Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୨୦୨୪ ପାଇଁ ବାବା ଭେଙ୍ଗାଙ୍କ ସାଙ୍ଘାତିକ ଭବିଷ୍ୟବାଣୀ

National

୨୦୨୪ ପାଇଁ ବାବା ଭେଙ୍ଗାଙ୍କ ସାଙ୍ଘାତିକ ଭବିଷ୍ୟବାଣୀ

Manini Pattanayak
Browse all articles by Manini Pattanayak
·2 years ago·2 min read
୨୦୨୪ ପାଇଁ ବାବା ଭେଙ୍ଗାଙ୍କ ସାଙ୍ଘାତିକ ଭବିଷ୍ୟବାଣୀ

ନୂଆଦିଲ୍ଲୀ:  ବାବା ଭେଙ୍ଗା ଆଉ ତାଙ୍କ ଭବିଷ୍ୟବାଣୀ । ଯେଉଁଥିପାଇଁ ସାରାଦୁନିଆରେ ପରିଚିତ ସେ।  ବୁଲଗାରିଆରେ ଜଣେ ଭିକ୍ଷୁକ ଥିଲେ ବାବା ଭେଙ୍ଗା। ୧୯୧୧ରେ ତାଙ୍କର ଜନ୍ମ। ମାତ୍ର ୧୨ ବର୍ଷ ବୟସରେ ହରାଇଥିଲେ  ଦୃଷ୍ଟିଶକ୍ତି।   ୨୬ ବର୍ଷ ପୂର୍ବରୁ ଅର୍ଥାତ ୧୯୯୬ ରେ  ଭେଙ୍ଗାବାବାଙ୍କ ମୃତ୍ୟୁ  ହୋଇଥିଲା।  କିନ୍ତୁ ୫ ହଜାର ୭୯ ପର୍ଯ୍ୟନ୍ତି କରିଯାଇଛନ୍ତି ଭବିଷ୍ୟବାଣୀ।  ତେବେ ତାଙ୍କ ଦ୍ୱାରା କରାଯାଇଥିବା ଭବିଷ୍ୟବାଣୀ ଆଜି ମଧ୍ୟ ସତ ପ୍ରମାଣାତ ହେଉଛି।   ୨୦୨୪ ପାଇଁ  ବାବା ଭେଙ୍ଗା  ଚକିତ କଲାଭଳି  ଭବିଷ୍ୟବାଣୀ କରିଛନ୍ତି।  ଡରାଇଦେଲା ଭଳି ଏ ଭବିଷ୍ୟବାଣୀ। ଏଥିରେ ରୁଷ ରାଷ୍ଟ୍ରପତି ପୁଟିନଙ୍କ ହତ୍ୟା ଯୋଜନାକୁ  ନେଇ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟର ଭଳି  ଭବିଷ୍ୟବାଣୀ ଅଛି।  ଜନ୍ମି ଗ୍ରହଣ କରିଥିବା ବାବା ଭେଙ୍ଗାଙ୍କ ମୃତ୍ୟୁ  । ଯଦି ଆମେ ପୁତିନଙ୍କ ସୁରକ୍ଷାକଥାକୁ ଆସିବା ତେବେ ପୁଟିନଙ୍କୁ ହତ୍ୟା କରିବା ପାଇଁ ଅନେକ ଥର ଆକ୍ରମଣ ହୋଇସାରିଛି ।

