ଲୋକସଭାରୁ ୧୪ ଏବଂ ରାଜ୍ୟସଭାର ଜଣେ ସାଂସଦଙ୍କୁ ନିଲମ୍ବନ
·2 years ago

ଅର୍ଗସ ବ୍ୟୁରୋ: ୧୫ ସାଂସଦ ସସ୍ପେଣ୍ଡ । ସଂସଦରେ ହଙ୍ଗାମା ପାଇଁ ସସ୍ପେଣ୍ଡ ହେଲେ ୧୫ ସାଂସଦ। ଲୋକସଭାରୁ ୧୪ ଜଣ ଏବଂ ରାଜ୍ୟସଭାର ଜଣେ ସାଂସଦଙ୍କୁ ନିଲମ୍ବନ କରାଯାଇଛି । ସଂସଦର ସୁରକ୍ଷା ବ୍ୟବସ୍ଥାରେ ବଡ଼ ଧରଣର ତ୍ରୁଟିକୁ ନେଇ ବିରୋଧୀଙ୍କ ହଙ୍ଗାମା । ବିରୋଧୀଙ୍ଗ ହୋହାଲ୍ଲା ଭିତରେ ସୁରକ୍ଷାରେ ତ୍ରୁଟିକୁ ନେଇ ପ୍ରଥମ ଥର ପାଇଁ ସରକାର ପ୍ରତିକ୍ରିୟା ରଖିଛନ୍ତି ।
ସଂସଦରେ ବିବୃତି ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ସାଂସଦ ମାନେ ପାସ୍ ଇସ୍ୟୁ କରିବା ବେଳେ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି । ସେପଟ ଏହି ପ୍ରସଙ୍ଗରେ କାର୍ୟ୍ୟାନୁଷ୍ଠାନ ନିଆଯାଇଛି । ଏପରିକି ଗୃହରେ ବିରୋଧୀ ହଙ୍ଗାମା କରିବା ସହ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ଏହାରି ଭିତରେ ବାଚସ୍ପତି ଓମ ବିର୍ଲା ଗୃହକୁ ୨ଟା ଯାଏଁ ମୁଲତବୀ କରିଥିଲେ । ବଡଧରଣର ହଙ୍ଗାମା ହୋଇଥିଲା।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: