Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାମ ମନ୍ଦିର ପାଇଁ ତିଆରି ଚାଲିଛି ବିରାଟ ଧ୍ବଜା ଦଣ୍ଡ

National

ରାମ ମନ୍ଦିର ପାଇଁ ତିଆରି ଚାଲିଛି ବିରାଟ ଧ୍ବଜା ଦଣ୍ଡ

Smruti Parija
Browse all articles by Smruti Parija
·2 years ago·2 min read
ରାମ ମନ୍ଦିର ପାଇଁ ତିଆରି ଚାଲିଛି ବିରାଟ ଧ୍ବଜା ଦଣ୍ଡ

ଅର୍ଗସ ବ୍ୟୁରୋ: ଜାନୁଆରୀରେ ଭକ୍ତଙ୍କ ପାଇଁ ଖୋଲିବ ଅଯୋଧ୍ୟା ରାମ ମନ୍ଦିର । ଏହାକୁ ନେଇ ସାରା ଦେଶରେ ଏବେ ଖୁବ ଚର୍ଚ୍ଚା । ଦିନ ଯେତିକି ଯେତିକି ପାଖେଇ ଆସୁଛି ଶ୍ରଦ୍ଧାଳୁଙ୍କ ମନରେ ଉତ୍କଣ୍ଠା ମଧ୍ୟ ବୃଦ୍ଧି ପାଉଛି । ଆଉ ଏହାର ପ୍ରତିଷ୍ଠା ଉତ୍ସବ ପାଇଁ ଏକ ଭବ୍ୟ ଆୟୋଜନ ମଧ୍ୟ ହେଉଛି । ଆସନ୍ତା ଜାନୁଆରି ୨୨ରେ ଶ୍ରୀରାମଲଲ୍ଲାଙ୍କ ଶ୍ରୀବିଗ୍ରହର ପ୍ରାଣ ପ୍ରତିଷ୍ଠା କରାଯିବ । ଏହି ଭବ୍ୟ ସମାରୋହ ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । 

ତେବେ ଏହାରି ଭିତରେ ରାମ ମନ୍ଦିର ପାଇଁ ତିଆରି ଚାଲିଛି ବିରାଟ ଧ୍ବଜା ଦଣ୍ଡ । ଯାହାର ଚିତ୍ର ସାମନାକୁ ଆସିଛି । ଏହି ଧ୍ୱଜା ଦଣ୍ଡର ଆକାର ଓ ସୁନେଲୀ ରଙ୍ଗ ଖୁବ ଚିତ୍ତାକର୍ଷକ ଲାଗୁଛି । ଦେଖିଲେ ଆଖି ଝଲସି ଉଠୁଛି । ଏହି ମୁଖ୍ୟ ଧ୍ବଜା ଦଣ୍ଡର ଓଜନ ରହିଛି ପ୍ରାୟ 5500 କେଜି । ଗୁଜୁରାଟର ଶ୍ରୀ ଅମ୍ବିକା ଇଞ୍ଜିନିୟରିଂ ଓ୍ବାର୍କସ ଦ୍ବାରା ନିର୍ମାଣ କରାଯାଉଛି । 
ଏହି ବିରା ଧ୍ୱଜା ଦଣ୍ଡ ଦେଖିବାକୁ ଖୁବ ଆକର୍ଷଣୀୟ ଓ ଆଶ୍ଚର୍ଯ୍ୟ ଲାଗୁଛି । କାରିଗର ମାନେ ମଧ୍ୟ ଏହି ବିରାଟ କାୟ ଧ୍ୱଜା ଦଣ୍ଡ ବନାଇ ନୂଆ ଅନୁଭବ ପାଇଛନ୍ତି । ଯାହାକୁ କ୍ୟାମେରା ଆଗରେ ବଖାଣିଛନ୍ତି ।  

ଅନ୍ୟପଟେ ରାମ ମନ୍ଦିରରେ ଶ୍ରୀବିଗ୍ରହଙ୍କର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ସାରାଦେଶରୁ ପ୍ରାୟ ୬ ହଜାର ଲୋକଙ୍କୁ ନିମନ୍ତ୍ରଣ କରାଯିବ । ଏଥିପାଇଁ ନିମନ୍ତ୍ରଣପତ୍ର ପ୍ରସ୍ତୁତ ହୋଇଯାଇଛି । ଏହି ନିମନ୍ତ୍ରଣ ପତ୍ରର ଫଟୋଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଡାକ ମାଧ୍ୟମରେ ନିମନ୍ତ୍ରଣ ପତ୍ର ପଠାଯାଉଛି । ଏଥିରେ ଦୂରଦୂରାନ୍ତରୁ ଆସିଥିବା ସାଧୁ, ମହାମଣ୍ଡଳେଶ୍ୱର, ଗୁରୁ ମଧ୍ୟ ସାମିଲ ହେବା ନେଇ ଜଣାପଡିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A huge flag pole-weight-of-5500-flag-pole- is being made for the Ram temple | Argus English