Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଝିଅ ଶ୍ୱେତାଙ୍କୁ ଅମିତାଭ ଦେଲେ ୫୦ କୋଟିର ବଙ୍ଗଳା

National

ଝିଅ ଶ୍ୱେତାଙ୍କୁ ଅମିତାଭ ଦେଲେ ୫୦ କୋଟିର ବଙ୍ଗଳା

Manini Pattanayak
Browse all articles by Manini Pattanayak
·2 years ago·1 min read
ଝିଅ ଶ୍ୱେତାଙ୍କୁ ଅମିତାଭ ଦେଲେ ୫୦ କୋଟିର ବଙ୍ଗଳା

ନୂଆଦିଲ୍ଲୀ:  ଝିଅକୁ ବାପା-ମାଙ୍କର ୫୦ କୋଟି  ଟଙ୍କାର ଉପହାର।  ଅମିତାଭ ବଚ୍ଚନ ଏବଂ ପତ୍ନୀ ଜୟା ବଚ୍ଚନ ଝିଅ ଶ୍ୱେତା ନନ୍ଦାଙ୍କୁ ତାଙ୍କର ପ୍ରଥମ  ବଙ୍ଗଳା ଉପହାରରେ ଦେଇଛନ୍ତି। ଏହି ବଙ୍ଗଳାର ନା ପ୍ରତୀକ୍ଷା ଆଉ  ଦାମ ହେଉଛି ୫୦ କୋଟି । ୧୯୭୫ର ଫିଲ୍ମ ସୋଲେର  ହିଟ୍‌ ପରେ  ବିଗ ବି ପତୀକ୍ଷାକୁ କିଣିଥିଲେ।  ଏହି ବଙ୍ଗଳା  କିଣିବା ପରେ  ଅମିତାଭ ବଚ୍ଚନ ତାଙ୍କ ମା  ତେଜି ବଚ୍ଚନ ଏବଂ ବାପା ହରିବଂଶ ରାୟ ବଚ୍ଚନଙ୍କ ସହିତ ରହୁଥିଲେ। ପିତା ମାତାଙ୍କ ଦେହାନ୍ତ ପରେ ଅମିତାଭ ପ୍ରତୀକ୍ଷା ବଙ୍ଗଳାକୁ ଛାଡି ବର୍ତ୍ତମାନ  ରହୁଥିବା ବଙ୍ଗଳା ଜଲସାକୁ ଚାଲିଆସିଥିଲେ। 

ଏବେ ବି ପତୀକ୍ଷାରେ ଅମିତାଭ ବଚ୍ଚନ ନିଜ ବାପା ମାଙ୍କ ରୁମ୍‌ କୁ ସେମିତି  ସଜେଇକି ରଖିଛନ୍ତି ଯେମିତି ପୂର୍ବରୁ ଥିଲା।  ସେହି ପ୍ରତୀକ୍ଷାକୁ ଏବେ ଅମିତାଭ ତାଙ୍କ ଗେହ୍ଲା ଝିଅ ଶ୍ୱେତାଙ୍କୁ ଉପହାରରେ ଦେଇଛନ୍ତି। ଅମିତାଭ  ବଚ୍ଚନଙ୍କ ଝିଅ ଶ୍ୱେତା ଜଣେ ଲେଖିକା, ସ୍ତମ୍ବକାର, ପୂର୍ବତନ ମଡେଲର ଏବଂ ଉଦ୍ୟେଗି। ବଙ୍ଗଳା ପ୍ରତୀକ୍ଷାରେ ଅଭିଶେକ ବଚ୍ଚନ ଏବଂ ଶ୍ୱେତା ବଚ୍ଚନଙ୍କ ପିଲାଦିନ କଟିଛି। ଏଥିସହିତ ଅଭିଶେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ଏହି ସ୍ଥାନରେ  ହାତକୁ ଦି ହାତ ହୋଇଥିଲେ।   ବଚ୍ଚନ ପରିବାର ଏବେ ୧୦ ହଜାର ୧୨୫ ବର୍ଗ ଫୁଟକୁ ନେଇ ହୋଇଥିବା  ଜଲସା ବଙ୍ଗଳାରେ ରହୁଛନ୍ତି।    

 ଅଧିକ ଦେଖନ୍ତୁୂ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Argus Whatsapp Channel Mobile Top
Sponsored
Amitabh Bachchan Gifts His First Home 'Prateeksha' Worth Rs 50 Crore To Daughter Shweta Nanda | Argus English