ନାରୀ-ପୁରୁଷ ଏକା ସାଙ୍ଗେ କାମ କରି ଆଗକୁ ବଢିବା ଟ୍ୟାଲେଣ୍ଟନୋମିକ୍ସ ଇଣ୍ଡିଆର ଲକ୍ଷ

ନୂଆଦିଲ୍ଲୀ: ପୁରୁଷ ପରି ନାରୀକୁ ସମାନ ଅଧିକାର.. ଯେକୌଣସି କ୍ଷେତ୍ରରେ ବା ଯେକୌଣସି ସ୍ଥାନ ହେଉ ନାରୀକୁ ଗୁରୁତ୍ୱ ଆଉ ପ୍ରାଧାନ୍ୟ ଦେବା, ନାରୀ ପୁରୁଷ ଏକା ସାଙ୍ଗେ କାମ କରି ଆଗକୁ ବଢିବା ଟ୍ୟାଲେଣ୍ଟନୋମିକ୍ସ ଇଣ୍ଡିଆର ଏକାନ୍ତ ଲକ୍ଷ। ଏହି ପରିପ୍ରେକ୍ଷୀରେ ଟ୍ୟାଲେଣ୍ଟନୋମିକ୍ସ ଇଣ୍ଡିଆ, କେଏଏସ୍ (କାସ୍) ଜାପାନର ସହଯୋଗରେ ୮ମ ବାର୍ଷିକ ଗ୍ଲୋବାଲ ଲିଡରସିପ୍ ସମ୍ମିଳନୀ ନୂଆଦିଲ୍ଲୀ ଏରୋସିଟୀସ୍ଥିତ ହୋଟେଲ ହଲିଡେ ଇନ୍ରେ ଆୟୋଜିତ ହୋଇଯାଇଛି। ‘ଗୃହ, ଶିକ୍ଷା, କାର୍ଯ୍ୟକ୍ଷେତ୍ର ଏବଂ ସମାଜରେ ସମାନତା’ ବିଷୟବସ୍ତୁ ଉପରେ ଆଧାରିତ ଏହି ଏକ ଦିବସୀୟ ସମ୍ମିଳନୀରେ ଅନ୍ତର୍ନିହିତ ଆଲୋଚନା, ସଶକ୍ତ ସ୍ୱର ଉତ୍ତୋଳନ ଏବଂ ଜୀବନର ସମସ୍ତ କ୍ଷେତ୍ରରେ ସମାନତା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ।
ବିଗତ ୮ ବର୍ଷ ମଧ୍ୟରେ, ଟ୍ୟାଲେଣ୍ଟନୋମିକ୍ସ ଇଣ୍ଡିଆ ୪୦ ଟି ସଙ୍ଗଠନ ସହ ସଂଯୁକ୍ତ ହୋଇ ୧୦୦ ରୁ ଊର୍ଦ୍ଧ୍ୱ ବିଶ୍ୱସ୍ତରୀୟ ନେତୃତ୍ୱକୁ ସାମିଲ କରି ପ୍ରାୟ ୩୦୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିବିଶେଷଙ୍କୁ ପ୍ରଭାବିତ କରି ଏକ ଅବିସ୍ମରଣୀୟ ଚିହ୍ନ ଛାଡ଼ିଯାଇଛି । ସମାଜର ବିଭିନ୍ନ କ୍ଷେତ୍ରରୁ ଆସିଥିବା ବକ୍ତାମାନେ ସମ୍ମିଳନୀରେ ଏକ ସମୃଦ୍ଧ ଏବଂ ପ୍ରଭାବଶାଳୀ ଆଲୋଚନା ଏବଂ ଅନ୍ତର୍ନିହିତ ଉପସ୍ଥାପନା କରିଥିଲେ । ଶ୍ରୀମତୀ ନିକିତା ସିଙ୍ଗଲା ଏବଂ ଅନୀଶ ପଟ୍ଟନାୟକଙ୍କ ଉଦ୍ବୋଧନ ମାଧ୍ୟମରେ ସମ୍ମିଳନୀ ଆରମ୍ଭ ହୋଇଥିଲା । ଟ୍ୟାଲେଣ୍ଟନୋମିକ୍ସ ଇଣ୍ଡିଆର ପ୍ରତିଷ୍ଠାତା ତଥା ସିଇଓ ଶ୍ରୀମତୀ ଇପ୍ସିତା କାଥୁରିଆ କହିଥିଲେ ଯେ ବିଭିନ୍ନ ସଙ୍ଗଠନ ଗୁଡିକରେ ନାରୀଙ୍କ ନାରୀଙ୍କ ନେତୃତ୍ୱ ଖୁବ୍ କମ୍ ଥାଏ। ସମାଜରୁ ଏହି ମାଇଣ୍ଡ ସେଟ୍ କିପରି ପରିବର୍ତ୍ତନ ହେବ ସେ ଦିଗରେ ଆମର ଏ ପ୍ରୟାସ। ଆମର ଯାତ୍ରା ଏକ ନିରନ୍ତର ଅଭିବୃଦ୍ଧି ଏବଂ ପ୍ରଭାବପୂର୍ଣ୍ଣ ଯାତ୍ରା । ସମାଜରେ ପରିବର୍ତ୍ତନ ଆଣିବା ଏବଂ ଏକ ସମ୍ମିଳିତ ବିଶ୍ୱ ସୃଷ୍ଟି କରିବାରେ ଆମେ ଅଗ୍ରଣୀ ରହିଥିବାରୁ ଆମେ ଗର୍ବିତ ବୋଲି କହିଥିଲେ ଇପ୍ସିତା କାଥୁରିଆ ।
ଅଧିକ ଦେଖନ୍ତୁ :