Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରାମ ମନ୍ଦିର ନିର୍ମାଣ ପାଇଁ ଅଧିକ ଦାନ କିଏ କରିଛି ?

National

ରାମ ମନ୍ଦିର ନିର୍ମାଣ ପାଇଁ ଅଧିକ ଦାନ କିଏ କରିଛି ?

Banajyotshna Ray
Browse all articles by Banajyotshna Ray
·2 years ago·2 min read
ରାମ ମନ୍ଦିର ନିର୍ମାଣ ପାଇଁ ଅଧିକ ଦାନ କିଏ କରିଛି ?

ଅର୍ଗସ ବ୍ୟୁରୋ:  ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା।  ଏବେଠୁ ସବୁଠି ଦେଖିବାକୁ ମିଳିଲାଣି ଉତ୍ସବର ମାହୋଲ। ଏଥିନିମନ୍ତେ ଗର୍ଭଗୃହ କାମ ପ୍ରାୟତଃ ଶେଷ ହୋଇଗଲାଣି। ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାକୁ ୨ ହଜାରରୁ ଅଧିକ ଅତିଥିଙ୍କୁ ନିମନ୍ତ୍ରୀତ କରାଯାଇଛି। ଏସବୁ ଭିତରେ ଅନେକ ଖବର ସାମ୍ନାକୁ ଆସୁଛି। ଏଭଳି ଏକ ଖବର ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି। ଯାହା ଶୁଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିର ପାଇଁ ଏପର୍ଯ୍ୟନ୍ତ କେତେ ଦାନ ଗ୍ରହଣ କରାଯାଇଛି ଏବଂ କିଏ ଏପର୍ଯ୍ୟନ୍ତ ଅଧିକ ଦାନ କରିଛନ୍ତି  । 

ଏ ପ୍ରଶ୍ନ ପରେ ସମସ୍ତଙ୍କ ଉତ୍ତର ଗୋଟିଏ ଥିବ କି ଉତ୍ତରପ୍ରଦେଶ। କିନ୍ତୁ ଏହା ଭୁଲ। ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଯେଉଁମାନେ ରାମ ମନ୍ଦିର ପାଇଁ ଅଧିକ ଦାନ କରିଛନ୍ତି ସେମାନଙ୍କ ତାଲିକାରେ ମୋରାରି ବାପୁଙ୍କ ନାମ ଶୀର୍ଷରେ ରହିଛି । ଗୁଜୁରାଟରୁ ଆସିଥିବା ମୋରି ବାପୁ ରାମ ମନ୍ଦିର ପାଇଁ ୧୧.୩ କୋଟି ଟଙ୍କା ଦାନ କରିଛନ୍ତି । ମାନେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ସର୍ବାଧିକ ଦାନ ଉତ୍ତରପ୍ରଦେଶରୁ ନୁହେଁ ଗୁଜରାଟର ଲୋକମାନେ ଦେଇଛନ୍ତି । ଏହା ବ୍ୟତୀତ ଆମେରିକା, କାନାଡା ଏବଂ ବ୍ରିଟେନର ତାଙ୍କ ଅନୁଗାମୀମାନେ ମଧ୍ୟ ପୃଥକ ଭାବରେ ୮ କୋଟି ଟଙ୍କା ଦାନ କରିଛନ୍ତି ।
ରାମ ମନ୍ଦିରର ଟ୍ରଷ୍ଟି ତଥା ନିର୍ମାଣ ବୋର୍ଡର ସଦସ୍ୟ ଚମ୍ପତ ରାୟ କହିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଏପର୍ଯ୍ୟନ୍ତ ୫୫୦୦ କୋଟିରୁ ଅଧିକ ମୂଲ୍ୟର ଦାନ ଗ୍ରହଣ କରାଯାଇଛି ଏବଂ ଚାନ୍ଦା ମଧ୍ୟ ଗ୍ରହଣ କରାଯାଉଛି ।

ଯେଉଁମାନେ ରାମ ମନ୍ଦିର ପାଇଁ ଦାନ କରିଛନ୍ତି ସେମାନଙ୍କ ମଧ୍ୟରେ ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏବଂ ସାଧାରଣ ଜନତା ସାମିଲ ଅଛନ୍ତି । କିଏ କେତେ ଦାନ କରିଛନ୍ତି ତାହା ଯେତେ ବଡ କଥା ନୁହେଁ, ସବୁଠାରୁ ବଡ କଥା ଏହା ହେଉଛି ସମସ୍ତେ ଭକ୍ତି ଏବଂ ଶ୍ରଦ୍ଧାର ସହକାରେ ଏସବୁ ଦାନ କରୁଥିବା ଦେଖିବାକୁ ମିଳିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ଦେଶ ଖବର: 

Sponsored
Among the benefactors is Morari Bapu, a spiritual guru and acclaimed exponent of the epic poem Ramcharitmanas, | Argus English