ଅଟୋମୋବାଇଲ ବିକ୍ରିରେ ୨୧ ପ୍ରତିଶତ ବୃଦ୍ଧି
·2 years ago

ଅର୍ଗସ ବ୍ୟୁରୋ: ଅଟୋମୋବାଇଲ ବିକ୍ରିରେ ୨୧ ପ୍ରତିଶତ ବୃଦ୍ଧି। ଫେଡେରେସନ ଅଫ ଅଟୋମୋବାଇଲ ଡିଲର୍ସ ଆସୋସିଏସନ ଜାରି କରିଥିବା ରିପୋର୍ଟ ମୁତାବକ ଡିସେମ୍ବର ମାସରେ ଅଟୋମୋବାଇଲ ବିକ୍ରିରେ ଏହି ଅବିବୃଦ୍ଧି ଘଟିଛି । ଏଥିରେ ସମସ୍ତ ସେଗମେଣ୍ଟରେ ମଜବୁତ୍ ପ୍ରଦର୍ଶନ ଦେଖିବାକୁ ମିଳିଛି । ବିଶେଷ କରି ୨ ଚକିଆ ଯାନ ବିକ୍ରି ଡିସେମ୍ବର ମାସରେ ୨୮ ପ୍ରତିଶତ ବୃଦ୍ଧି ପାଇଛି ।
ସେହିଭଳି ୩ ଚକିଆ ଯାନର ବିକ୍ରି ୩୬ ପ୍ରତିଶତ ବୃଦ୍ଧି ପାଇଛି । ଏହା ବ୍ୟତୀତ ଟ୍ରାକ୍ଟର ଓ କମର୍ସିଆଲ ଗାହି ବିକ୍ରି କ୍ରମଶ ୦.୨ ପ୍ରତିଶତ ଓ ୧.୩ ପ୍ରତିଶତ ବୃଦ୍ଧି ପାଇଛି। ଦେଶରେ ଶିଳ୍ପର ବିକାଶ ଓ ଶିଳ୍ପ ଭିତ୍ତିଭୂମିର ବିକାଶ କାରଣରୁ ଛୋଟ ବଡ କମର୍ସିଆଲ ଗାଡିଗୁଡିକର ବିକ୍ରି ବୃଦ୍ଧି ପାଇଛି ବୋଲି କୁହାଯାଉଛି ।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: