ଦିନକ ପାଇଁ ଓଡ଼ିଆ ଝିଅ ହାତରେ ପ୍ରତିରକ୍ଷା ମନ୍ତ୍ରଣାଳୟର ଦାୟିତ୍ଵ

ଅର୍ଗସ ବ୍ୟୁରୋ : ଆଜି ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ତରଫରୁ ଭାଷଣ ଦେଇ ଚମକିଲେ ଓଡିଆ ଝିଅ ବର୍ଣ୍ଣାଳୀ । ରାଜନାଥ ସିଂଙ୍କ ଭଳି ଭାଷଣ ଦେଲେ , ଯାହାକୁ ସେଠାରେ ଉପସ୍ଥିତ ଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଉପସ୍ଥିତ ସେନାବାହିନୀର ବ୍ୟକ୍ତିବିଶେଷମାନେ କରତାଳି ଦେଇ ପ୍ରଶଂସା କରିଥିଲେ । ଖୁବ ସ୍ପଷ୍ଟ ଏବଂ ସୁନ୍ଦର ଭାବେ ରାଜନାଥ ସିଂଙ୍କ ଭାଷଣକୁ ନିଜେ ମଞ୍ଚରେ ପ୍ରତିପାଦନ କରିଥିଲେ ।
ଦିଲ୍ଲୀରେ "ବୀର ଗାଥା ୩.୦ " ପ୍ରୋଜେକ୍ଟର "super 100" ବିଜେତାଙ୍କୁ ପୁରସ୍କୃତ କରିବାର କାର୍ଯ୍ୟକ୍ରମ ଆୟଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରଥମେ ଖୁବ ସ୍ବଳ୍ପ ଭାବେ ନିଜର ଅଭିଭାଷଣ ରଖିଥିଲେ । ଏବଂ ବିଜେତାଙ୍କ ମଧ୍ୟରୁ କଟକର ୧୧ ବର୍ଷର ଝିଅ ବର୍ଣ୍ଣାଳୀ ସାହୁଙ୍କୁ ତାଙ୍କ ଭାଷଣ ଦେବାପାଇଁ ମଞ୍ଚ ଉପରକୁ ଡାକିଥିଲେ । ବର୍ଣ୍ଣାଳୀ ରାଜନାଥ ସିଂଙ୍କ ସମ୍ପୁର୍ଣ୍ଣ ଭାଷଣକୁ ପ୍ରଥମରୁ ଶେଷ ଯାଏଁ କହିଥିଲେ । ଏହି ପ୍ରୋଜେକ୍ଟରେ ଭାଗ ନେଇଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଦେବାସହ ଖୁବ ପ୍ରଶଂସା କରିଥିଲେ ।
ପ୍ରତିରକ୍ଷା ମନ୍ତ୍ରୀଙ୍କ ଭାଷାରେ ଖୁବ ସୁନ୍ଦର ଭାବେ ଦେଶର ଆଗାମୀ ଭବିଷ୍ୟତ ମାନଙ୍କ ପାଇଁ ନିଜର ଉପଦେଶ ରଖିଥିଲେ ବର୍ଣ୍ଣାଳୀ । ଆଗାମୀ ଦିନରେ ଦେଶର ଯୁବଶକ୍ତି ଦେଶପାଇଁ ଖୁବ ଗୁରୁତ୍ବପୂର୍ଣ୍ଣ । ବିକଶିତ ଭାରତର ଦାୟିତ୍ବ ଆଗାମୀ ଯୁବପିଢୀଙ୍କ ହାତରେ। ପ୍ରଧାନମନ୍ତ୍ରୀଙ୍କ ସ୍ବପ୍ନକୁ ପୁରା କରିବା ପାଇଁ ଦେଶର ଯୁବପିଢୀମାନେ କିପରି ଶିକ୍ଷାନୀତିକୁ ଗ୍ରହଣ କରିବେ ତାହା ମଧ୍ୟ ସ୍ପଷ୍ଟ ଭାବେ ବୁଝାଇ କହିଥିଲେ ବର୍ଣ୍ଣାଳୀ । ଓଡିଆ ଝିଅ ବର୍ଣ୍ଣାଳୀଙ୍କ ଏହି ଓଜସ୍ବିନୀ ଭାଷଣକୁ ନେଇ କରତାଳିରେ ପ୍ରଶଂସା କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ , ତଥା ସେନାବାହିନୀର ବ୍ୟକ୍ତିବିଶେଷମାନେ । ବର୍ଣ୍ଣାଳୀ କଟକର ଡିଏଭି ପବ୍ଲିକ ସ୍କୁଲର ଏକାଦଶ ଶ୍ରେଣୀର ଛାତ୍ରୀ ଅଟନ୍ତି ।