|
logo
Live

Argus News - ମହାଦେବ ବେଟିଂ ଆପର ହାତ ଥିବା ନେଇ ଇଡି ପାଇଛି ଲିଙ୍କ୍, ପାଞ୍ଚ କୋଟି ଟଙ୍କା ଜବତ

National

ମହାଦେବ ବେଟିଂ ଆପର ହାତ ଥିବା ନେଇ ଇଡି ପାଇଛି ଲିଙ୍କ୍, ପାଞ୍ଚ କୋଟି ଟଙ୍କା ଜବତ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ମହାଦେବ ବେଟିଂ ଆପର ହାତ ଥିବା ନେଇ ଇଡି ପାଇଛି ଲିଙ୍କ୍, ପାଞ୍ଚ କୋଟି ଟଙ୍କା ଜବତ

ଅର୍ଗସ ବ୍ୟୁରୋ:  ଛତିଶଗଡ଼ରେ ପ୍ରଥମ ଚରଣ ବିଧାନସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବା ବେଳେ ବଡ଼ ଧରଣର ଅର୍ଥ କାରବାରର ପର୍ଦ୍ଦାଫାସ୍ କରିଛି ଇଡି। ଏହି ଅର୍ଥ କାରବାର ପଛରେ ଚର୍ଚ୍ଚିତ ମହାଦେବ ବେଟିଂ ଆପର ହାତ ଥିବା ନେଇ ଇଡି ପାଇଛି ଲିଙ୍କ୍। ଏହି ମାମଲାରେ ପାଞ୍ଚ କୋଟି ଟଙ୍କା ଜବତ ହୋଇଛି। ନିର୍ବାଚନରେ ଟଙ୍କା ଲଗାଇବାକୁ ୟୁଏଇରୁ ବେଆଇନ ଭାବେ ଛତିଶଗଡ଼ ଆସୁଥିଲା ଟଙ୍କା। ଏହି ଟଙ୍କା ଗୋଟିଏ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ପାଇଁ ଖର୍ଚ୍ଚ ହେବାକୁ ଥିବା ଇଡି ହାତରେ ଲାଗିଛି ପ୍ରମାଣ।

ବେଟିଂ ଆପର ପ୍ରମୋଟର ଏହି ଟଙ୍କା ପଠାଇଥିଲେ। ଇଣ୍ଟେଲିଜେନ୍ସ ଆଧାରରେ ଜଣେ ବ୍ୟକ୍ତିଙ୍କ ପିଛା କରିଥିଲା ଇଡି। ରାୟପୁରର ଏକ ହୋଟେଲରେ ଅଚାନକ ଚଢ଼ାଉ କରିବା ପରେ ସେହି ବ୍ୟକ୍ତିଙ୍କ ପାଖରୁ 3 କୋଟି 12 ଲକ୍ଷ ଟଙ୍କା ଜବତ କରିଥିଲା। ସେହି ବ୍ୟକ୍ତିଙ୍କୁ ମହାଦେବ ବେଟିଂ ଆପର ପ୍ରମୋଟର ଛତିଶଗଡ଼ ପଠାଇଥିବା ନେଇ ସେ ନିଜେ ଇଡି ନିକଟରେ ସ୍ୱୀକାର କରିଛି। ପରେ ବ୍ୟକ୍ତିଙ୍କ ସୂଚନା ଆଧାରରେ ଆଉ 1 କୋଟି 8 ଲକ୍ଷ ନଗଦ ଟଙ୍କା ଜବତ କରିଛି ଇଡି। ଏହି ମାମଲାରେ କିଛି ବେନାମି ଆକାଉଣ୍ଟ ମଧ୍ୟ ଇଡିର ନଜରକୁ ଆସିଛି।

ଏହି ବଡ଼ କେଳେଙ୍କାରୀ ପଛରେ କେହି ସରକାରୀ ଅଫିସରଙ୍କ ହାତ ଥିବା ସନ୍ଦେହ କରୁଛି ଇଡି। ଆଗାମୀ ନିର୍ବାଚନକୁ ପ୍ରଭାବିତ କରିବାକୁ ଏହି ଟଙ୍କା ଖେଳର ବେଳହୁଁ ପର୍ଦ୍ଦାଫାସ ହେବା ପରେ ଜାତୀୟ ରାଜନୀତିରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ବେଆଇନ ଭାବେ ସାଧାରଣ ଲୋକଙ୍କୁ ଠକି ଦିନକୁ 200 କୋଟିର ଲାଭ କରୁଥିବା ମହାଦେବ ବେଟିଂ ଆପ ଉପରେ ଇଡି ପୂର୍ବରୁ ମଧ୍ୟ ଆକ୍ସନ ନେଇଛି। ଏହି ମାମଲାରେ ଅନେକ ବଡ଼ ବଡ଼ ନେତା ଓ ଅଭିନେତା ଯେମିତିକି ରନବୀର କପୁର, ଶ୍ରଦ୍ଧା କପୁର, କପିଲ ଶର୍ମାଙ୍କ ନାଁ ଆସିବା ପରେ ସମସ୍ତଙ୍କୁ ଜେରା କରିଛି ଇଡି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର:

Sponsored
ମହାଦେବ ବେଟିଂ ଆପର ହାତ ଥିବା ନେଇ ଇଡି ପାଇଛି ଲିଙ୍କ୍, ପାଞ୍ଚ କୋଟି ଟଙ୍କା ଜବତ | Argus English