Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦେଶରେ ନୂଆ ତୈଳ ଭଣ୍ଡାରର ସନ୍ଧାନ, ପ୍ରଥମ ଥର ବାହାରିଲା ତେଲ

National

ଦେଶରେ ନୂଆ ତୈଳ ଭଣ୍ଡାରର ସନ୍ଧାନ, ପ୍ରଥମ ଥର ବାହାରିଲା ତେଲ

Banajyotshna Ray
Browse all articles by Banajyotshna Ray
·2 years ago
ଦେଶରେ ନୂଆ ତୈଳ ଭଣ୍ଡାରର ସନ୍ଧାନ,  ପ୍ରଥମ ଥର ବାହାରିଲା ତେଲ

ଅର୍ଗସ ବ୍ୟୁରୋ: ଦେଶରେ ନୂଆ ତୈଳ ଭଣ୍ଡାରର ସନ୍ଧାନ । ବଙ୍ଗୋପସାଗର କୃଷ୍ଣା-ଗୋଦାବରୀ ବେସିନ କାକିନାଡା ଉପକୂଳଠାରୁ ୩୦ କିଲୋମିଟର ଦୂରରେ ତୈଳ ଭଣ୍ଡାର ଠାବ ସହ ପ୍ରଥମ ଥର ପାଇଁ ତେଲ ବାହାର କରାଯାଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦିପ ସିଂହ ପୁରୀ । ୨୦୧୬-୧୭ରେ ଏଠାରେ ତୈଳ ଖନନ କାର୍ଯ୍ୟ ଆରମ୍ଭ କରାଯାଇଥିଲା ।

କିନ୍ତୁ କୋଭିଡ ପାଇଁ ଏଥିରେ ବିଳମ୍ବ ହୋଇଛି । ତେବେ ଖୁବ କମ ସମୟରେ ଭାରତ ପ୍ରାକୃତିକ ଗ୍ୟାସ୍‌ ଉତ୍ପାଦନ କରିବା ସହ ଜୁନ୍ ସୁଦ୍ଧା ଦିନକୁ ୪୫ ହଜାର ବ୍ୟାରେଲ ଉତ୍ପାଦନ କରିବାରେ ସକ୍ଷମ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ଉତ୍ପାଦନ ଦେଶର ମୋଟ ଅଶୋଧିତ ତୈଳ ଉତ୍ପାଦନର ୭% ହେବ । ଏବଂ ଗ୍ୟାସ ଉତ୍ପାଦନର ମଧ୍ୟ ୭ ପ୍ରତିଶତ ହେବ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
“First oil extracted…30 kilometres off the coast of Kakinada in Krishna Godavari Basin | Argus English