Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆନ୍ଧ୍ର ଉପକୂଳ ଆଡକୁ ମାଡି ଆସୁଛି ଅତି ଭୀଷଣ ସାମୁଦ୍ରିକ ଝଡ଼ ମିଗଜୋମ

National

ଆନ୍ଧ୍ର ଉପକୂଳ ଆଡକୁ ମାଡି ଆସୁଛି ଅତି ଭୀଷଣ ସାମୁଦ୍ରିକ ଝଡ଼ ମିଗଜୋମ

Jitendra Dash
Browse all articles by Jitendra Dash
·2 years ago·2 min read
ଆନ୍ଧ୍ର ଉପକୂଳ ଆଡକୁ ମାଡି ଆସୁଛି ଅତି ଭୀଷଣ ସାମୁଦ୍ରିକ ଝଡ଼ ମିଗଜୋମ

ଅର୍ଗସ ବ୍ୟୁରୋ : ଆନ୍ଧ୍ର ଉପକୂଳ ଆଡକୁ ଭୀଷଣ ବାତ୍ୟାର ରୂପ ନେଇ ମାଡି ଆସୁଛି ବାତ୍ୟା ମିଗଜୋମ । ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ୮ କିମି ବେଗରେ ଅଗ୍ରସର ହେଉଛି ବାତ୍ୟା । ଆସନ୍ତାକାଲି ପୂର୍ବାହ୍ନ ସମୟରେ ଆନ୍ଧ୍ର ପ୍ରଦେଶର ନେଲୋର ଏବଂ ମଚ୍ଛଲିପଟନମ୍ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ମିଗଜୋମ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ କିମି ରହିବ ଏବଂ ଘଣ୍ଟା ପ୍ରତି ୧୧୦ କିମି ବେଗରେ ଝଟକା ପବନ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେବେ ଓଡିଶା ବାତ୍ୟାର କୌଣସି ସିଧା ପ୍ରଭାବ ପଡିବନି । ଆସନ୍ତାକାଲି ଦକ୍ଷିଣ ଓଡିଶାର କୋରାପୁଟ, ମାଲକାନଗିରି, ରାୟଗଡା, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ହେବ ପ୍ରବଳ ବର୍ଷା । ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ଆଉ ୬ ତାରିଖରେ ଏହି ସବୁ ଜିଲ୍ଲା ଗୁଡିକରେ ହେବା ପ୍ରବଳରୁ ଅତି ପ୍ରବଳ ବର୍ଷା । ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ । ସେହିପରି ୭ ତାରିଖ ବେଳକୁ ଗଞ୍ଜାମ, ଗଜପତି, ପୁରୀ, ନୟାଗଡ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ନବରଙ୍ଗପୁର, କନ୍ଧମାଳ, କୋରାପୁଟ, ମାଲକାନଗିରି ଏବଂ ରାୟଗଡାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଅଧିକ ପଢନ୍ତୁ : ତାଣ୍ଡବ ରଚୁଛି ମିଗଜୋମ, ପ୍ରବଳ ବର୍ଷା ଓ ପବନ ଯୋଗୁ ୫ ଜଣଙ୍କ ମୃତ୍ୟୁ

