Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କାଲି ବାହାରିବ 4 ରାଜ୍ୟ ବିଧାନସଭା ନିର୍ବାଚନ ଫଳ  

National

କାଲି ବାହାରିବ 4 ରାଜ୍ୟ ବିଧାନସଭା ନିର୍ବାଚନ ଫଳ  

Manini Pattanayak
Browse all articles by Manini Pattanayak
·2 years ago·2 min read
କାଲି ବାହାରିବ 4 ରାଜ୍ୟ ବିଧାନସଭା ନିର୍ବାଚନ ଫଳ  

ନୂଆଦିଲ୍ଲୀ:  କାଲି ଆସିବ ସେମିଫାଇନାଲ ଫଳ । 4 ରାଜ୍ୟ ବିଧାନସଭା ନିର୍ବାଚନ ଫଳ କାଲି ବାହାରିବ ।  ମଧ୍ୟ ପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲଙ୍ଗାନାରେ କିଏ ଗଢ଼ିବ ସରକାର । ରେଜଲ୍ଟରୁ ହେବ ପରିସ୍କାର । ଏକଜିଟ୍ ପୋଲରେ ରାଜସ୍ଥାନରୁ ସରିବ କଂଗ୍ରେସ ରାଜ, ବିଜେପିର ହେବ ଏଣ୍ଟ୍ରି, ଏମ୍‌ପିରେ କ୍ଷମତା ବଜାୟ ରଖିବ ବିଜେପି । ତେଲଙ୍ଗାନା ଓ ଛତିଶଗଡ଼ରେ କଂଗ୍ରେସର ପଲା ଭାରି । ମଧ୍ୟ ପ୍ରଦେଶରେରେ ବିଜେପି, ରାଜସ୍ଥାନରେ ଆର୍ ପାର୍ ।  

ରାଜସ୍ଥାନ ରାଜନୀତିର ସବୁଠୁ ବିତର୍କିତ ରାଜ୍ୟ । ଯେଉଁଠାରେ ପ୍ରତି ପାଞ୍ଚ ବର୍ଷରେ ଥରେ ବଦଳେ ସରକାର । ସେଥିପାଇଁ ଏଥର ବିଜେପି ସରକାର । ଗୁଜରାଟ ପରି ମଧ୍ୟ ପ୍ରଦେଶରେ ମଧ୍ୟ ବିଜେପିର ବିକାଶ ମଡେଲ୍ ସବୁବେଳ ଥାଏ ଚର୍ଚ୍ଚାରେ । ଏଥର ଚର୍ଚ୍ଚା ଏକଜିଟ୍ ପୋଲର ଆକଳନ ବିଜେପି କେବଳ ୧୮ ବର୍ଷ ପରେ ବି ନିଜ କବଜାରେ ରଖିବନି ବରଂ ବରଂ ରେକର୍ଡ ଭାଙ୍ଗି ସର୍ବାଧିକ ଆସନ ହାତେଇବ  । କଂଗ୍ରେସର ମଧ୍ୟ ପ୍ରଦେଶରେ ସରକାର ଗଢ଼ିବା ଦାବି ପମ୍ପଚର ହେବା  ନିଶ୍ଚିତ ବୋଲି ଏକଜିଟ୍ ପୋଲର ଆକଳନ କହୁଛି । 

ଛତିଶଗଡ଼ରେ ଯଦିଓ କଂଗ୍ରେସ ସରକାର ନେଇ ଏକଜିଟ୍ ପୋଲ୍ ଆକଳନ କରାଯାଇଛି ତଥାପି କଂଗ୍ରେସର କମବ୍ୟାକର ଜୋରଦାର ପ୍ରଚେଷ୍ଟା ଭିତରେ ବିଜେପି-କଂଗ୍ରେସର ହୋଇଛି ଘମାଘୋଟ ଲଢ଼େଇ । ଗତଥର ଅପେକ୍ଷା ବିଜେପିର ଭୋଟ୍ ପ୍ରତିଶତ ଅଭୂତପୂର୍ବ ଭାବେ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି । ଶାସନରେ ଥାଇ ବି ଲଢ଼େଇରେ କଂଗ୍ରେସ-ବିଜେପି ମଧ୍ୟରେ କାଣ୍ଟେ କା ଟକ୍କର ହୋଇଥିବା ଅଧିକାଂଶ ଏକଜିଟ୍ ପୋଲ୍ ଆକଳନ କରିଛନ୍ତି । ସେପଟେ ତେଲଙ୍ଗାନାରେ ବିଆରଏସକୁ ମାତ୍ ଦେଇ କଂଗ୍ରେସ ସର୍ବାଧିକ ଆସନ ହାତେଇବା ନେଇ ଆକଳନ କରାଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥର ସବୁ ଏକଜିଟ୍ ପୋଲର ଭିନ୍ନ ଭିନ୍ନ ଆକଳନ ଅନେକଙ୍କ ମଧ୍ୟରେ ସସପେନ୍ସ ବଢ଼ାଇଛି । ହେଲେ ଆଗାମୀ ୧୮ ଘଣ୍ଟା ମଧ୍ୟରେ ଚାରିଟି ଯାକ ରାଜ୍ୟର ପିକଚର୍ କ୍ଲିଅର ହୋଇଯିବ । କଂଗ୍ରେସର ସ୍ଥାନୀୟ ନେତାଙ୍କ ଦବଦବା ରହୁଛି କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହେବ । ଏସବୁ ଭିତରେ ବିଜେପି ସଙ୍ଗଠନକୁ ଆହୁରି ସଶକ୍ତ କରି ୨୪ ଫାଇନାଲକୁ ଓହ୍ଲାଇବ । ସେଥିପାଇଁ ଆମ ପ୍ରତିନିଧିମାନେ ବି ହାଇଦ୍ରାବାଦରୁ ଜୟପୁର, ଭୋପାଳରୁ  ରାୟପୁର ସବୁଠୁ ଆପଣଙ୍କୁ ଟିକିନିଖି ଅପଡେଟ୍ ଦେବା ପାଇଁ ଅର୍ଗସ ବି ତୟାର  ।

ଅଧିକ ପଢନ୍ତୁ  ଭାରତ ଖବର 

Sponsored
4 state assembly election results will be out tomorrow | Argus English