ପୁରୀରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା

ପୁରୀ: ପୁରୀରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ସପରିବାର ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ଆସାମ ମୁଖ୍ୟମନ୍ତ୍ରୀ। କଡା ସୁରକ୍ଷା ମଧ୍ୟରେ ସିଂହଦ୍ଵାରରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ତରଫରୁ କରାଗଲା ସ୍ୱାଗତ। ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଖଣ୍ଡୁଆ ଦେଇ କଲେ ସ୍ୱାଗତ। ଆସାମ ମୁଖ୍ୟମନ୍ତ୍ରୀଙ୍କ ସହ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର,, ପୁରୀ ଜିଲ୍ଲା ସଭାପତି ଆଶ୍ରୀତ ପଟ୍ଟନାୟକ ଓ ବିଜେପି କର୍ମୀ। ତେବେ ଶ୍ରୀମନ୍ଦିର ଭିତରେ ବହାରକାଠ ନିକଟରେ ଦର୍ଶନ କରିଥିବା ବେଳେ ଦର୍ଶନ ବେଳେ ବେଶ ଭାବବିହ୍ଵଳ ହୋଇପଡିଲେ । ତେବେ ଆସାମ ବାସୀଙ୍କ ପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ବଟଗଣେଶ ଓ କଳ୍ପବଟରେ ମାନସିକ ସୂତ୍ର ବନ୍ଧନ କରିଛନ୍ତି ।
ଆଉ କହିଛନ୍ତି ଆସାମ ସରକାର ହେଉଛି ଦୁର୍ନୀତିମୁକ୍ତ ସରକାର । ଯିଏ ଦୁର୍ନୀତି କରିବ ତାଙ୍କର ଆସାମରେ ସ୍ଥାନ ନାହିଁ । ତେଣୁ ଏବେ ୩୧ଜଣ ଅଫିସରଙ୍କ ଉପରେ ହୋଇଛି କାର୍ଯ୍ୟାନୁଷ୍ଠାନ ।୨ଜଣ ହୋଇଛନ୍ତି ଗିରଫ । ତେଣୁ ପୋଲିସ ଡିଜିପି ବି କହିଛନ୍ତି ଯିଏ ଯେମିତି କରିବ ସେମିତି ପାଇବ। ଆଉ ସ୍ୱଚ୍ଛ ସରକାର ପାଇଁ ଆମର ସର୍ବଦା ପ୍ରୟାସ ରହିବ ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ।ତେବେ ସେ ଆଗରୁ ଦର୍ଶନ ପାଇଁ ଆସିଥିଲେ ହେଲେ ଆଜି ମୁଖ୍ୟମନ୍ତ୍ରୀ ଭାବେ ସପରିବାର ଆସି ଦର୍ଶନ କରି ମହାପ୍ରଭୁଙ୍କ ଆଶୀର୍ବାଦ ନେବା ଓ ଆଶାମବାଶୀଙ୍କ ପାଇଁ ଶ୍ରୀକ୍ଷେତ୍ରରେ ଏକ ଯାତ୍ରୀ ନିବାସ କରିବା ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିବେ ବୋଲି କହିଛନ୍ତି ଆସାମ କୌଳିକ ପଣ୍ଡା ।
ଅଧିକ ପଢନ୍ତୁ ଓଡ଼ିଶା ଖବର