ପ୍ରବଳରୁ ଅତି ପ୍ରବଳରୁ ବର୍ଷାର ସମ୍ଭାବନା ଥିବାରୁ ଦକ୍ଷିଣ ଓଡିଶାର ୫ଟି ଜିଲ୍ଲାରେ ଓଡ୍ରଫ୍ ଟିମ୍ ଏବଂ ଅତିରିକ୍ତ ଭାବେ ଅଗ୍ନିଶମ ଦଳ ମଧ୍ୟ ମୁତୟନ କରାଯାଇଛି । ସବୁ ଜିଲ୍ଲାପାଳ ଏବଂ ଆରଡିସି ମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏହାସହ କୃଷି, ସମବାୟ, ଶକ୍ତି ବିଭାଗକୁ ମଧ୍ୟ ସ୍ଥିତି ଉପରେ ନଜର ରଖିବାକୁ କହିଛନ୍ତି ଏସଆରସି । ଡିସେମ୍ବର ୬ ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀ ମାନଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଅନ୍ୟପଟେ ପ୍ରବଳ ବର୍ଷାର ସମ୍ଭାବନା ଯୋଗୁଁ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ୬୦ଟି ଟ୍ରେନ ବାତିଲ କରିଛି ଇଷ୍ଟ କୋଷ୍ଟ ରେଲୱେ । ୨୪ ଘଣ୍ଟିଆ ଏମର୍ଜେନ୍ସି କଣ୍ଟ୍ରୋଲ ରୁମ୍ ଖୋଲାଯିବା ସହ ବାତ୍ୟା ଏବଂ ବର୍ଷା ପରବର୍ତ୍ତୀ ସ୍ଥିତି ଉପରେ ନଜର ରଖିଛି ପୂର୍ବତଟ ରେଳବାଇ । ସେପଟେ ବାତ୍ୟା ଏବଂ ବର୍ଷା ଯୋଗୁଁ ଫସଲ କ୍ଷୟକ୍ଷତି ନେଇ ଚିନ୍ତାରେ ଓଡିଶାର ଚାଷୀ । ବିଶେଷ କରି କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ରାୟଗଡା ଜିଲ୍ଲାରେ ମୁଣ୍ଡରେ ହାତ ଦେଇ ବସିଛି ଚଷା ପୁଅ । ତେଣୁ ଅମଳ ହୋଇଥିବା ଏବଂ ବିଲରୁ ଅମଳ ଅପେକ୍ଷରେ ଥିବା ଧାନ ଫସଲ ସହ ଧନ ଜୀବନ ସୁରକ୍ଷା ପାଇଁ ତତ୍ପର ହୋଇଛନ୍ତି ସମସ୍ତ ଜିଲ୍ଲା ପ୍ରଶାସନ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସମ୍ଭାବ୍ୟ ବର୍ଷା ଏବଂ ଛୋଟ ଧରଣର ବାତ୍ୟାକୁ ଆଖି ଆଗରେ ରଖି ଯୋଗାଣ ବିଭାଗ ପ୍ରସ୍ତୁତ ରହିଛି ଯୋଗାଣ ବିଭାଗ । ଯୋଗାଣ ବିଭାଗ ପକ୍ଷରୁ ମଣ୍ଡିରେ ଥିବା ଅଫିସର ମାନଙ୍କ ସହ ଯୋଗାଯୋଗ କରାଯାଇଛି । କୌଣସି ଚାଷୀ କିପରି ହଇରାଣ ନ ହେବେ ସେ ନେଇ ବିଭାଗୀୟ ସଚିବ ସବୁ ଜିଲ୍ଲା କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ରାତିରେ ସାମୁଦ୍ରିକ ବାତ୍ୟା ମିଗଜୋମର ସ୍ଥିତି, ଅବସ୍ଥିତି ଓ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିବା ଲ୍ୟାଣ୍ଡଫଲ୍ ସମ୍ପର୍କରେ ଆଇଏମଡିର ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ପଚାରି ବୁଝିଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦକ୍ଷିଣ ଓଡିଶାର ବିଭିନ୍ନ ଜିଲ୍ଲା ବାତ୍ୟା ଯୋଗୁଁ ହେବାକୁ ଥିବା ବର୍ଷା ଦ୍ଵାରା ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ଦଳର କର୍ମକର୍ତ୍ତା ମାନଙ୍କୁ ଲୋକଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଆଗେଇ ଆସିବାକୁ ପ୍ରଧାନମନ୍ତ୍ରୀ ଆହ୍ଵାନ ଦେଇଛନ୍ତି ବୋଲି ଏକ୍ସରେ ପୋଷ୍ଟ କରି କହିଛନ୍ତି ଧର୍ମେନ୍ଦ୍ର ।   

Sponsored
Andhra braces for storm's morning impact, heavy rain continues in Chennai | Argus English