Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅଯୋଧ୍ୟା ଧାମ ଜଙ୍କସନରେ ଓଡ଼ିଆ ଭାଷାକୁ ପ୍ରଥମ ଅଗ୍ରାଧିକାର

National

ଅଯୋଧ୍ୟା ଧାମ ଜଙ୍କସନରେ ଓଡ଼ିଆ ଭାଷାକୁ ପ୍ରଥମ ଅଗ୍ରାଧିକାର

Ritu Das
Browse all articles by Ritu Das
·2 years ago·1 min read
ଅଯୋଧ୍ୟା ଧାମ ଜଙ୍କସନରେ ଓଡ଼ିଆ ଭାଷାକୁ ପ୍ରଥମ ଅଗ୍ରାଧିକାର

ଅର୍ଗସ ବ୍ୟୁରୋ: ଅଯୋଧ୍ୟାରେ ରାମଲାଲାଙ୍କ ଭବ୍ୟ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ସଜେଇ ହୋଇଛି ଅଯୋଧ୍ୟା ନଗରୀ। ୪୯୦ ବର୍ଷ ସଂଘର୍ଷର ଅନ୍ତ ଘଟିବାକୁ ଯାଉଛି।  ଆମ ପ୍ରଭୁ ରାମ ଲଲା ଆସୁଛନ୍ତି। ଏନେଇ ସମଗ୍ର ଦେଶରେ ଉତ୍ସାହର ମାହୋଲ। ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ରେଳ ଭକ୍ତମାନଙ୍କୁ ବଡ଼ ଉପହାର ଦିଆଯାଇଛି। ଅଯୋଧ୍ୟା ଜଙ୍କସନ ରେଳ ଷ୍ଟେସନ ଅଯୋଧ୍ୟା ଧାମ ନାମରେ ପରିଚିତ ହୋଇଛି। 

ଆଉ ଏହି ସାଇନ ବୋର୍ଡରେ ପ୍ରଥମେ ଓଡ଼ିଆ ଭାଷାକୁ ଅଗ୍ରାଧିକାର ଦିଆଯାଇଛି। ଏଥିପାଇଁ ଓଡ଼ିଶାବାସୀ ଭାରି ଖୁସି। କାରଣ ଦିନ ଥିଲା ଓଡ଼ିଶାକୁ ସେତିକି ପ୍ରାଧାନ୍ୟ ଦିଆଯାଉ ନ ଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗୁ ଏବେ ଓଡ଼ିଶା ଦେଶ ବିଦେଶରେ ଖୁବ ପରିଚିତ। ଆଉ ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଏବଂ ଗୌରବର ବିଷୟ। 

ନିକଟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ଦ୍ଦେଶ କ୍ରମେ ଅଯୋଧ୍ୟା ଗସ୍ତ ସମୟରେ ରେଳ ଷ୍ଟେସନ ଯାଞ୍ଚ କରିଥିଲେ । ଏହି ସମୟ ମଧ୍ୟରେ ସେ ରେଳ ଅଧିକାରୀଙ୍କ ସହ ଅଯୋଧ୍ୟା ରେଳ ଷ୍ଟେସନର ନାମ ଅଯୋଧ୍ୟା ଧାମ ଜଙ୍କସନ ନାମରେ ନାମିତ କରିବାକୁ କହିଥିଲେ ।
ଗତ ବୁଧବାର ଅଯୋଧ୍ୟା ଜଙ୍କସନର ନାମ ଅଯୋଧ୍ୟା ଧାମରେ ​​ପରିବର୍ତ୍ତନ କରାଯାଇଥିଲା। ଏହି ଘୋଷଣା ପରେ ରାମ ଭକ୍ତମାନେ ଖୁସି ପ୍ରକାଶ କରିଛନ୍ତି। ୨୨ ଜାନୁଆରୀରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ  । ଏହି କାର୍ଯ୍ୟକ୍ରମରେ ଲକ୍ଷ ଲକ୍ଷ ଭକ୍ତ ରାମ ନଗରୀ ଅଯୋଧ୍ୟା ବୁଲିବାକୁ ଆସିବେ। ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ଏନେଇ ବଡ଼ ପ୍ରସ୍ତୁତି ଚାଲିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
At Ayodhya Dham | Argus English