|
logo
Live

Argus News - ପୁଅର ଶବ ସହ ରହିବାକୁ ଚାହୁଁଥିଲା ସିଇଓ ମା', ଆଉ ୫ ଦିନ ବଢ଼ିଲା ରିମାଣ୍ଡ ଅବଧି

National

ପୁଅର ଶବ ସହ ରହିବାକୁ ଚାହୁଁଥିଲା ସିଇଓ ମା', ଆଉ ୫ ଦିନ ବଢ଼ିଲା ରିମାଣ୍ଡ ଅବଧି

Jitendra Dash
Browse all articles by Jitendra Dash
·2 years ago·1 min read
ପୁଅର ଶବ ସହ ରହିବାକୁ ଚାହୁଁଥିଲା ସିଇଓ ମା', ଆଉ ୫ ଦିନ ବଢ଼ିଲା ରିମାଣ୍ଡ ଅବଧି

ଅର୍ଗସ ବ୍ୟୁରୋ : କର୍ଣ୍ଣାଟକ ସିଇଓ ଗୋଆରେ ନିଜ ପୁଅକୁ ହତ୍ୟା କରିବା ଘଟଣା । ଅଭିଯୁକ୍ତ ସିଇଓ ସୂଚନା ସେଠର ରିମାଣ୍ଡ ଅବଧି ଆଉ ୫ ଦିନ ବୃଦ୍ଧି କରାଯାଇଥିବା ବେଳେ ପୋଲିସର ଜେରାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସୂଚନା ସେଠ ଗୋଆର ଏକ ଆପର୍ଟମେଣ୍ଟରେ ନିଜ ପୁଅକୁ ହତ୍ୟା କରି ଟାକ୍ସି ସାହାଯ୍ୟରେ ବ୍ୟାଗରେ ପୁଅର ଶବ ନେଇ କର୍ଣ୍ଣାଟକ ଚାଲିଯାଇଥିଲେ । 

ଅଧିକ ପଢନ୍ତୁ ଭାରତ ଖବର

ତେବେ ଜେରା ବେଳେ ଜଣାପଡ଼ିଛି ଯେ ଜାନୁଆରୀରେ ଦୁଇ ଥର ଗୋଆ ଆସିଥିଲେ ସୂଚନା । ସେହିପରି ନିଜ ପୁଅର ଶବ ନିଜ ଘରେ ରଖିବାକୁ ତାଙ୍କ ସହିତ ନେଇଯାଇଥିଲେ ବୋଲି ସେ କହିଛନ୍ତି । ଏକଥା ଶୁଣିବା ପରେ ପୋଲିସ ଜଣେ ସାଇକାଟ୍ରିଷ୍ଟଙ୍କ ଉପସ୍ଥିତରେ ସୂଚନାଙ୍କୁ ଜେରା କରିଥିବା ସୂଚନା ମିଳିଛି । ସୂଚନା ପୂର୍ବରୁ କହିଥିଲେ ସେ ତାଙ୍କ ସ୍ବାମୀଙ୍କୁ ଘୃଣା କରୁଥିବାରୁ ତାଙ୍କ ପୁଅକୁ ହତ୍ୟା କରିଥିଲେ । କାରଣ ତାଙ୍କ ସ୍ବାମୀଙ୍କ ଭଳି ଦେଖାଯାଉଥିଲା ତାଙ୍କ ପୁଅ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପୁଅର ଶବ ସହ ରହିବାକୁ ଚାହୁଁଥିଲା ସିଇଓ ମା', ଆଉ ୫ ଦିନ ବଢ଼ିଲା ରିମାଣ୍ଡ ଅବଧି | Argus English