Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମାସେ ହେବ ମହାଦେବଙ୍କ ମନ୍ଦିର ପରିକ୍ରମା କରୁଛି କୁକୁର

National

ମାସେ ହେବ ମହାଦେବଙ୍କ ମନ୍ଦିର ପରିକ୍ରମା କରୁଛି କୁକୁର

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ମାସେ ହେବ ମହାଦେବଙ୍କ ମନ୍ଦିର ପରିକ୍ରମା କରୁଛି କୁକୁର

ଅର୍ଗସ ବ୍ୟୁରୋ : ମନ୍ଦିର  ପରିକ୍ରମା କରୁଛି କୁକୁର । ଘଂଟାଏ କି ଦୁଇଘଂଟାଏ ପାଇଁ ନୁହେଁ ବରଂ ୨୪ ଘଂଟା ପାଇଁ । ଯଦି ଭିଡ ଦେଖୁଛି, ତେବେ ଚୁପ ରହୁଛି । କଥାଟା ଆଶ୍ଚର୍ଯ୍ୟ ଲାଗିଲେ ବି ସତ ।  କୁକୁରଟି ଥରେ କି ଦୁଇଥର ନୁହେଁ ବରଂ ଦିନରାତି ଅନବରତ ପରିକ୍ରମା କରୁଛି ମନ୍ଦିର । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ବି ଚର୍ଚ୍ଚା । ହେଲେ କାରଣ ଖୋଜିପାଉନାହାନ୍ତି କେହି... ବିହାରର ଗୟାରେ ମଙ୍ଗଳେଶ୍ବର ମହାଦେବ ମନ୍ଦିରର ଏହି କୁକୁର ଏବେ ଚର୍ଚ୍ଚାରେ ।

ଏହି ମନ୍ଦିର ପରିସରରେ ଥିବା ଏକ କୁକୁର ଦୀର୍ଘ ଏକମାସ ହେବ ମନ୍ଦିର ଚତୁଃପାର୍ଶ୍ବରେ ପରିକ୍ରମା କରୁଛି । ପ୍ରଥମେ ମନ୍ଦିର ପରିସରର ପୂଜାରୀ ଏଥିପ୍ରତି ଧ୍ୟାନ ଦେଇନଥିଲେ । ସେମାନେ ଭାବିଥିଲେ କୁକୁର ଖାଦ୍ୟ ସନ୍ଧାନରେ ଏପରି ବୁଲୁଛି । ହେଲେ ଦିନେ କି ଦୁଇଦିନ ନୁହେଁ, ଦୀର୍ଘ ଏକାମାସ ହେବ ଏପରି ମନ୍ଦିର ପରିକ୍ରମା କରୁଥିଲା ଏହି କୁକୁରଟି। 

ଏହି କୁକୁରକୁ ଦେଖିବାକୁ ଅନେକ ସ୍ଥାନରୁ ଲୋକଙ୍କ ଭିଡ ଜମିଛି । କୁକୁର ଉପରେ ସତ୍ୟାସତ୍ୟ ଜାଣିବା ପାଇଁ ମନ୍ଦିର ଦର୍ଶନରେ ଆସିଥିବା ଅନେକ ଭକ୍ତ କୁକୁରକୁ ଦେଖି ଭିଡିଓ କରୁଛନ୍ତି । ସେଠାରେ କୁକୁରକୁ ଦେଖିବା ପରେ ହିଁ ସେମାନେ ବିଶ୍ବାସ କରୁଛନ୍ତି । କୁକୁରଟି ଏପରି ପରିକ୍ରମା ସେଠାରେ ଚର୍ଚ୍ଚାର ବିଷୟ ପାଲଟିଛି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A dog has been going around the temple of Mahadev for months | Argus English