Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଜିଠୁ ପ୍ରାଣ ପ୍ରତିଷ୍ଠା ପର୍ଯ୍ୟନ୍ତ ୪୫ଟି ନିୟମରେ ବନ୍ଧା ରହିବେ ୧୧ ଜଜମାନ 

National

ଆଜିଠୁ ପ୍ରାଣ ପ୍ରତିଷ୍ଠା ପର୍ଯ୍ୟନ୍ତ ୪୫ଟି ନିୟମରେ ବନ୍ଧା ରହିବେ ୧୧ ଜଜମାନ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଆଜିଠୁ ପ୍ରାଣ ପ୍ରତିଷ୍ଠା ପର୍ଯ୍ୟନ୍ତ ୪୫ଟି ନିୟମରେ ବନ୍ଧା ରହିବେ ୧୧ ଜଜମାନ 

ନୂଆଦିଲ୍ଲୀ: ପାଖେଇ ଆସୁଛି ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠାର ଦିନ। ଆଜିଠୁ ଆଉ ୮ ଦିନ ବାକି ରହିଲା ପ୍ରାଣ ପ୍ରତିଷ୍ଠାକୁ।  ମକର ସଂକ୍ରାନ୍ତି  ପର୍ବରୁ ରାମନ୍ଦିର ପ୍ରାଣ ପ୍ରତିଷ୍ଠା ସହ ଜଡିତ  ରୀତିନୀତି, ନିମୟ ଏବଂ ଚାରାଧାରା ପାଳନ କରିବା ଆରମ୍ଭ ହୋଇଯାଇଛି।  ୮ ଦିନ ପର୍ଯ୍ୟନ୍ତ ସମସ୍ତ ୧୧ ଜଣ ଜଜମାନ ୪୫ଟି ନିୟମ ପାଳନ କରିବା ସହ କଠିନ ତପସ୍ୟାରେ ଲିନ ରହିବେ। ଏଥିରେ ପ୍ରାୟଶ୍ଚିତ, ଗୋଦାନ, ଦଶାବିଧ ସ୍ନାନ, ପ୍ରାୟଶ୍ଚି କ୍ଷୈର ଏବଂ ପଞ୍ଚାଙ୍ଗବ୍ୟପ୍ରଶନ  ମଧ୍ୟ କରାଯିବ।  

ଅଧିକ ପଢନ୍ତୁ : ବାବା କେଦାରନାଥଙ୍କୁ ମିଳିଲା ପ୍ରାଣ ପ୍ରତିଷ୍ଠାର ନିମନ୍ତ୍ରଣ

ଏହି ନିୟମ ପାଳନ କରୁଥିବା ଜଜମାନ ଦମ୍ପତ୍ତି ଏହି ଅନନ୍ୟ ଧାର୍ମିକ ରୀତିନୀତି କରିବାକୁ ସମର୍ଥ ହେବେ । ୨୨ ଜାନୁଆରୀରେ ପ୍ରାଣ ପ୍ରତିଷ୍ଠାରେ ହିଁ ନିଷ୍ଠାରେ ରହିଥିବା ଜଜମାନଙ୍କ ସଂକଳ୍ପ ପୂର୍ଣ୍ଣ ହେବ।  ପ୍ରାଣ ପ୍ରତିଷ୍ଠା ସମାରୋହରେ ୧୧ ଦମ୍ପତ୍ତି  ସାମିଲ ହେବେ। ଆଜିଠାରୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ସହ ପ୍ରଥମ ସ୍ନାନ କରି ଏହି ସମସ୍ତ ୧୧ ଦମ୍ପତ୍ତି ଙ୍କ ସଂକଳ୍ପ ଆରମ୍ଭ ହୋଇଛି। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ତରଫରୁ ସମସ୍ତ  ଜଜମାନଙ୍କୁ ୪୫ ବିଧି-ବିଧାନ  ଏବଂ ନିୟମାବଳୀ ଉପଲବ୍ଧକରାଯାଇଛି।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ayodhya ram mandir 8-days from today 11 yajamans will go through a difficult test of 45 rules | Argus English