ହଜିଲା ପର୍ସ ପାଇଲା ପରେ କାନ୍ଦି ପକାଇଲେ, ତାଜା ହେଲା ପୁରୁଣା ସ୍ମୃତି

ନୂଆଦିଲ୍ଲୀ: ହଜି ଯାଇଥିବା ଜିନିଷଟିକୁ ବୁହୁ ଖୋଜାଖୋଜି କରିବା ପରେ ବି ମିଳିଲାନି। କିନ୍ତୁ ହଠାତ ୬୫ ବର୍ଷ ପରେ ମିଳିଗଲା। ଯାହା କୌଣସି ଚତ୍ମକାରଠୁ କମ ନୁହେଁ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ୬୫ ବର୍ଷ ତଳେ ହଜିଥିବା ଏକ ପର୍ସ ପୁନର୍ବାର ମିଳିଛି। ଆଟଲାଣ୍ଟାରେ ଏକ ଚଳଚ୍ଚିତ୍ର ଥିଏଟରର ପୁନଃନିର୍ମାଣ ସମୟରେ ଶ୍ରମିକ ମାନଙ୍କୁ ଏହି ପର୍ସ ମିଳିଥିଲା। କାମ କରୁଥିବା ଶ୍ରମିକ ମାନେ ଏହି ପର୍ସ ଟିକୁ ନେଇ ସିନେମା ହଲର ମାଲିକଙ୍କୁ ଦେଇଦେଇଥିଲେ।
ଏହି ପର୍ସ ଟି କାହାର ମାଲିକ ଯାଞ୍ଚରେ ଲାଗିପଡିଲେ। ଅନଲାଇନରେ ଖୋଜିବା ଆରମ୍ଭ କରିଦେଲେ। ଶେଷରେ ଜାଣିବାକୁ ପାଇଲେ ଏ ଓ୍ୱାଲେଟ୍ ଟି ୬୫ ବର୍ଷ ପୂର୍ବେ ଫିଲ୍ମ ହଲକୁ ଦେଖିବାକୁ ଆସିଥିବା ଜଣେ ମହିଳାଙ୍କର । ଯାହା ତାଙ୍କଠୁ ହଜିଯାଇଥିଲା। ଆଉ ତାଙ୍କ ଘର ଏହି ଅଳ୍ପ ଦୂରରେ ବୋଲି। କିନ୍ତୁ ପର୍ସ ଟି ଯେଉଁ ମହିଳାଙ୍କର ତାଙ୍କର ୨୦୦୫ ମସିହାରେ ୮୭ ବର୍ଷ ବୟସରେ ମୃତ୍ୟୁ ହୋଇସାରିଛି।

📱 Get Argus News App
✨ହେଟେଲ ମାଲିକ ଉକ୍ତଙ୍କ ମହିଳାଙ୍କ ୭୧ ବର୍ଷ ବୟସର ଝିଅଙ୍କୁ ଯୋଗାଯୋଗ କରି ପର୍ସ ଫେରାଇଥିଲେ। ମହିଳାଙ୍କ ଝିଅ ତାଙ୍କ ମାଙ୍କର ହଜିଥିବା ଅନେକ ବର୍ଷର ପୁରୁଣା ପର୍ସକୁ ଦେଖି ଭାବୁକ ହୋଇପଡିଥିଲେ। ଝିଅ ଥିଆ କୁଲବ୍ରେଥ୍ ଚାମ୍ବରଲେନ୍ ତାଙ୍କ ମାଙ୍କ ପର୍ସ ହାତରେ ଧରି କାନ୍ଦି ପକାଇଥିଲେ। ସେ ବିଶ୍ୱାସ କରିପାରୁନଥିଲେ ସତରେ କଣ ମୋ ମାର ବର୍ଷ ବର୍ଷ ଧରି ହଜିଥିବା ପର୍ସଟି ମିଳିଯାଇଛି। ଉକ୍ତ ପର୍ସରେ ପୁରୁଣା ଫଟୋ, ଫିଲ୍ମ ଟିକେଟ ଏକ ଲାଇବ୍ରେରୀ କାର୍ଡ ଥିଲା।
ଅଧିକ ପଢନ୍ତୁ ବିଦେଶ ଖବର