Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମୋଦିଙ୍କ ଶାସନରେ ମହିଳାଙ୍କ ବିକାଶ : ଲୋକପ୍ରିୟ ଆଫ୍ରିକାନ-ଆମେରିକୀୟ ଗାୟିକା ମ୍ୟାରୀ ମିଲବେନ

National

ମୋଦିଙ୍କ ଶାସନରେ ମହିଳାଙ୍କ ବିକାଶ : ଲୋକପ୍ରିୟ ଆଫ୍ରିକାନ-ଆମେରିକୀୟ ଗାୟିକା ମ୍ୟାରୀ ମିଲବେନ

Jitendra Dash
Browse all articles by Jitendra Dash
·2 years ago·2 min read
ମୋଦିଙ୍କ ଶାସନରେ ମହିଳାଙ୍କ ବିକାଶ : ଲୋକପ୍ରିୟ ଆଫ୍ରିକାନ-ଆମେରିକୀୟ ଗାୟିକା ମ୍ୟାରୀ ମିଲବେନ

ଅର୍ଗସ ବ୍ୟୁରୋ : ଅନ୍ତର୍ଜାତୀୟ ସ୍ତରରେ ମୋଦିଙ୍କ ନେତୃତ୍ବକୁ ମିଳୁଛି ସମ୍ମାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନରେ ମହିଳାଙ୍କ ବିକାଶ, ବିଶ୍ବ ଅର୍ଥନୀତିରେ ସ୍ଥିରତା ଆଣିବାରେ ଭୂମିକା ଏବଂ ଭାରତ ଆମେରିକା ଭିତରେ ସୁଦୃଢ ହେଉଥିବା ଦ୍ବିପାକ୍ଷିକ ସମ୍ପର୍କକୁ ନେଇ ମୋଦି ସରକାରଙ୍କ କୂଟନୀତି ଏବଂ ନେତୃତ୍ବକୁ ପ୍ରଶଂସା କରିଛନ୍ତି ଲୋକପ୍ରିୟ ଆଫ୍ରିକାନ-ଆମେରିକୀୟ ଗାୟିକା ମ୍ୟାରୀ ମିଲବେନ । 

ଅଧିକ ପଢନ୍ତୁ ଭାରତ ଖବର

ସେ ଲେଖିଛନ୍ତି କି ମୁଁ ଭାରତକୁ ଭଲପାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳରେ ଭାରତକୁ ବୈଶ୍ବିକ ସ୍ତରରେ ମିଳିଛି ଦୃଢ ନେତୃତ୍ବ । ଯାହା ଭାରତୀୟଙ୍କ ସାମୁହିକ ଉନ୍ନତିର ବାଟ ଫିଟାଇଛି । ଏହା ବ୍ୟତୀତ ମୋଦିଙ୍କ କାର୍ଯ୍ୟକାଳରେ ମହିଳାଙ୍କୁ ମିଳୁଥିବା ଗୁରୁତ୍ବ ଏବଂ ନେତୃତ୍ବ ଯୋଗୁ ମହିଳା ବିକାଶ କ୍ଷେତ୍ରରେ ଭାରତ ବିଶ୍ବ ଦରବାରରେ ଉଦାହରଣ ସାଜିଛି । ସେପଟେ ବିଧାନସଭାରେ ମହିଳାଙ୍କ ପ୍ରତି ଅପମାନଜନକ ଶବ୍ଦ ବ୍ୟବହାର କରିବା ବିହାର ମୁଖ୍ୟମନ୍ତ୍ରୀଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଦେଶରେ ଜୋରଦାର ବିରୋଧର ସାମ୍ନା କରିବା ପରେ ଏବେ ଅନ୍ୟର୍ଜାତୀୟ ସ୍ତରରେ ସମାଲୋଚନାର ଶିକାର ହୋଇଛନ୍ତି ନୀତିଶ । ନିଜ ଟ୍ବିଟରେ ନୀତିଶଙ୍କ ଏହି ବୟାନ ମହିଳା ବିରୋଧୀ ବୋଲି କହି ସମାଲୋଚନା କରିଛନ୍ତି ମ୍ୟାରୀ ମିଲବେନ । ଏମିତିକି ଯଦି ସେ ଜଣେ ଭାରତୀୟ ହୋଇଥାନ୍ତେ ନୀତିଶଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥାନ୍ତେ ବୋଲି କହିବା ସହ ଏନେଇ ନୀତିଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେବା କଥା ବୋଲି ଲେଖିଛନ୍ତି । ଏମିତିକି ନିଜ ଟ୍ବିଟରେ ଶାହରୁଖଙ୍କ ସିନେମା ଜୱାନର ଏକ ଦୃଶ୍ୟର ଉଦାହରଣ ଦେଇ ଏଭଳି ନେତାଙ୍କୁ ଭୋଟିଂର କ୍ଷମତା ଦେଖାଇବାକୁ ସେ ସମସ୍ତ ଭାରତୀୟ ଏବଂ ବିହାରବାସୀଙ୍କୁ ଅପିଲ୍ କରିଛନ୍ତି ।

Sponsored
‘PM Modi is best’, says US singer Mary Millben, calls on ‘courageous’ woman to step up against Nitish Kumar | Argus English