ବିଶାଖାପଟନମ୍ର ଏକ ବନ୍ଦରରେ ଭୟଙ୍କର ଅଗ୍ନିକାଣ୍ଡ
·2 years ago·1 min read

ନୂଆଦିଲ୍ଲୀ: ବିଶାଖାପଟନମ୍ର ଏକ ବନ୍ଦରରେ ଭୟଙ୍କର ଅଗ୍ନିକାଣ୍ଡ। ଏହି ଘଟଣାରେ ପ୍ରାୟ ୪୦ଟି ମତ୍ସ୍ୟଜୀବୀ ଡଙ୍ଗା ପୋଡ଼ି ପାଉଁଶ ହୋଇଯାଇଛି। ରବିବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ମତ୍ସ୍ୟଜୀବୀମାନେ ସନ୍ଦେହ କରୁଛନ୍ତି ଯେ, କିଛି ଅପରାଧୀ ଡଙ୍ଗାରେ ନିଆଁ ଲଗାଇ ଦେଇଛନ୍ତି। ଫଳରେ ୩୦ କୋଟି ଟଙ୍କାର କ୍ଷତି ଘଟିଛି।
ମତ୍ସ୍ୟଜୀବୀ ଏବଂ ସ୍ଥାନୀୟ ପୋଲିସର କହିବା ଅନୁସାରେ, ପ୍ରଥମେ ଗୋଟିଏ ଡଙ୍ଗାରେ ନିଆଁ ଲାଗିବା ପରେ ପାଖକୁ ପାଖ ଲାଗି ରହିଥିବା ଅନ୍ୟ ସବୁ ଡଙ୍ଗାକୁ ବ୍ୟାପି ଯାଇଥିଲା। ଡଙ୍ଗାରେ ଗ୍ୟାସ୍ ସିଲିଣ୍ଡର ଥିବାରୁ ଖୁବଶୀଘ୍ର ନିଆଁ ବ୍ୟାପିଯିବା ସହ ସିଲିଣ୍ଡର ଫାଟି ବିରାଟ ବିସ୍ଫୋରଣ ଘଟିଥିଲା। ସିଲିଣ୍ଡରଗୁଡିକ ଏପରି ଫାଟିଥିଲା ଯେ, ଏହାର ଶବ୍ଦରେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ। ଅଗ୍ନିଶମ ବାହିନୀ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏନେଇ ପୋଲିସ ପକ୍ଷରୁ ଏକ ମାମଲା ମଧ୍ୟ ରୁଜୁ ହୋଇଛି।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: