Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୨୨ରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା, କେତେ ସମୟ ଲାଗିବ ପୂଜା କାମ ?

National

୨୨ରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା, କେତେ ସମୟ ଲାଗିବ ପୂଜା କାମ ?

Banajyotshna Ray
Browse all articles by Banajyotshna Ray
·2 years ago·1 min read
୨୨ରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା, କେତେ ସମୟ ଲାଗିବ ପୂଜା କାମ ?

ଅର୍ଗସ ବ୍ୟୁରୋ:  ଆସନ୍ତା ଜାନୁଆରୀ ୨୨ରେ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ପ୍ରତିଷ୍ଠା ହେବ ପ୍ରଭୁ ରାମଙ୍କ ଭବ୍ୟ ମନ୍ଦିର। ଏହି ଐତିହାସିକ ଦିନର ମୁକସାଖୀ ବନିବାକୁ ଲକ୍ଷାଧିକ ଶ୍ରଦ୍ଧାଳୁ ଅଯୋଧ୍ୟା ଯିବାକୁ ଲକ୍ଷ୍ୟ ରଖିଛନ୍ତି।  ଏଥିନିମନ୍ତେ ଗର୍ଭଗୃହ କାମ ପ୍ରାୟତଃ ଶେଷ ହୋଇଗଲାଣି। ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାକୁ ୨ ହଜାରରୁ ଅଧିକ ଅତିଥିଙ୍କୁ ନିମନ୍ତ୍ରୀତ କରାଯାଇଛି। କିନ୍ତୁ ଆପଣ ଜାଣିଛନ୍ତି କି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମୟରେ ଗର୍ଭଗୃହ ଭିତରେ  କିଏ କିଏ ଉପସ୍ଥିତ ରହିବେ। ତେବେ କୁହାଯାଉଛି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ଗର୍ଭଗୃହ ଭିତରେ ୧୦ରୁ ୧୧ ଜଣ ଲୋକ ଉପସ୍ଥିତ ରହିବେ। ଏହି ଅବସରରେ ପିଏମ ମୋଦି ରାମଲାଲାଙ୍କ ଷୋଡଷଉପଚାପ ପୂଜା କରିବେ। ଯାହାକି ପାଖାପାଖି ୨୦ ମିନିଟ ଲାଗିବ। ଷୋଡଶଉପଚାର ପୂଜା ଏବଂ ମହାପୂଜାକୁ ମିସାଇ ଗର୍ଭଗୃହରେ ପୂଜାର ସମୟ ପାଖାପାଖି ୪୦ ମିନିଟ ଲାଗିବ ବୋଲି କୁହାଯାଉଛି । 

ରାମଲାଲାଙ୍କ ମୂର୍ତ୍ତି ପ୍ରତିଷ୍ଠା କରିବା ପାଇଁ ଯାଉଥିବା ପଣ୍ଡିତ କହିଛନ୍ତି କି, ସମସ୍ତ କର୍ମ ସମୟରେ ଗର୍ଭଗୃହରେ ୧୦ ଜଣ ଲୋକ ରହିବେ। ଯେଉଁଥିରେ ମୁଖ୍ୟ ସହଯୋଗୀଙ୍କ ରୂପରେ ଜଣେ କି ଦୁଇ ଜଣ ରହିବେ। ଏହା ବ୍ୟତୀତ କିଛି ଜଣ ପଣ୍ଡିତ , ରାମ ମନ୍ଦିର ଟ୍ରଷ୍ଟର କିଛି ଲୋକ ଏବଂ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହିବେ। ତେବେ ଜାନୁଆରୀ ୨୨ ଉପରେ ସମସ୍ତଙ୍କର ନଜର ରହିଛି। ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ ଏବଂ ସାରା ବିଶ୍ୱ ତାଙ୍କୁ ଦେଖିବ। ଇତିହାସ ରଚିବାକୁ ଯାଉଛି ଅଯୋଧ୍ୟା ରାମମନ୍ଦିର ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର:

Sponsored
Ayodhya Ram temple inauguration: ‘Pran pratishtha’ ceremony at 12:20 pm on Jan 22 | Argus English