୪୫୦ ବର୍ଷ ପୁରୁଣା ଶବରୁ ଆଜି ବି ଝରୁଛି ରକ୍ତ

ଅର୍ଗସ ବ୍ୟୁରୋ : ଦୁନିଆରେ ଏମିତି କିଛି ରହସ୍ୟ ଅଛି ଯାହାର ସମାଧାନ ଆଜି ପର୍ଯ୍ୟନ୍ତ ହୋଇପାରୁନି ଏବଂ ତାହା ଏବେ ବି ରହସ୍ୟ ଘେରରେ ରହିଛି।
ସେହି ରହସ୍ୟ ଗୁଡ଼ିକର ସମାଧାନ କରିବା ପାଇଁ ଅନେକ ଲୋକ ଚେଷ୍ଟା କରନ୍ତି କିନ୍ତୁ ସଫଳତା ବହୁତ୍ କମ୍ ଲୋକଙ୍କୁ ମିଳିଥାଏ। ଏହି ଭଳି ଏକ ରହସ୍ୟପୂର୍ଣ୍ଣ ସ୍ଥାନ ହେଉଛି ଗୋଆର ଏକ ଚର୍ଚ୍ଚ। ୪୫୦ ବର୍ଷରୁ ଏଠାରେ ଏକ ଶବ ରଖା ଯାଇଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ଉକ୍ତ ଶବ ଏପର୍ଯ୍ୟନ୍ତ ପଚିନି କି ସଢ଼ିନି ଆଉ ଆଜି ବି ଶବ ଦେହରୁ ରକ୍ତ ବାହାରୁଛି ଏବଂ ଜୀବନ୍ତ ଲୋକ ଭଳି ନଖ ମଧ୍ୟ ବଢୁଛି। ରିପୋର୍ଟ ଅନୁଯାୟୀ ଏହି ଶବ ହେଉଛି ଫ୍ରାନ୍ସିସ୍ ଜାଭିଅରଙ୍କର।
ଯେତେବେଳେ ଗୋଆରେ ପର୍ତ୍ତୁଗୀଜ ମାନଙ୍କର ଶାସନ ଚାଲିଥିଲା ସେତେବେଳେ ପର୍ତ୍ତୁଗୀଜ ମାନେ ତାଙ୍କୁ ସନ୍ଥ କରିଦେଇଥିଲେ। ତାପରେ ସିଏ ଭାରତରେ ଖ୍ରୀଷ୍ଟିଆନ ଧର୍ମର ପ୍ରଚାର ପ୍ରସାର କରିବା ଆରମ୍ଭ କରିଦେଇଥିଲେ। ନିଜର ଦାୟିତ୍ଵ ଭାରକୁ ସେ ବହୁତ୍ ନିଷ୍ଠାର ସହିତ ସମ୍ଭାଳି ଥିଲେ ଯେଉଁଥିପାଇଁ ଶେଷ ପର୍ଯ୍ୟନ୍ତ ତାଙ୍କୁ ବହୁତ୍ ଲୋକ ଅନୁସରଣ କରିଥିଲେ। ଖୁବ୍ କମ୍ ସମୟରେ ସେ ୫୨ଟି ରାଜ୍ୟରେ ନିଜ ଧର୍ମର ପ୍ରଚାର କରିପାରିଥିଲେ ଏବଂ ଲକ୍ଷ ଲକ୍ଷ ଲୋକଙ୍କୁ ଖ୍ରୀଷ୍ଟିଆନ ଧର୍ମ ଆଡକୁ ଢଳେଇବାରେ ସଫଳ ହେଇଥିଲେ। ସିଏ କେବଳ ଭାରତରେ ନୁହେଁ ଚୀନ ଆଉ ଜାପାନ ସହିତ ଅନ୍ୟ ଆଖ ପାଖ ଦେଶରେ ମଧ୍ୟ ନିଜ ଧର୍ମର ପ୍ରଚାର କରିଥିଲେ। କୁହାଯାଏ ତାଙ୍କର ମୃତ୍ୟୁ ଚୀନରେ ସମୁଦ୍ରରେ ଯାତ୍ରା କରୁଥବା ସମୟରେ ହୋଇଥିଲା ।ମରିବା ପୂର୍ବରୁ ସିଏ ତାଙ୍କ ଶିଷ୍ୟମାନଙ୍କୁ କହିଥିଲେ ଯେ ତାଙ୍କ ଶବକୁ ଗୋଆରେ ହିଁ ପୋତାଯାଉ। ୩ ଥର ତାଙ୍କ ଶବକୁ ପୋତାଯାଇଥିଲା କିନ୍ତୁ ସବୁ ଥର ସେମିତି ସତେଜ ଥିଲା ଯେମିତି ପ୍ରଥମ ଥର ପୋତିବା ସମୟରେ ଥିଲା । ଏହା ଦିବ୍ୟ ଶକ୍ତି ନୁହେଁ ତ ଆଉ କଣ ? ସେନ୍ଟ ଜାଭିଅରଙ୍କର ଶବକୁ ଦେଖିବା ପାଇଁ ପ୍ରତିବର୍ଷ ଖ୍ରୀଷ୍ଟମାସ ଦିନ ଦେଶ ବିଦେଶରୁ ବହୁତ୍ ଲୋକ ଉକ୍ତ ଚର୍ଚ୍ଚକୁ ଆସିଥାନ୍ତି।
ଅଧିକ ପଢ଼ନ୍ତୁ ଭାରତ ଖବର.