ଼ନ୍ତୁ ଭାରତ ଖବର