ଅଯୋଧ୍ୟାରେ ସେଲିବ୍ରିଟିଙ୍କ ଭିଡ , ଆଉ କିଛି ମୁହୂର୍ତ୍ତର ଅପେକ୍ଷା
·2 years ago

ନୂଆଦିଲ୍ଲୀ: ଆଉ କିଛି ମୁହୂର୍ତ୍ତର ଅପେକ୍ଷା । ୫୦୦ ବର୍ଷ ଅପୋର ହେବ ଶେଷ। ପ୍ରଭୁ ବିରାଜମାନ କରିବେ ଅଯୋଧ୍ୟାରେ। ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବା ପାଇଁ ମାନ୍ୟଗନ୍ୟ ବ୍ୟକ୍ତି ମାନେ ପହଞ୍ଚିଛନ୍ତି ଅଯୋଧ୍ୟାରେ। ରାଜନେତେ, ନେତା, ଅଭିନେତା, ଅଭିନେତ୍ରୀ ମାନେ ପହଞ୍ଚିଛନ୍ତି ଅଯୋଧ୍ୟା ପରିସରରେ।

ଅଯୋଧ୍ୟାରେ ପହଞ୍ଚିଲେ ବିଗ ବି ଅମିତାଭ ବଚ୍ଚନ। ପରିବାର ସହ ପ୍ରାଣ ପ୍ରତିଷ୍ଠାରେ ପହଞ୍ଚିଛନ୍ତି ଅମିତାଭ। ବିଗ ବି ଏକ ଧଳା ରଙ୍ଗର ସାଲ ଘୋରେଇ ହୋଇଥିବା ବେଳେ ବେକରେ ଏକ ଗେରୁଆ ରଙ୍ଗର ପତାକା ପକାଇଛନ୍ତି।

ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବା ପାଇଁ ଅଯୋଧ୍ୟା ପରିସରରେ ପହଞ୍ଚିଲେ କ୍ୟାଟ୍ରିନା ଏବଂ ବିକି କୌଶଳ। ପାରମ୍ପରିକ ପୋଷାକରେ ଆସିଲେ ନଜର।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଯୋଧ୍ୟା ପରିସରରେ ବଲିଉଡ୍ ସେଲିବ୍ରେଟି..
ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ରେ ସାମିଲ ହେବା ପାଇଁ ଅଯୋଧ୍ୟାରେ ପହଞ୍ଚିଲେ ଅଭିନେତା ରାମଚରଣ ଏବଂ ଚିରଞ୍ଜିବ ।