ବଢ଼ିଲା ପାକିସ୍ତାନ-ଇରାନ ବିବାଦ, ପୁଣି ଆଉ ଏକ ଯୁଦ୍ଧର ପଦଧ୍ବନି

ନୂଆଦିଲ୍ଲୀ: ବଢ଼ିଲା ପାକିସ୍ତାନ-ଇରାନ ବିବାଦ। ଇରାନ ଆକ୍ରମଣର ପ୍ରତିଶୋଧ ରେ ପ୍ରତିଆକ୍ରମଣ କଲା ପାକିସ୍ତାନ। ଇରାନ ପାକିସ୍ତାନ ଉପରେ ଆକ୍ରମଣ କରିବାର ଠିକ୍ ଗୋଟିଏ ଦିନ ପରେ ପାକିସ୍ତାନ ଇରାନ ଉପରେ ଏହି ଆକ୍ରମଣ କରିଛି ଯେଉଁଥିରେ ୯ ଜଣଙ୍କ ମୃତ ଘଟିଛି। ପାକିସ୍ତାନୀ ବାୟୁସେନା ଇରାନ ସୀମାରେ ପ୍ରବେଶ କରି ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନ ଉପରେ ଏୟାରଷ୍ଟ୍ରାଇକ କରିଛି।
ପାକିସ୍ତାନର ଏହି ମାର୍ଗ ବାର ସରମାଚାର ଅପରେସନରେ ପାକ୍ ସୈନ୍ୟମାନେ ଇରାନର ସିସ୍ତାନ ଏବଂ ବାଲୁଚିସ୍ତାନ ପ୍ରଦେଶର ସରୱାନ ସହରରେ ବାଲୁଚିସ୍ତାନ ଲିବରେଶନ ଫ୍ରଣ୍ଟ ଏବଂ ବାଲୁଚିସ୍ତାନ ଲିବରେଶନ ଆର୍ମି ପୋଷ୍ଟ ଉପରେ ଆକ୍ରମଣ କରିଥିବା ଜଣାଯାଇଛି। ତେବେ ଆଟାକ୍ ପରେ ପାକିସ୍ତାନ ଇରାନ୍ କୁ ଏପରି ବିବାଦୀୟ ପରିସ୍ଥିତି ସୃଷ୍ଟି ନକରିବାକୁ ଅପିଲ କରିଛି । ପାକିସ୍ଥାନର ଦୋ ମୁହାଁ ନିତି କୁ ସାମନାକୁ ଆଣିଛି। ନିଜ ଦେଶରେ ଆତଙ୍କୀଙ୍କୁ ଲୁଚାଇ ରଖି ପଡୋଶୀ ଦେଶକୁ ଉପଦେଶ ଝାଡୁଛି ପାକିସ୍ତାନ। ଚାରିପଟେ ପଡୋଶିଙ୍କୁ ଶତ୍ରୁ କରି ନିଜ ଦେଶରେ ଆତଙ୍କବାଦୀ ରୁପି ସାପ ଙ୍କୁ ପାଳୁଛି ପାକିସ୍ତାନ।
ଅଧିକ ପଢନ୍ତୁ ବିଦେଶ ଖବର