Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଲିଭିବ ଗୁଲାମୀର ସବୁ ଚିହ୍ନ, ଉଡ଼ିବ ଭାରତୀୟତାର ଧ୍ବଜା

National

ଲିଭିବ ଗୁଲାମୀର ସବୁ ଚିହ୍ନ, ଉଡ଼ିବ ଭାରତୀୟତାର ଧ୍ବଜା

Manini Pattanayak
Browse all articles by Manini Pattanayak
·2 years ago·2 min read
ଲିଭିବ ଗୁଲାମୀର ସବୁ ଚିହ୍ନ, ଉଡ଼ିବ ଭାରତୀୟତାର ଧ୍ବଜା

ନୂଆଦିଲ୍ଲୀ:  ଐତିହାସିକ ମୁହୁର୍ତ୍ତ, ଐତିହାସିକ ନିଷ୍ପତ୍ତି। ଇଂରେଜଙ୍କ ଦ୍ବାରା ପ୍ରସ୍ତୁତ ଦଣ୍ଡ ବିଧାନ ଆଇନ ନେବ ସମାଧି। ଷ୍ଟାଣ୍ଡିଂ କମିଟିର ସଂଶୋଧନ ପରେ ଆଜି ଲୋକସଭାରେ ପାରିତ ହୋଇଛି ନୂଆ ଭାରତୀୟ ନ୍ୟାୟ ସଂହିତା ବିଧେୟକ 2023। ନୂଆ ଭାରତରେ IPCର ସ୍ଥାନ ନେବ ଭାରତୀୟ ନ୍ୟାୟ ସଂହିତା, CrPCର ସ୍ଥାନ ନେବ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ବଦଳି ବନିଯିବ ଭାରତୀୟ ସାକ୍ଷ ବିଧେୟକ।  ସଂସଦରେ ଭାରତୀୟ ନ୍ୟାୟ ସଂହିତା ବିଧେୟକ ଉପରେ ବିସ୍ତୃତ ବକ୍ତବ୍ୟ ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ବିରୋଧୀଙ୍କ ପୁରୁଣା ଓ ନୂଆ ମଧ୍ୟରେ ଥିବା ପାର୍ଥକ୍ୟ ପ୍ରଶ୍ନର ଉତ୍ତର ଦେଇ ଶାହ କହିଛନ୍ତି, ପୁରୁଣା ଆଇନ ଆତ୍ମା ନଥିବା ଶରୀର ବା ଶବ ଭଳି। ନୂଆ ଆଇନ ମଧ୍ୟରେ ରହିଛି ଆତ୍ମା। 150 ବର୍ଷ ପୁରୁଣା 3 ଆଇନରେ ପ୍ରଥମ ଥର ପାଇଁ ଭାରତୀୟତା , ଭାରତୀୟ ସମ୍ବିଧାନର ମୁଲ୍ୟବୋଧ , ଭାରତୀୟଙ୍କ ଚିନ୍ତାଧାରକୁ ନେଇ ହୋଇଛି ପରିବର୍ତ୍ତନ। ଇଂରେଜମାନେ ନିଜ ଶାସନକୁ ସୁରକ୍ଷା ଦେବ ପାଇଁ ଏହି ଆଇନ ପ୍ରସ୍ତୁତ କରିଥିଲେ।

ମଣିଷ ହତ୍ୟା ଅପେକ୍ଷା ବ୍ରିଟିଶ ଶାସନ ବିରୋଧରେ ସ୍ବର ଉଠାଇବା ଥିଲା ବଡ଼ ଅପରାଧ। ଗୁଲାମ ପ୍ରଜାକୁ ଶାସନ କରିବାକୁ ବନାଯାଇଥିଲା ଏହି ଆଇନ। ଯେଉଁଥିରେ ନ୍ୟାୟର କଳ୍ପନା ହିଁ ନଥିଲା।  ନୂଆ ଆଇନରେ ଦେଶର ମହିଳା, ଶିଶୁ, ସୀମାର ସୁରକ୍ଷା ଆଦିକୁ ଦିଆଯାଇଛି ଅଧିକ ଗୁରୁତ୍ବ । ପୂର୍ବରୁ ଆତଙ୍କବାଦର କୌଣସି ବ୍ୟାଖ୍ୟା ନଥିଲା, ହେଲେ ନୂଆ ଆଇନରେ ଏହାର ବ୍ୟାଖ୍ୟା ରହିଛି । ଯେଉଁ ରାଜଦ୍ରୋହ ଆଇନ ମହାତ୍ମା ଗାନ୍ଧି, ସର୍ଦ୍ଦାର ପଟେଲଙ୍କ ଭଳି ବ୍ୟକ୍ତିତ୍ବଙ୍କୁ ଜେଲରେ ପୂରାଇଥିଲା, ତାହା ହଟି ଦେଶଦ୍ରୋହ ଆଇନରେ ପରିଣତ ହୋଇଛି। ସେହିପରି ଭିଡ ହତ୍ୟା ବା ମବ ଲିଞ୍ଚିଂ ପାଇଁ ମୃତ୍ୟୁଦଣ୍ଡର ପ୍ରାବଧାନ ରହିଛି। ସାଇବର ଅପରାଧକୁ ନେଇ ମଧ୍ୟ ରହିଛି ଦଣ୍ଡ ବିଧାନ। ଯାହା ବ୍ରିଟିଶ ପ୍ରସ୍ତୁତ କରିଥିବା ଆଇନରେ ନଥିଲା। 

 ଆମେ ଯାହା କହୁ, ତାହା ବାସ୍ତବରେ ପରିଣତ କରୁ। ଇଏ କଂଗ୍ରେସର ସରକାର ନୁହେଁ, ନରେନ୍ଦ୍ର ମୋଦି ସରକାର। ନରେନ୍ଦ୍ର ମୋଦି ଯାହା କୁହନ୍ତି ତାହା କରିକି ଦେଖାନ୍ତି ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଆମେ ରାମଲାଲାଙ୍କ ମନ୍ଦିର ପ୍ରତିଷ୍ଠା କଥା କହିଥିଲୁ, ଜାନୁଆରୀରେ ତାହା ପୁରଣ ହେବାକୁ ଯାଉଛି। ଜମ୍ମୁକାଶ୍ମୀରରୁ 370 ଧାରା ହଟିଲା। ଆତଙ୍କବାଦ ବିରୋଧରେ ଶକ୍ତ ପ୍ରହାର କରିଛି ମୋଦି ସରକାର ବୋଲି କହିଛନ୍ତି ଶାହ।   150 ବର୍ଷର  ସାମନ୍ତବାଦୀ ଆଇନ ବଦଳରେ ନୂଆ 3 ଆଇନ ଉପସ୍ଥାପନ କରି ଗର୍ବିତ ମନେ କରୁଛି ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
All signs of slavery will be extinguished, the flag of India will fly: amit shah | Argus English