Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅଯୋଧ୍ୟାରେ ଭବ୍ୟ ଆୟୋଜନ, ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା

National

ଅଯୋଧ୍ୟାରେ ଭବ୍ୟ ଆୟୋଜନ, ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା

Jitendra Dash
Browse all articles by Jitendra Dash
·2 years ago·2 min read
ଅଯୋଧ୍ୟାରେ ଭବ୍ୟ ଆୟୋଜନ, ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା

ଅର୍ଗସ ବ୍ୟୁରୋ : ଦୀର୍ଘ ଅପେକ୍ଷାର ହେବ ଅନ୍ତ । ଆସିବେ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ର । ଭବ୍ୟ ଓ ଦିବ୍ୟ ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ କାଶୀ ପଣ୍ଡିତ ସ୍ଥିର କରିସାରିଛନ୍ତି ଶୁଭମୁହୂର୍ତ୍ତି । ଆସନ୍ତା ଜାନୁଆରୀ ୨୨ ତାରିଖ ଦ୍ବିପ୍ରହର ୧୨ଟା ୨୯ ମିନିଟ ୮ ସେକେଣ୍ଡରୁ ୧୨ଟା ୩୦ ମିନିଟ ୩୨ ସେକେଣ୍ଡ ମଧ୍ୟରେ ମାତ୍ର ୮୪ ସେକେଣ୍ଡରେ ହେବ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା । ମାନ୍ୟଗଣ୍ୟ ଅତିଥିଙ୍କ ଉପସ୍ଥିତିରେ ରାମଲଲାଙ୍କ ପ୍ରଥମ ଆରତି କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପୂର୍ବରୁ ଦେବ ନଗରୀ ଅଯୋଧ୍ୟାରେ ୧୮ ଦିନିଆ ଅଯୋଧ୍ୟା ମହୋତ୍ସବ ଆରମ୍ଭ ହୋଇଛି । ମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ହେବାକୁ ଯାଉଥିବାବେଳେ ମନ୍ଦିର, ଗର୍ଭଗୃହଠାରୁ ଆରମ୍ଭ କରି ଅଯୋଧ୍ୟା ବିମାନବନ୍ଦର, ରେଲ୍ ଷ୍ଟେସନ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୩୦ ତାରିଖରେ ଶ୍ରୀରାମ ଆନ୍ତର୍ଜାତିକ ବିମାନ ବନ୍ଦରର ଶୁଭ ଉଦଘାଟନ କରିବେ । ଅଯୋଧ୍ୟା ଉତ୍ସବକୁ ଭବ୍ୟ ଓ ଦିବ୍ୟତାରେ ଭରିବା ସହ ସାରା ବିଶ୍ବକୁ ଅଯୋଧ୍ୟା ସହ ଯୋଡ଼ିବା ପାଇଁ ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ ହୋଇଛି ।  

ଅଧିକ ପଢନ୍ତୁ : ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ପାଇଁ ସଜେଇ ହେଉଛି ଅଯୋଧ୍ୟା ନଗରୀ 

ଅଯୋଧ୍ୟାରେ ସଗର୍ବେ ଠିଆ ହେଉଛି ଭବ୍ୟ ଦିବ୍ୟ ଶ୍ରୀରାମ ମନ୍ଦିର । ଦିନରାତି ଏକ କରିଛନ୍ତି କାରିଗର । ପୌରାଣିକ କଥାବସ୍ତୁ ଓ ବିଶ୍ବାସ ଆଧାରରେ ଜାରି ରହିଛି ମନ୍ଦିର ନିର୍ମାଣ କାର୍ଯ୍ୟ । ମନ୍ଦିରର ପ୍ରଥମ ତଳ ବା ଗ୍ରାଉଣ୍ଡ ଫ୍ଲୋର କାମ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଦ୍ବିତୀୟ ତଳର ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହୋଇଛି । ମନ୍ଦିର ନିର୍ମାଣ କାର୍ଯ୍ୟରେ ସାରା ଭାରତର ବିଶ୍ବକର୍ମା ସାମିଲ ହୋଇଛନ୍ତି । ଶତାଧିକ ଓଡ଼ିଆ ଶିଳ୍ପୀ ଓ କାରିଗର ମନ୍ଦିର ନିର୍ମାଣ କାର୍ଯ୍ୟରେ ସାମିଲ ହୋଇଛନ୍ତି । ଶିଳାରେ ସୂକ୍ଷ୍ମ କାରୁକାର୍ଯ୍ୟ କରି ମନ୍ଦିରକୁ ଭବ୍ୟ ରୂପ ଦେଉଛନ୍ତି ବିଶ୍ବକର୍ମା । ପ୍ରଥମ ଥର ଲାଗି ମନ୍ଦିର ପରିସରକୁ ଗଣମାଧ୍ୟମକୁ ଛଡ଼ାଯାଇଥିବାବେଳେ କ୍ୟାମେରାରେ କଏଦ ହୋଇଛି ମନ୍ଦିରର ସଂପୂର୍ଣ୍ଣ ଦୃଶ୍ୟ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଉ ମାତ୍ର କେଇଦିନର ଅପେକ୍ଷା ପରେ ଶ୍ରୀରାମ ଜନ୍ମଭୂମିରେ ପୁଣି ସଗର୍ବ ଫରଫର ହୋଇ ଲହରିବ ସନାତନୀ ଧ୍ବଜା । ସାକାର ହେବ ଭାରତବାସୀଙ୍କ ଦୀର୍ଘ ୫ ଶହ ବର୍ଷର ସ୍ବପ୍ନ । ଇତିହାସ ପୃଷ୍ଠାରେ ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହେବ ଆଉ ଏକ ତାରିଖ- ୨୦୨୪ ମସିହା ଜାନୁଆରୀ ୨୨ ତାରିଖ । ଭାରତର ପ୍ରାଣ, ବିଶ୍ବାସର ଆଧାର, ଇତିହାସର କେନ୍ଦ୍ର ଅଯୋଧ୍ୟା ମାଟି ଉପରେ କେନ୍ଦ୍ରିଭୂତ ହେବ ସାରା ବିଶ୍ବର ନଜର । ଜୟ ଶ୍ରୀରାମ ଧ୍ବନିରେ ପ୍ରକମ୍ପିତ ହେବ ଆକାଶ । ସାରା ବିଶ୍ବ ଦେଖିବ ଆଦି ଓ ଅନନ୍ତର ଶକ୍ତି, ସନାତନର ପରାକାଷ୍ଠା । ପୁଣି ଥରେ ଜନ୍ମସ୍ଥାନରେ ଭବ୍ୟ ଉତ୍ସବରେ, ଦିବ୍ୟ ମୁହୂର୍ତ୍ତରେ ହେବ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ।  
 

Sponsored
Ayodhya ram temple inauguration | Argus English