Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବିଶାଳ ଜନସମାବେଶକୁ ସମ୍ବୋଧନ କରି ମମତା ସରକାରର ଦୁର୍ନୀତିର ପୋଲ ଖୋଲିଲେ

National

ବିଶାଳ ଜନସମାବେଶକୁ ସମ୍ବୋଧନ କରି ମମତା ସରକାରର ଦୁର୍ନୀତିର ପୋଲ ଖୋଲିଲେ

Jitendra Dash
Browse all articles by Jitendra Dash
·2 years ago·1 min read
ବିଶାଳ ଜନସମାବେଶକୁ ସମ୍ବୋଧନ କରି ମମତା ସରକାରର ଦୁର୍ନୀତିର ପୋଲ ଖୋଲିଲେ

ଅର୍ଗସ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ କୋଲକାତାରେ ଅମିତ ଶାହଙ୍କ ରଣ ହୁଙ୍କାର । ବିଶାଳ ଜନସମାବେଶକୁ ସମ୍ବୋଧନ କରି ମମତା ସରକାରର ଦୁର୍ନୀତିର ପୋଲ ଖୋଲିଲେ । ଭ୍ରଷ୍ଟାଚାରୀ ଶାସନକୁ ଓପାଡ଼ି ଫୋପାଡ଼ିବାକୁ ଲୋକଙ୍କୁ ଦେଲେ ଆହ୍ବାନ । କହିଲେ ଯେଉଁ ମମତା ବାନାର୍ଜୀ ଦିନେ ନିର୍ବାଚନ ହିଂସା ନେଇ ଲଢୁଥିଲେ ଆଜି ତାଙ୍କରି ଦଳ ହିଂସାକର୍ମୀ ପାଲଟିଛନ୍ତି । ତେବେ ନାଗରିକତା ସଂଶୋଧନ ଆଇନର ଅଲବତ କାର୍ଯ୍ୟକାରି ହେବ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । 
ଅଧିକ ପଢନ୍ତୁ ଭାରତ ଖବର

ଏହି ଆଇନର କାର୍ଯ୍ୟକାରିତାକୁ କେହି ଅଟକାଇ ପାରିବେ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ୨୦୨୬ରେ ରାଜ୍ୟରେ ବିଜେପି ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ସହ କ୍ଷମତାକୁ ଆସିବ ବୋଲି ଦାବି କରିଛନ୍ତି ଶାହ । ୨୦୨୪ ଲୋକସଭା ନିର୍ବାଚନ ରାଜ୍ୟରେ ବିଜେପିର ପ୍ରଦର୍ଶନ ଓ ବିଧାନସଭା ନିର୍ବାଚନରେ ବିଜେପି ବିଜୟର ମୂଳଦୁଆ ପକାଇବ ବୋଲି ସେ କହିଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ୪୨ଟି ଆସନରୁ ୧୮ଟିରେ ବିଜୟୀ ହୋଇଥିଲା ବିଜେପି । ଯାହା କି ବର୍ତ୍ତମାନ ସୁଦ୍ଧା ସର୍ବାଧିକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Amit Shah's big CAA dare to Mamata in Kolkata rally | Argus English