|
logo
Live

Argus News - ସାଧାରଣତନ୍ତ୍ର ଦିବସ; ଶୋଭା ବଢ଼ାଇଲା ଓଡ଼ିଶାର ପ୍ରଜ୍ଞାପନ ମେଢ 

National

ସାଧାରଣତନ୍ତ୍ର ଦିବସ; ଶୋଭା ବଢ଼ାଇଲା ଓଡ଼ିଶାର ପ୍ରଜ୍ଞାପନ ମେଢ 

Smruti Parija
Browse all articles by Smruti Parija
·2 years ago·2 min read
ସାଧାରଣତନ୍ତ୍ର ଦିବସ; ଶୋଭା ବଢ଼ାଇଲା ଓଡ଼ିଶାର ପ୍ରଜ୍ଞାପନ ମେଢ 

Key Points

  • କାଶ୍ମୀରରୁ କନ୍ୟାକୁମାରୀ ସବୁଠି ସାଧାରଣତନ୍ତ୍ର ଦିବସର ଧୁମ୍
  • ପରେଡରେ ଅଭିଭାଦନ ଗ୍ରହଣ କଲେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ 
  • କର୍ତ୍ତବ୍ୟ ପଥରେ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ
  • ଆକର୍ଷଣ ସାଜିବା ସହ ଶୋଭା ବଢ଼ାଇଲା ଓଡ଼ିଶାର ପ୍ରଜ୍ଞାପନ ମେଢ 
  • ତାଳିମାରି କଳାକାରଙ୍କୁ ଉତ୍ସାହିତ କଲେ ପ୍ରଧାନ ଦମ୍ପତ୍ତି
  • ଯୁଦ୍ଧ ସ୍ମାରକୀରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦି
     

ଅର୍ଗସ ବ୍ୟୁରୋ: ଅମୃତ କାଳରେ ଦେଶର କୋଣ ଅନୁକୋଣରେ ଫର୍ ଫର୍ ହୋଇ ଉଡୁଛି ତ୍ରିରଙ୍ଗା। ଦେଶ ପାଳୁଛି 75 ତମ ସାଧାରଣତନ୍ତ୍ର ଦିବସ । ଗୁଞ୍ଜରିତ ହୋଇଛି ଜାତୀୟ ସଙ୍ଗୀତ... ବନ୍ଦେ ମାତରମ୍‌ ଧ୍ବନିରେ କମ୍ପିଛି ଗଗନ ପବନ । ନୂଆଦିଲ୍ଲୀ କର୍ତ୍ତବ୍ୟ ପଥରେ ଜାତୀୟ ପତାକା ଉତ୍ତୋଳନ କରିବା ପରେ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁଖ୍ୟ ଅତିଥି ତଥା ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ । କେନ୍ଦ୍ର ମନ୍ତ୍ରିମଣ୍ଡଳ ସଦସ୍ୟ, ତିନି ସେନା ମୁଖ୍ୟ ମଧ୍ୟ ଉପସ୍ଥିତ ଥିଲେ । ପ୍ରଥମଥର ପାଇଁ  କର୍ତ୍ତବ୍ୟ ପଥରେ ପ୍ରଥମେ ଶଂଖନାଦ,  ଭେରୀ, ତୁରୀ, ଝାଞ୍ଜ ମୃଦଙ୍ଗ ଧ୍ୱନୀ ସହ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ ।

ପରେଡରେ ସର୍ବ-ମହିଳା ତ୍ରି-ସେବା କଣ୍ଟିଜେଣ୍ଟ ଅଂଶଗ୍ରହଣ ସହ ମୋର୍ଚ୍ଚା ସମ୍ଭାଳିଥିଲେ । ରାଫାଲ ଯୁଦ୍ଧ ବିମାନ ସହ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର T-90 ଭୀଷ୍ମ ଟ୍ୟାଙ୍କ,  ନାଗ୍‌, ପିନାକ ମିସାଇଲ, ୱିପେନ ଲୋକେଟିଂ ରାଡାର ସିଷ୍ଟମ, ଡ୍ରୋନ ଜାମର ସିଷ୍ଟମ, ଆଡଭାନ୍ସ ରେଡିଓ ଫ୍ରିକ୍ୟୁଏନ୍ସିର ଶକ୍ତି ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରିଥିଲା । ପରେଡ ପରେ କର୍ତ୍ତବ୍ୟ ପଥରେ ବିଭିନ୍ନ ରାଜ୍ୟର 26ଟି ପ୍ରଜ୍ଞାପନ ମେଢ ପ୍ରଦର୍ଶନ ସହ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ ସାଜିଥିଲା । ସୁଦୃଶ୍ୟ ଓଡ଼ିଶା ପ୍ରଜ୍ଞାପନ ମେଢ ପ୍ରଦର୍ଶନ ସମୟରେ ଗ୍ୟାଲେରୀରେ ଉପସ୍ଥିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳିମାରି କଳାକାରଙ୍କୁ ଉତ୍ସାହିତ କରିଥିଲେ । ପ୍ରଜ୍ଞାପନ ମେଢରେ ମହିଳା ସଶକ୍ତିକରଣ, ସାମାଜିକ ଓ ଆର୍ଥିକ ଗତିବିଧିରେ ମହିଳାଙ୍କ ଭୂମିକାର ଝଲକ ଦେଖିବାକୁ ମିଳିଛି । 

କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ ପୂର୍ବରୁ ୱାର ମେମୋରିଆଲରେ ପହଞ୍ଚି ଦେଶପାଇଁ ପ୍ରାଣବଳି ଦେଇଥିବା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ପିଏମ ମୋଦି। ଏହି ଅବସରରେ ପିଏମଙ୍କ ସହ ଉପସ୍ଥିତ ଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ଅଧ୍ୟକ୍ଷ ଜେପି ନଡ୍ଡା ପତାକା ଉତ୍ତୋଳନ କରିଥିବାବେଳେ ନାଗପୁରରେ RSS ମୁଖ୍ୟାଳୟରେ ସରସଂଘଚାଳକ ମୋହନ ଭାଗବତ ଜାତୀୟ ପତାକା ଉତ୍ତୋଳନ କରି ଭାରତ ମାତାଙ୍କ ଜୟଗାନ କରିଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦେଶ ସ୍ୱାଧୀନତାର ଶତାବ୍ଦୀ ଆଡ଼କୁ ଅଗ୍ରସର ହୋଇ ଅମୃତ କାଳର ପ୍ରାରମ୍ଭିକ ପର୍ଯ୍ୟାୟ ଦେଇ ବିକାଶ ଦିଗରେ ଅଗ୍ରସର ହେଉଛି । 2047 ସୁଦ୍ଧା ବିକଶିକ ଭାରତ ସଂକଳ୍ପ ପୂରଣ ପାଇଁ ଭାଗିଦାର ସାଜିବାକୁ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି । ଦେଶ 75 ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବାବେଳେ ମୋଦି ସରକାରଙ୍କ ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ଏକ କ୍ରାନ୍ତିକାରୀ ପଦକ୍ଷେପ ବୋଲି କହି ପ୍ରଶଂସା କରିଛନ୍ତି ମହାମହିମ ରାଷ୍ଟ୍ରପତି।

Sponsored
ସାଧାରଣତନ୍ତ୍ର ଦିବସ; ଶୋଭା ବଢ଼ାଇଲା ଓଡ଼ିଶାର ପ୍ରଜ୍ଞାପନ ମେଢ  | Argus English