|
logo
Live

Argus News - ଅଭିନେତା ତଥା ଡିଏମଡିକେ ନେତା ବିଜୟକାନ୍ତଙ୍କ ପରଲୋକ

National

ଅଭିନେତା ତଥା ଡିଏମଡିକେ ନେତା ବିଜୟକାନ୍ତଙ୍କ ପରଲୋକ

Ritu Das
Browse all articles by Ritu Das
·2 years ago·1 min read
ଅଭିନେତା ତଥା ଡିଏମଡିକେ ନେତା ବିଜୟକାନ୍ତଙ୍କ ପରଲୋକ

ଅର୍ଗସ ବ୍ୟୁରୋ: ସାଉଥ ଅଭିନେତା ତଥା ରାଜନେତା ଏବଂ ଡିଏମଡିକେ କ୍ୟାପଟେନ ବିଜୟକାନ୍ତଙ୍କ ପରଲୋକ ଘଟିଛି। କିଛି ଦିନ ହେଲା ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ନିଃଶ୍ବାସ ପ୍ରଶ୍ବାସ ନେବାରେ ତାଙ୍କୁ କଷ୍ଟ ଅନୁଭୂତ ହେବାରୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଥିଲା। ତାଙ୍କ ଚିକିତ୍ସା ପାଇଁ ଏକ ଡାକ୍ତରୀ ଟିମ୍ ପ୍ରସ୍ତୁତ କରାଯାଇଥିଲା। 

ଡାକ୍ତର ଉଦ୍ୟମ ପରେ ମଧ୍ୟ ତାଙ୍କୁ ବଞ୍ଚାଯାଇପାରିନଥିଲା । ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି। ଏହା ପରେ ହସ୍ପିଟାଲ ବାହାରେ ତାଙ୍କ ପ୍ରଶଂସକ ଏକାଠି ହୋଇଛନ୍ତି। 

ବିଜୟକାନ୍ତ ନଭେମ୍ବର ୨୦ ତାରିଖରେ ଚେନ୍ନାଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଉ ସୁସ୍ଥ ହୋଇ ଘରକୁ ମଧ୍ୟ ଆସିଥିଲେ। କିନ୍ତୁ ଶ୍ବାସକ୍ରିୟା କରିବାରେ ତାଙ୍କୁ କଷ୍ଟ ହେଉଥିଲା। ବିଜୟକାନ୍ତଙ୍କ ସାଉଥରେ ଫିଲ୍ମ ଯାତ୍ରା ଥିଲା ମଧ୍ୟ ଅଦ୍ଭୁତ। ପ୍ରାୟ ୧୫୪ ଫିଲ୍ମରେ ସେ ଅଭିନୟ କରିଛନ୍ତି। ଆଉ ସବୁ ଫିଲ୍ମ ଗୁଡ଼ିକ ମଧ୍ୟ ତାଙ୍କର ହିଟ ହୋଇଛି। ଏଭଳି ହାଠାତ ତାଙ୍କ ଫ୍ୟାନମାନଙ୍କୁ ଛାଡ଼ି ଚାଲିଯିବେ ବୋଲି କେହି ଭାବି ନ ଥିଲେ। ଅସଂଖ୍ୟ ଫ୍ୟାନ ହସ୍ପିଟାଲ ପରିସରରେ ତାଙ୍କର ଶେଷ ଦର୍ଶନ ପାଇଁ ଛିଡ଼ା ହୋଇଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Sponsored
ଅଭିନେତା ତଥା ଡିଏମଡିକେ ନେତା ବିଜୟକାନ୍ତଙ୍କ ପରଲୋକ | Argus English