Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ତୃତୀୟ ଟି-ଟ୍ବେଣ୍ଟି ମ୍ୟାଚ ; ସଂଘର୍ଷ କରି ହାରିଲା ଭାରତ

National

ତୃତୀୟ ଟି-ଟ୍ବେଣ୍ଟି ମ୍ୟାଚ ; ସଂଘର୍ଷ କରି ହାରିଲା ଭାରତ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ତୃତୀୟ ଟି-ଟ୍ବେଣ୍ଟି ମ୍ୟାଚ ; ସଂଘର୍ଷ କରି ହାରିଲା ଭାରତ

ଅର୍ଗସ ବ୍ୟୁରୋ : ସଂଘର୍ଷ କରି ହାରିଲା ଭାରତ। ତୃତୀୟ ଟି-ଟ୍ବେଣ୍ଟିରେ ଅଷ୍ଟ୍ରେଲିଆର ରୋମାଞ୍ଚକର ବିଜୟ। ଶେଷ ବଲରେ ଜିତିଲା କଙ୍ଗାରୁ ଦଳ। ପୁଣି ଥରେ ନିଜ ଦଳ ପାଇଁ ଚମିକିଲେ ଗ୍ଲେନ୍ ମାକ୍ସୱେଲ୍। 48 ରନରୁ 104 ରନ୍ କରି ମାକ୍ସୱେଲ୍ ଭାରତ ମୁହଁରୁ ଛଡ଼ାଇ ନେଲେ ବିଜୟ। ଭାରତ ବିରୋଧରେ 5 ମ୍ୟାଚ୍ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜର ତୃତୀୟ ମ୍ୟାଚରେ ଅଷ୍ଟ୍ରେଲିଆ 5 ୱିକେଟରେ ରୋମାଞ୍ଚକର ବିଜୟ ହାସଲ କରିଛି।

ଅଧିକ ପଢନ୍ତୁ : ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ, ଗୁଆହାଟୀର ବର୍ଷାପଡ଼ା ଷ୍ଟାଡିୟମ୍‌ରେ ଖେଳାଯିବ ମ୍ୟାଚ୍‌

ମ୍ୟାଚର ହିରୋ ପାଲଟିଲେ ଗ୍ଲେନ୍ ମାକ୍ସୱେଲ୍। ଯିଏ 48 ବଲରୁ ଅପରାଜିତ 104 ରନର ଇନିଂସ ଖେଳି ପୁରା ବାଜି ଓଲଟାଇ ଦେଲେ। ଗୌହାଟିରେ ଖେଳାଇଯାଇଥିବା ମ୍ୟାଚରେ ଟସ୍ ଜିତି ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ। ଓପନର ଋତୁରାଜ ଗାଏକୱାଡ଼ଙ୍କ ବିସ୍ଫୋରକ ଶତକ ବଳରେ ଭାରତ 222 ରନର ବିଶାଳ ସ୍କୋର କରିଥିଲା। 5 ମ୍ୟାଚ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ଭାରତ ଜିତିଥିବାବେଳେ ଅଷ୍ଟ୍ରେଲିଆ ଆଜିର ବିଜୟ ସହ ନିଜର ଦାବି କାଏମ ରଖିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
3rd T20I match; India struggled and lost | Argus English