Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସଂସଦରେ ଆତଙ୍କବାଦୀ ଆକ୍ରମଣକୁ୨୨ ବର୍ଷ, ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପିଏମ୍

National

ସଂସଦରେ ଆତଙ୍କବାଦୀ ଆକ୍ରମଣକୁ୨୨ ବର୍ଷ, ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପିଏମ୍

Smruti Parija
Browse all articles by Smruti Parija
·2 years ago·1 min read
ସଂସଦରେ ଆତଙ୍କବାଦୀ ଆକ୍ରମଣକୁ୨୨ ବର୍ଷ, ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପିଏମ୍

ଅର୍ଗସ ବ୍ୟୁରୋ: ସଂସଦରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ପୁରିଲା ୨୨ ବର୍ଷ । ସହିଦଙ୍କ ବଳିଦାନକୁ ମନେ ପକାଉଛି ସାରା ଦେଶ । ଏହି ଆକ୍ରମଣରେ ସହିଦ ହୋଇଥିବା ବୀର ଯବାନଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି । ସଂସଦ ଭବନ ପରିସରରେ ପହଞ୍ଚି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।  

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସହିଦଙ୍କ ପରିବାର ଲୋକଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ମୋଦି । ପ୍ରଧାନମନ୍ତ୍ରୀଙ୍କ ସମେତ ଲୋକସଭା ବାଚସ୍ପତି ଓମ୍ ବିର୍ଲା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଶ୍ରଦ୍ଧାଞ୍ଜଳି ଦେବା ସହ ସହିଦଙ୍କ ଉଦ୍ଦେଶ୍ୟରେ ଏକ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା ।
 

Sponsored
22-years-after-terror-attack-in-parliament-pm-pays-tribute-to-veer-javan | Argus English