|
logo
Live

Argus News - ଜନ୍ମ ହେଲା ମୁସଲମାନ ଶିଶୁ, ନାଁ ରହିଲା ରାମ ରହିମ

National

ଜନ୍ମ ହେଲା ମୁସଲମାନ ଶିଶୁ, ନାଁ ରହିଲା ରାମ ରହିମ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଜନ୍ମ ହେଲା ମୁସଲମାନ ଶିଶୁ, ନାଁ ରହିଲା ରାମ ରହିମ

ଅର୍ଗସ ବ୍ୟୁରୋ : ଶ୍ରୀରାମଙ୍କ ଆଗମନରେ ପ୍ରକମ୍ପିତ ଅଯୋଧ୍ୟା । ରାମ ଧ୍ବନୀରେ ପ୍ରକମ୍ପିତ ହେଉଛି ଅଯୋଧ୍ୟା ସହର । ଏହି ସମୟରେ ଉତ୍ତରପ୍ରଦେଶର ଫିରୋଜବାଦ ହସ୍ପିଟାଲରେ ଏକ ମୁଲମାନ ଶିଶୁ ଜନ୍ମ ହୋଇଛି । ଯାହାର ନାମ "ରାମ ରହିମ" ରଖିଛନ୍ତି ପରିବାର ଲୋକେ । ପରିବାରରେ ଖୁସିର ମାହୋଲ ଖେଳିଯାଇଛି। ପ୍ରମାଣ କରିଦେଇଛି ପ୍ରଭୁ ଶ୍ରୀରାମଙ୍କ ଛତ୍ରଛାୟା ତଳେ ହିନ୍ଦୁ , ମୁସଲମାନ ସମସ୍ତେ ସମାନ । ଉଭୟ ମା ଏବଂ ଛୁଆ ସୁସ୍ଥ ଥିବା କହିଛନ୍ତି ହସ୍ପିଟାଲ ଇନଚାର୍ଜ ଡକ୍ଟର ନବୀନ ଜୈନ ।

ଅଧିକ ପଢନ୍ତୁ : ଏ ଦିବ୍ୟ ମୂହୁର୍ତ୍ତକୁ ପରିପ୍ରକାଶ କରିବା ଅସମ୍ଭବ

ତେବେ ଏହି ଶିଶୁପୁଅର ଜେଜେମା ହୁସନା ବାନୁ ତାର ଏପରି ନାମକରଣ କରିଛନ୍ତି । ସେ କହିଛନ୍ତି, ପ୍ରଭୁ ଆଗାମୀ ଦିନରେ ହିନ୍ଦୁ ମୁସଲିମ ଭିତରେ ଏକତା ସୃଷ୍ଟି କରିବାର ଏକ ଉଦାହରଣ ପାଲଟିବା ପାଇଁ ସେ ତାର ଏପରି ରାମକରଣ କରିଛନ୍ତି । ଆଜି ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମୁହୁର୍ତ୍ତ । ତେଣୁ ଏପରି ପ୍ରତିଷ୍ଠା ଦିବସକୁ ସ୍ମରଣୀୟ ରଖିବା ପାଇଁ ଆମେ ଏପରି ନାମକରଣ କରିଛୁ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଜନ୍ମ ହେଲା ମୁସଲମାନ ଶିଶୁ, ନାଁ ରହିଲା ରାମ ରହିମ | Argus English