ମୋଦିଙ୍କ ଶାସନ : ବଦଳିଛି ୧୫୦ ବର୍ଷର ପୁରୁଣା ସମ୍ବିଧାନ

ଅର୍ଗସ ବ୍ୟୁରୋ : ଆଇପିସି ଓ ସିଆର୍ପିସିରେ ସଂଶୋଧନ ବିଲ୍ ସଂପର୍କରେ ଆଲୋଚନା । ଲୋକସଭାରେ ବିଲ୍ ସଂପର୍କରେ କହିଲେ ଗୃହମନ୍ତ୍ରୀ ଅମିତ ଶାହ । ସେ କହିଛନ୍ତି ସିଆରପିସିରେ ପୂର୍ବରୁ ୪୮୪ ଧାରା ଥିଲା। ହେଲେ ବର୍ତ୍ତମାନ ଏଥିରେ ୫୩୧ ଧାରା ରହିବ । ୧୭୭ ଧାରାକୁ ବଦଳାଇ ଦିଆଯାଇଛି ଏବଂ ୯ ଧାରା ଯୋଡା ଯାଇଛି । ୩୯ଟି ନୂଆ ଉପ ଧାରା ଯୋଡା ଯାଇଛି ।
ଶାହ କହିଛନ୍ତି ୧୫୦ ବର୍ଷ ପୁରୁଣା ଏହି ୩ ଟି ଅପରାଧିକ ନ୍ୟାୟ ପ୍ରଣାଳୀ ଥିବା କାନୁନ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବ ଯୋଗୁଁ ଆମୂଳ ଚୂଳ ପରିବର୍ତ୍ତନ ଆସିଛି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନରେ ଗୁଲାମୀର ଚିହ୍ନବର୍ଣ୍ଣ ହଟିଯାଇଛି । ଆଇପିସି କାନୁନ ୧୮୬୦ ରେ ତିଆରି ହୋଇଥିଲା । ଯାହାର ଉଦ୍ଦେଶ୍ୟ ଦଣ୍ଡଦେବା ନୁହେଁ ବରଂ ନ୍ୟାୟ ଦେବା ଥିଲା । ହେଲେ ୨୦୨୩ରେ ଏହାକୁ ଭାରତୀୟ ନ୍ୟାୟ ସଂହିତାର ମାନ୍ୟତା ଦିଆଯାଇଛି । ସେହିପରି ଭାରତୀୟ ଦଣ୍ଡ ପ୍ରକ୍ରିୟା ସଂହିତାକୁ ବଦଳାଇ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଅନୁମୋଦନ କରାଯାଇଛି । ସେ କହିଛନ୍ତି , ‘ଭିଡ଼ ହିଂସା ପାଇଁ ନୂଆ ଆଇନରେ କଠୋର ଦଣ୍ଡ ବ୍ୟବସ୍ଥା ରହିଛି' ।