ପୁରୀରେ ପହଞ୍ଚି ଜଗନ୍ନାଥ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନ୍ଵାଲ
·2 years ago

ଅର୍ଗସ ବ୍ୟୁରୋ: ପୁରୀରେ ପହଞ୍ଚି ଜଗନ୍ନାଥ ଦର୍ଶନ କରିଛନ୍ତି କେନ୍ଦ୍ର ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନ୍ଵାଲ। ଜଗନ୍ନାଥ ମନ୍ଦିର ଆସି କେହି ଖାଲି ହାତରେ ଫେରେ ନାହିଁ ବରଂ ମହାପ୍ରଭୁ ବୁଦ୍ଧି, ବଳ,ଶକ୍ତି,ସାହସ ଦେଇଥାନ୍ତି ବୋଲି ଖୁବ୍ ଭାବବିହ୍ୱଳ ହୋଇ କହିଛନ୍ତି। ସେପଟେ ରାମଙ୍କର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଥିବା ବେଳେ ରାମରାଜ୍ୟ ପ୍ରତିଷ୍ଠାର ଏ ସମୟ ପ୍ରକୃଷ୍ଟ ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦିଜୀଙ୍କଦୂରଦୃଷ୍ଟି ,ନିରନ୍ତରତା,ସଚ୍ଚୋଟତା,ପରିଶ୍ରମ ଆଜି ଭାରତରେ ଶାନ୍ତି ,ସମୃଦ୍ଧି ପ୍ରତିଷ୍ଠା କରିପାରିଛି ବୋଲି ସେ କହିବା ସହ ପାବନ ଧାମ ପୁରୀରେ ପାଦ ରଖି ଧନ୍ୟ ହୋଇଥିବା ଭାବ ବ୍ୟକ୍ତ କରିଛନ୍ତି।
ଅଧିକ ପଢ଼ନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: