Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କରୋନା କହର, ୨୪ ଘଣ୍ଟାରେ ୬ ମୃତ

National

କରୋନା କହର, ୨୪ ଘଣ୍ଟାରେ ୬ ମୃତ

Banajyotshna Ray
Browse all articles by Banajyotshna Ray
·2 years ago·1 min read
କରୋନା କହର, ୨୪ ଘଣ୍ଟାରେ ୬ ମୃତ

ଅର୍ଗସ ବ୍ୟୁରୋ:  ଦେଶରେ ପୁଣି କରୋନା ଭୟ । ଗଲା 24 ଘଣ୍ଟାରେ ଦେଶରେ କରୋନା ସଂକ୍ରମଣର ଜୀବନ ହାରିଛନ୍ତି ମୋଟ 6 ଜଣ ଆକ୍ରାନ୍ତ। କେରଳରୁ ତିନି ଜଣ, କର୍ଣ୍ଣାଟକରୁ 2 ଏବଂ ପଞ୍ଜାବରୁ ଜଣେ ଆକ୍ରାନ୍ତ ଜୀବନ ହାରିଛନ୍ତି। ସେପଟେ। ଗୋଆ, କେରଳ ଓ ମହାରାଷ୍ଟ୍ରରେ ତୀବ୍ର ବେଗରେ କାୟା ମେଲାଉଛି କୋରୋନାର ସବ୍ ଭାରିଆଣ୍ଟ JN.1। ଦେଶରେ ଗଲା 24 ଘଣ୍ଟାରେ ମୋଟ 358 ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କେବଳ କେରଳରେ ଚିହ୍ନଟ ହୋଇଛନ୍ତି 300 ନୂଆ ସଂକ୍ରମିତ। ଏଥିସହ ଦେଶରେ ଆକ୍ଟିଭ୍ କେସ ସଂଖ୍ୟା 2669ରେ ପହଞ୍ଚିଛି।

ସେପଟେ କର୍ଣ୍ଣାଟକ ପରେ ଚଣ୍ଡିଗଡ଼ରେ ଫେରିଲା ମାସ୍କ । ଭାରତରେ ନୂଆ କରୋନା ଭାରିଏଣ୍ଟର ୨୧ ରୋଗୀ ଚିହ୍ନଟ ହେବା ପରେ କଟକଣା ପୁଣି ଫେରିଛି। ଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । JN.1କୁ ଓମିକ୍ରନର ଭାରିଆଣ୍ଟ ବୋଲି କହିଛି WHO । ଯାହାକୁ ନେଇ ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ନିଆଯାଉଛି ।  ଗତକାଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ମଧ୍ୟ ସଂକ୍ରମଣ ରୋକିବା ଦିଗରେ ଆଲୋଚନା ହୋଇଛି। ସେପଟେ କେରଳ ଓ କର୍ଣ୍ଣାଟରେ ସୀମିତ ନାହିଁ କରୋନାର ଏହି ନୂଆ ଭାରିଏଣ୍ଟ। 18 ରାଜ୍ୟକୁ ଏହି ସଂକ୍ରମଣ ବ୍ୟାପିଥିବା ଖବର ସାମ୍ନାକୁ ଆସିଛି।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
6 dead in corona positive | Argus English