Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୨୯ରେ ପରୀକ୍ଷା ପେ ଚର୍ଚ୍ଚାର ସପ୍ତମ ସଂସ୍କରଣ ହେବ ଆୟୋଜିତ

National

୨୯ରେ ପରୀକ୍ଷା ପେ ଚର୍ଚ୍ଚାର ସପ୍ତମ ସଂସ୍କରଣ ହେବ ଆୟୋଜିତ

Banajyotshna Ray
Browse all articles by Banajyotshna Ray
·2 years ago·1 min read
୨୯ରେ ପରୀକ୍ଷା ପେ ଚର୍ଚ୍ଚାର ସପ୍ତମ ସଂସ୍କରଣ  ହେବ ଆୟୋଜିତ

ଅର୍ଗସ ବ୍ୟୁରୋ:  29 ତାରିଖରେ ପରୀକ୍ଷା ପେ ଚର୍ଚ୍ଚାର ସପ୍ତମ ସଂସ୍କରଣ ଆୟୋଜିତ ହେବ । 2 କୋଟି 5 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ସହ ପରୀକ୍ଷା ସମ୍ପନ୍ଧୀୟ ଚର୍ଚ୍ଚା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଚଳିତ ବର୍ଷ ମଧ୍ୟ ଜାନୁଆରୀ 29 ତାରିଖ ପୂର୍ବାହ୍ନ 11ଟାରେ ପ୍ରଗତୀ ମଇଦାନର ଭାରତ ମଣ୍ଡପମରେ ଆୟୋଜିତ ହେବାକୁ ଯାଉଛି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ର-ଛାତ୍ରୀଙ୍କ ସମେତ ଶିକ୍ଷକ ଏବଂ ଅଭିଭାବକଙ୍କ ସହ ପରୀକ୍ଷା ସମ୍ବନ୍ଧୀୟ ଚର୍ଚ୍ଚା କରିବେ। ଏଥିଲାଗି ୟୁଜିସି ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଚିଠି ଲେଖିଛି। ବିଶ୍ବବିଦ୍ୟାଳୟ ଗୁଡ଼ିକରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖାଇବାକୁ ଚିଠିରେ କୁହାଯାଇଛି ।

ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ଡିଡି ନ୍ୟୁଜ, ଡିଡି ନ୍ୟାସନାଲ ଓ ବିଭିନ୍ନ ନ୍ୟୁଜ ଚ୍ୟାନାଲ ମାଧ୍ୟମରେ କରାଯିବ। ଏହାସହ ରେଡିଓ ଏବଂ ଏଫଏମ ଚ୍ୟାନେଲ ସହ ସୋସିଆଲ ମିଡିଆରେ ମଧ୍ୟ ପ୍ରସାରଣ ହେବ ବୋଲି ଚିଠିରେ ଉଲ୍ଲେଖ ରହିଛି । ପରୀକ୍ଷା ପେ ଚର୍ଚ୍ଚାର ଚଳିତ ସଂସ୍କରଣ ପାଇଁ ବର୍ତ୍ତମାନ ସୁଦ୍ଧା 2.5 କୋଟି ଛାତ୍ରଛାତ୍ରୀ, 14.93 ଲକ୍ଷ ଶିକ୍ଷକ ଓ  5.69 ଲକ୍ଷ ଅଭିଭାବକ ପଞ୍ଜିକରଣ କରିସାରିଛନ୍ତି।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
7th edition of Prime Minister Narendra Modi’s ‘Pariksha Pe Charcha 2024’ to be held on 29th January | Argus English