ସୁଟକେସରେ ଓଡିଆ ଯୁବତୀଙ୍କ ମୃତଦେହ
·2 years ago·1 min read

ସୁନ୍ଦରଗଡ଼ : ସୁଟକେସରୁ ମିଳିଲା ମହିଳାଙ୍କ ମୃତଦେହ । ଚଳିତ ମାସ ୧୮ ତାରିଖ ଦିନ ମୁମ୍ବାଇର କୁର୍ଲା ଠାରେ ସୁଟକେସରେ ଜଣେ ମହିଳାଙ୍କ ମୃତଦେହ ମିଳିଥିବା ପୋଲିସ କହିଛି। ମୁମ୍ବାଇ ପୋଲିସର ସୂଚନାନୁସାରେ, ରାତି ପ୍ରାୟ 12.30 ସମୟରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଏକ ସୁଟକେସରୁ ମୃତଦେହ ଠାବ କରାଯାଇଥିଲା । ପୋଲିସ୍ ର ତଦନ୍ତ ପରେ ମୃତ ଯୁବତୀଙ୍କ ନାଁ ପ୍ରତିମା କିଶପଟ୍ଟା, ଘର ସୁନ୍ଦରଗଡ ଲେଫ୍ରିପଡ଼ା ଥାନା ବନ୍ଦଲିକାନି ବୋଲି ସୂଚନା ମିଳିଛି।
ଅଧିକ ପଢନ୍ତୁ : ଅଫିସ୍ରେ ପଶି ପତ୍ନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ୱାମୀ
କିଛି ମାସ ତଳେ ସେ ମୁମ୍ଵାଇ ଦାଦନ ଖଟିବାକୁ ଯାଇ ସେଠାରେ ଜଣକ ଘରେ କାମ କରୁଥିଲେ।ମୃତକଙ୍କ ପାଖରୁ ଠିକଣା ମିଳିବା ପରେ ପୁଲିସ ପରିବାର ଲୋକଙ୍କ ସହ ଯୋଗାଯୋଗ କରିଥିଲା। ଏହା ପରେ ପରିବାର ଲୋକେ ମୁମ୍ବାଇ ଯାଇଛନ୍ତି। ତେବେ ଯୁବତୀଙ୍କ ମୃତ୍ୟୁ କିପରି ହେଲା, ଆଟାଚି ଭିତରେ ମୃତଦେହ କିଏ ରଖିଲା ଜଣାପଡ଼ିନାହିଁ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: