ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପରେ ପିଏମଙ୍କ ସମ୍ବୋଧନ

ଅର୍ଗସ ବ୍ୟୁରୋ : ଗର୍ଭଗୃହରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ବିଧି ସମାପନ ପରେ ମନ୍ଦିର ପ୍ରାଙ୍ଗଣରେ ସମବେତ ଅତିଥୀ ଓ ସାଧୁସନ୍ଥଙ୍କୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ପିଏମ କହିଥିଲେ ଆଜିର ଦିନ କେବଳ କ୍ୟାଲେଣ୍ଡରେ ଲେଖା ଏକ ତାରିଖ ନୁହେଁ କାଳ ଚକ୍ରର ସର୍ବାକାଳୀନ ସ୍ୟାହିରେ ଲେଖାଯାଇଥିବା ଏକ ଅଭୁଲା ସ୍ମୃତି। ଭାରତୀୟ ସମ୍ବିଧାନର ପ୍ରଥମ ପୃଷ୍ଠାରେ ଭଗବାନ ଶ୍ରୀରାମ ବିରାଜମାନ କରୁଛନ୍ତି କିନ୍ତୁ ସମ୍ବିଧାନ କାର୍ଯ୍ୟକାରୀ ହେବାର ଅବୁ ଦଶନ୍ଧି ପରଯାଏ ପ୍ରଭୁ ଶ୍ରୀରାମଙ୍କ ଅସ୍ତିତ୍ବକୁ ନେଇ ଆଇନର ଲଢେଇ ଚାଲିଲା । ପ୍ରଧାନମନ୍ତ୍ରୀ କହିଥିଲେ ମୁହଁ ନ୍ୟାୟପାଳିକାର କୃତଜ୍ଞତା ଜ୍ଞାପନ କରୁଛି ଯିଏ ନ୍ୟାୟର ଲାଜ ରଖିଦେଲେ ।
ଶ୍ରୀରାମ ମନ୍ଦିର ନିର୍ମାଣ ନୂଆ ଉର୍ଜ୍ଜାକୁ ଜନ୍ମ ଦେଇଛି। ରାମ ଉର୍ଜ୍ଜା ଅଟନ୍ତି, ରାମ ସମାଧାନ ବି ଅଟନ୍ତି। ରାଷ୍ଟ୍ର ଚେତନା ଜାଗ୍ରତ କରିବାରେ ସହାୟକ ହୋଇଛି ରାମ ନୀତି। ଶ୍ରୀରାମ ମନ୍ଦିର ରାଷ୍ଟ୍ର ଚେତନାର ମନ୍ଦିର। ରାମଲାଲାଙ୍କ ଭବ୍ୟ ମନ୍ଦିର ଆମକୁ ଯୋଡ଼ିଛି, ବିକଶିତ ଭାରତକୁ ଗତି ଦେଇଛି। ଅଗଣିତ କର ସେବକ, ସାଧୁସନ୍ଥଙ୍କ ନିକଟରେ ଏ ଦେଶ ଚିର ଋଣୀ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।
ଅଧିକ ପଢନ୍ତୁ : ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ଚରଣାମୃତ ପାନ କରି ୧୧ ଦିନିଆ ବ୍ରତ ଭାଙ୍ଗିଲେ ମୋଦୀ
📱 Get Argus News App
✨ପ୍ରଧାନମନ୍ତ୍ରୀଙ୍କ ସହ ପ୍ରାଣପ୍ରତିଷ୍ଠା ବିଧିରେ ସାମିଲ ହୋଇଥିବା ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଥିଲେ ପ୍ରଧାନମନ୍ତ୍ରୀଙ୍କ ତପ ଯୋଗୁଁ ମନ୍ଦିର ନିର୍ମାଣ ସମ୍ଭବ ହେଲା ଏବେ ଦେଶବାସୀଙ୍କ ତପ କରିବାକୁ ପଡ଼ିବ। ସନ୍ଥ ତୁଳସୀ ଦାସ ରାମଚରିତ ମାନସରେ ରାମରାଜ୍ୟର ଯେଉଁ ଚିତ୍ର ବର୍ଣ୍ଣନା କରିଛନ୍ତି ତାହା ବୁଝାଇଥିଲେ ମୋହନ ଭାଗବତ । ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜ ସମ୍ବୋଧନରେ କହିଥିଲେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ବହୁ , ସନ୍ଥ, ସନ୍ୟାସୀ, ବୁଦ୍ଧିଜୀବୀ, ବିଭିନ୍ନ ସମାଜର ଲୋକ ନିଜକୁ ସମର୍ପିତ କରିଛନ୍ତି ।
ମନ୍ଦିର ସେହିଠାରେ ବନିଛି ଯେଉଁଠାରେ ବନିବା ପାଇଁ ସଂକଳ୍ପ ନିଆଯାଇଥିଲା । ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ନ୍ୟାସର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ, କୋଷାଧ୍ୟକ୍ଷ ସ୍ବାମୀ ଗୋବିନ୍ଦ ଦେବ ଗିରି, ମହାସଚିବ ସମ୍ପତ ରାୟ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ଅବସରରେ ଏକ ଭବ୍ୟ, ଦିବ୍ୟ, ସଶକ୍ତ ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେବାକୁ ଦେଶବାସୀଙ୍କୁ ଆହ୍ବାନ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି ।