|
logo
Live

Argus News - ଜମ୍ମୁ-କାଶ୍ମୀର କୁପୱାଡାର ଶାରଦା ମନ୍ଦିରରେ ପାଳନ ହେଲା ଦୀପାବଳି

National

ଜମ୍ମୁ-କାଶ୍ମୀର କୁପୱାଡାର ଶାରଦା ମନ୍ଦିରରେ ପାଳନ ହେଲା ଦୀପାବଳି

Ritu Das
Browse all articles by Ritu Das
·2 years ago·1 min read
ଜମ୍ମୁ-କାଶ୍ମୀର କୁପୱାଡାର ଶାରଦା ମନ୍ଦିରରେ ପାଳନ ହେଲା ଦୀପାବଳି

ଅର୍ଗସ ବ୍ୟୁରୋ: ଦୀର୍ଘ ୭୫ ବର୍ଷ ପରେ ଜମ୍ମୁ-କାଶ୍ମୀର କୁପୱାଡାର ଶାରଦା ମନ୍ଦିରରେ ହେଲା ଦୀପାବଳି ପୂଜା । ଏହି ମନ୍ଦିର ପାକିସ୍ତାନ ଦଖଲ କରିଥିବା କାଶ୍ମୀରରେ ଅବସ୍ଥିତ । ଏଠାରେ ତୀର୍ଥଯାତ୍ରାକୁ ପୁନଃ ଆରମ୍ଭ କରିବା ପାଇଁ ଗତ ବର୍ଷ ପୂଜା କରାଯାଇଥିଲା । ତେବେ ୭୫ ବର୍ଷ ପରେ ଦୀପାବଳୀ ଅପସରରେ ଏଠାରେ ପୂଜା ହୋଇଥିବା କହିଛନ୍ତି ଶାରଦା ସମିତିର ମୁଖ୍ୟ ତଥା ପ୍ରତିଷ୍ଠାତା ରବୀନ୍ଦର ପଣ୍ଡିତା । 

ଶାରଦା ପୀଠ ହେଉଛି ମା' ସରସ୍ବତୀଙ୍କ କାଶ୍ମୀରୀ ନାମ । ଟିଟୱାଲ ଗାଁଠାରୁ ଏହା ୪୦ କିଲୋମିଟର ଦୂରରେ ରହିଛି । ଏହି ମନ୍ଦିରର ନବୀକରଣ କରାଯିବା ସହ ଚଳିତ ବର୍ଷ ମାର୍ଚ ୨୩ରେ ଏହାକୁ ଉଦଘାଟନ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବିଭାଜନ ପୂର୍ବରୁ ମନ୍ଦିର ଯେଉଁଠି ରହିଥିଲା ଠିକ ସେହି ସ୍ଥାନରେ ସମାନ ଢାଞ୍ଚାରେ ଏହାକୁ ନିର୍ମାଣ କରାଯାଇଛି । ନବରାତ୍ରୀ ସମୟରେ ଅମିତ ଶାହ ଏହାରେ ପୂଜା କରିବା ସହ ଏହି ମନ୍ଦିର ଉପତ୍ୟକାରେ ଶାନ୍ତି ଫେରାଇବାର ପ୍ରତୀକ ବୋଲି କହିଥିଲେ। 

ଅଧିକ ପଢ଼ନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଜମ୍ମୁ-କାଶ୍ମୀର କୁପୱାଡାର ଶାରଦା ମନ୍ଦିରରେ ପାଳନ ହେଲା ଦୀପାବଳି | Argus English