 ବାବା ଭେଙ୍ଗାଙ୍କ ଭବିଷ୍ୟବାଣି ମୁତାବକ ଆସନ୍ତା ବର୍ଷ  ପୁଟିନ୍‌ଙ୍କ ନିଜ  ଦେଶର ଜଣେ ଲୋକ ହିଁ ତାଙ୍କ ହତ୍ୟା କରିବେ।   ଭେଙ୍ଗା ବାବାଙ୍କ ଏହି ଭବିଷ୍ୟବାଣି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ୨୦୨୪ରେ ଭୟଙ୍କର ହେବ ଯୁଦ୍ଧ।  ବିପତଜନକ ଅସ୍ତ୍ରଶସ୍ତ୍ରର କରାଯିବ ବ୍ୟବହାର ବୋଲି କହିଥିଲା ବାବା ଭେଙ୍ଗା। ବିଶ୍ୱକୁ ଘାରିବ ଜଳବାୟୁ ସଙ୍କଟ।  ପ୍ରାକୃତିକ ବପର୍ଯ୍ୟୟ ମାଡିଆସିବ।  ଖାଲି ଏତିକି ନୁହେଁ ଭବିଷ୍ୟବାଣୀ ମୁତାବକ  ବଡ ଆର୍ଥିକ ସଙ୍କଟ ଆସନ୍ତା ବର୍ଷକୁ କବଳିତ କରିବ। ବିଶ୍ୱରେ କରଜ ବଢିବ ଯେଉଁଥିପାଇଁ ଆର୍ଥିକ ସଙ୍କଟ ବଢିବା ନେଇ ଭେଙ୍ଗା ବାବାଙ୍କ ଭବିଷ୍ୟବାଣୀ। ସାଇବର କ୍ରାଇମ ବୃଦ୍ଧି ପାଇବ।  ଆଡଭାନ୍ସ ହ୍ୟାକର  ସିଧାସଳଖ ପାଓ୍ୱାର ଗ୍ରୀଡ,  ଜଳ ବିଶୋଧନ କାରଖାନା ପରି  ଗୁରୁତ୍ୱପୂର୍ଣ୍ଣ  ଭିତ୍ତିଭୁମି ଉପରେ ଆକ୍ରମଣ କରିପାରେ ବୋଲି ଭେଙ୍ଗା ବାବା ଭବିଷ୍ୟବାଣୀ କରିଥିଲେ। ହ୍ୟାକରମାନଙ୍କ କାରଣ ରୁ ରାଷ୍ଟ୍ରୀୟ ସୁରକ୍ଷା ବିପଦକୁ ଆସିବ ବୋଲି ଭବିଷ୍ୟବାଣୀରେ କୁହାଯାଇଛି। ଏହାଛଡା ବାବା କିଛି ସକାରାତ୍କମ ଭବିଷ୍ୟବାଣୀ ମଧ୍ୟ କରିଛନ୍ତି।  2024 ରେ କର୍କଟ ରୋଗର ଉପଶମ ହେବ ବୋଲି  ଭେଙ୍ଗା ବାବା  ମଧ୍ୟ ପୂର୍ବାନୁମାନ କରିଛନ୍ତି।  ଟେକ୍ନୋଲୋଜିରେ ବଡ କ୍ରାନ୍ତି ଆସିବା ନେଇ ମଧ୍ୟ ବାବାଙ୍କ ଭବିଷ୍ୟବାଣୀ କହୁଛି।  ବାବା ଭେଙ୍ଗାଙ୍କ ନିକଟରେ ଭବିଷ୍ୟବାଣୀ କରିବା ପାଇଁ  ଅସାଧାରଣ କ୍ଷମତା ଥିଲା।  ଖାସ ଏଥିପାଇଁ ସେ 'ବାଲକନର ନୋଷ୍ଟ୍ରାଡାମସ୍' ରେ  ପରିଚିତ ଥିଲେ।  ତାଙ୍କ ଦ୍ୱାରା କରାଯାଇଥିବା ଭବିଷ୍ୟବାଣୀ ୮୫ ପ୍ରତିଶତ ସତ ହୋଇଛି। ସାରା ବିଶ୍ୱର  ଲୋକ ଆଜି ବି ତାଙ୍କ ଭବିଷ୍ୟବାଣୀକୁ ବିଶ୍ୱାସ ସକରିଥାନ୍ତି। 
ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Baba Vanga's fatal prediction for 2024 | Argus English