୩ ଶାବକଙ୍କୁ ଜନ୍ମ ଦେଲା ନାମିବ୍ୟାରୁ ଆସିଥିବା ଚିତା

ଅର୍ଗସ ବ୍ୟୁରୋ : ନୂଆବର୍ଷରେ କୁନୋ ନ୍ୟାସନାଲ ପାର୍କରୁ ଆସିଲା ଖୁସି ଖବର । ନୂଆ ଆଶା ସୃଷ୍ଟି କଲା ଚିତା ଆଶା । ୩ ଶାବକଙ୍କୁ ଜନ୍ମ ଦେଇଛି ନାମିବ୍ୟାରୁ ଆସିଥିବା ଚିତା ଆଶା । ଏହାକୁ ମିଶାଇ କୁନୋ ଜାତୀୟ ଉଦ୍ୟାନରେ ଚିତା ସଂଖ୍ୟା ୧୮ରେ ପହଞ୍ଚିଛି । ୩ ଶାବକ ସୁସ୍ଥ ଥିବା ବେଳେ ସେମାନଙ୍କ ଭିଡିଓ ଏବେ ସାମ୍ନାକୁ ଆସିଛି । ୨୦୨୨ ସେପ୍ଟେମ୍ବର ୧୭ରେ କୁନୋ ନ୍ୟାସନାଲ ପାର୍କକୁ ନାମିବ୍ୟାରୁ ୮ ଚିତା ଆସିଥିବା ବେଳେ ଏଥି ମଧ୍ୟରେ ଥିଲା ଚିତା ଆଶା ।
ଅଧିକ ପଢନ୍ତୁ ଭାରତ ଖବର
ଆଉ ଏବେ ଆଶା ଗର୍ଭରୁ ୩ଟି ଶାବକ ଜନ୍ମ ହେବା ପରେ ଚିତା ବଂଶ ବୃଦ୍ଧି ନେଇ ସୃଷ୍ଟି ହୋଇଛି ନୂଆ ଆଶା । ଭାରତରେ ଚିତା ପ୍ରୋଜେକ୍ଟ ପାଇଁ ପର୍ଯ୍ୟାୟକ୍ରମେ ନାମିବ୍ୟାରୁ ୮ ଏବଂ ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତା ଅଣାଯାଇଥିଲା । ତେବେ ନୂଆ ପରିବେଶ ଏବଂ ସଂକମ୍ରଣ କାରଣରୁ ୬ ଚିତାଙ୍କ ମୃତ୍ୟୁ ହୋଇଥିଲା । ଏବେ ୩ ଶାବକଙ୍କ ଜନ୍ମ ପରେ ଚିତା ସଂଖ୍ୟା ୧୮ରେ ପହଞ୍ଚିଛି ।