Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାମଙ୍କ ମୂର୍ତ୍ତି ଗଢି ସାରା ବିଶ୍ୱରେ ପରିଚିତ ଅରୁଣ  ଯୋଗୀରାଜ

National

ରାମଙ୍କ ମୂର୍ତ୍ତି ଗଢି ସାରା ବିଶ୍ୱରେ ପରିଚିତ ଅରୁଣ  ଯୋଗୀରାଜ

Manini Pattanayak
Browse all articles by Manini Pattanayak
·2 years ago·2 min read
ରାମଙ୍କ ମୂର୍ତ୍ତି ଗଢି ସାରା ବିଶ୍ୱରେ ପରିଚିତ ଅରୁଣ  ଯୋଗୀରାଜ

ନୂଆଦିଲ୍ଲୀ: ହସ ହସ ମୁହଁ,  ଆଉ ସେ ଚାହାଁଣି.. ୫ବର୍ଷର ପିଲା ପରି ସେ ରୂପ ଦେଖି ଭକ୍ତ ଗଣ ସ୍ତବ୍ଧ। ହେ ରାମ ତୁମର ଏହି ମୂର୍ତ୍ତ କୁ ଦେଖିଦେଲେ ପାଶୋରି ଯାଉଛି ମୁଁ ସବୁ ଦୁଃଖ। ସେ ବିନ୍ଧାଣିଙ୍କୁ ବି କୋଟି ନମନ। ଯିଏ ତୁମର ଏ ବାଳୁତ ମୁର୍ତ୍ତି ଗଢିଛି। ହେ ରଘୁବର ତୁମର  ଏ ହସ ହସ ବଦନରୁ ମୋର ନଜର ହଟୁନି। ଘଡିଏ କଣ ସାରା ଦିନ ସାରା ରାତି ତୁମର ଏ ପିଲା ରୂପକୁ ଦର୍ଶନ କଲେ  ମଧ୍ୟ କମ ହେବ। ଅଯୋଧ୍ୟାକୁ ଆସୁଥିବା ଶ୍ରଦ୍ଧାଳୁ ପ୍ରଭୁ ରାମଙ୍କ ବାଳୁତ ରୂପ ଦର୍ଶନ କରି କୃତାର୍ଥ ମନେ କରୁଛନ୍ତି। ଆଉ ପ୍ରଭୁଙ୍କୁ ଏପରି ସୁନ୍ଦର ରୂପ ଦେଇଥିବା ମୁର୍ତ୍ତିକାର  ଅରୁଣ ଯୋଗିରାଜଙ୍କୁ ତାରିଫ ନକରି ରହିପାରୁନାହାଁନ୍ତି।  

 ଏହି ମୂର୍ତ୍ତିକୁ ଗଢିବା ପାଇଁ ଅରୁଣଙ୍କୁ ୭ମାସ ସମୟ ଲାଗିଥିଲା।  ଅରୁଣ ଗଢିଥିବା ରାମଙ୍କ ମୂର୍ତ୍ତି ଏବେ ଗର୍ଭଗୃହରେ ସ୍ଥାପିତ ହୋଇଛନ୍ତି। ଅରୁଣ ଯୋଜିରାଜ  ଏବେ ସବୁଠାରୁ ଭାଗ୍ୟଶାଳି ବ୍ୟକ୍ତି ପାଲଟିଛନ୍ତି। ଅରୁଣ କହିଛନ୍ତି ଏପରି ଅନୁଭବ ହେଉଛି  ଯେପରି ମୁଁ ସ୍ୱପ୍ନ ଦେଖୁଛି। ସତରେ ପ୍ରଭୁ ମୋ ହାତରେ ଗଢା ହୋଇଛନ୍ତି.. ତେବେ ଅରୁଣ ବର୍ତ୍ତମାନ ଦେଶରେ ସବୁଠାରୁ ଦାମି ମୂର୍ତ୍ତିକାର ପାଲଟିଛନ୍ତି।  ତାଙ୍କ ଡିମାଣ୍ଡ ବଢିବାରେ ଲାଗିଛି।

କର୍ଣ୍ଣାଟକର ନିବାସି ଅରୁଣ   ଅନେକ ମୂର୍ତ୍ତି ଗଢିଛନ୍ତି କିନ୍ତୁ  ସାରା ବିଶ୍ୱବାସୀ ରାମଙ୍କ ମୂର୍ତ୍ତି ପାଇଁ ଯେଉଁ ପରି ଭାବେ ଉତ୍ସାହର ସହ ଅପେକ୍ଷା କରିଥିଲେ ତାହା  ପୂର୍ବରୁ କେବେ ହୋଇନଥିଲା। ସମଗ୍ର ବିଶ୍ୱ ତାଙ୍କ ଦ୍ୱାରା ନିର୍ମିତ ୫୧ ଇଞ୍ଚିର ରାମଙ୍କ  ପ୍ରତିମୂର୍ତ୍ତିକୁ ଏତେ ଉତ୍ସାହର ସହିତ ଅପେକ୍ଷା କରିଥିଲା  ଯାହା କଳ୍ପନା ବାହାରେ।  ଯୋଗିରାଜ କହିଥିଲେ ମୋତେ ବହୁତ ବଡ ଦାୟିତ୍ୱ ଦିଆଯାଇଥିଲା। ଦିନ ରାତି ଏହା ଭାବୁଥିଲି କିପରି ଦେଶବାସୀଙ୍କୁ ଭଗବାନ ରାମଙ୍କ ଦର୍ଶନ କରାଇବି।  ସର୍ବ ପ୍ରଥମେ ମୁଁ ୫ ବର୍ଷର ଛୋଟ ପିଲାର ଆକୃତି ଦେଲି ..  ସେହି ୫ ବର୍ଷ ପିଲା ମଧ୍ୟରେ  ରାମଙ୍କୁ ଦେଖିବାକୁ ପାଇଲି.. ଆଉ ଆଜି ସାରା ଦୁନିଆ ଖୁସି.. ମୁଁ ବି ବହୁତ  ଆନନ୍ଦିତ ଆଉ ଖୁସି ଅନୁଭବ କରୁଛି । ରାମଲଲା ସାରା ଦେଶର .. ଜୟ ଶ୍ରୀରମ..  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ଦେଖନ୍ତୁ : 
 

Sponsored
Arun Yogiraj is known all over the world for his sculptures of Ram | Argus English