କାହାର ପାସପୋର୍ଟ କେତେ ପାୱାରଫୁଲ, ୮୦ ର୍ୟାଙ୍କରେ ରହିଛି ଭାରତର ପାସପୋର୍ଟ

ଅର୍ଗସ ବ୍ୟୁରୋ : କାହାର ପାସପୋର୍ଟ କେତେ ପାୱାରଫୁଲ । ପ୍ରକାଶ ପାଇଛି ହେନଲେ ପାସପୋର୍ଟ ଇଣ୍ଡେକ୍ସ । ଇଣ୍ଟରନ୍ୟାସନାଲ ଏୟାର ଟ୍ରାନ୍ସପୋର୍ଟ ଆସୋସିଏସନ ବା IATAର ତଥ୍ୟ ଅନୁସାରେରେ ଏହି ଇଣ୍ଡେକ୍ସ ପ୍ରକାଶ ପାଇଛି । ଏଥିରେ ୮୦ ର୍ୟାଙ୍କରେ ରହିଛି ଭାରତର ପାସପୋର୍ଟ । ଅର୍ଥାତ ଭାରତୀୟ ନାଗରିକଙ୍କୁ ୬୨ଟି ଦେଶକୁ ଭିସାମୁକ୍ତ ଅନୁମତି ରହିଛି । ଏହି ତାଲିକାରେ ଭାରତ ଏବଂ ଉଜବେକିସ୍ତାନ ୬୨ ର୍ୟାଙ୍କରେ ରହିଛନ୍ତି । ପଡୋଶୀ ପାକିସ୍ତାନ ୧୦୧ ର୍ୟାଙ୍କରେ ରହିଛି । ଅର୍ଥାତ ପାକିସ୍ତାନ ପାସପୋର୍ଟରେ ୩୬ଟି ଦେଶକୁ ବିନା ଭିସାରେ ପ୍ରବେଶ ଅନୁମତି ମିଳିବ । ପାସପୋର୍ଟ ଇଣ୍ଡେକ୍ସରେ ପ୍ରଥମ ଥର ପାଇଁ ୬ଟି ଦେଶ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।
ଅଧିକ ପଢନ୍ତୁ ବିଦେଶ ଖବର
ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ସିଙ୍ଗାପୋର ଏବଂ ସ୍ପେନର ର୍ୟାଙ୍କ ୧ ଥିବା ବେଳେ ଏହି ଦେଶ ଗୁଡ଼ିକର ପାସପୋର୍ଟରେ ୧୯୪ ଦେଶକୁ ବିନା ପ୍ରି-ଡିପାର୍ଚର ଭିସାରେ ଯାଇପାରିବେ ସେହି ଦେଶର ନାଗରିକ । ଏହି ତାଲିକାରେ ଦ୍ବିତୀୟ ସ୍ଥାନରେ ଫିନଲାଣ୍ଡ ଏବଂ ସ୍ବିଡେନ ସହିତ ଦକ୍ଷିଣ କୋରିଆ ଅଛି, ଯାହାର ପାସପୋର୍ଟ ୧୯୩ଟି ଗନ୍ତବ୍ୟ ସ୍ଥାନକୁ ଭିସା ମୁକ୍ତ ଯାତ୍ରା କରିବାକୁ ଅନୁମତି ଦେଇଥାଏ । ଏଥି ସହିତ ତୃତୀୟ ସ୍ଥାନରେ ଅଷ୍ଟ୍ରିଆ, ଡେନମାର୍କ, ଆୟର୍ଲାଣ୍ଡ ଏବଂ ନେଦରଲାଣ୍ଡ ଅଛି, ଏହି ଦେଶର ପାସପୋର୍ଟରେ ନାଗରିକମାନେ ୧୯୨ ଗନ୍ତବ୍ୟସ୍ଥଳକୁ ଭିସାମୁକ୍ତ ପ୍ରବେଶ କରିପାରିବେ ।
📱 Get Argus News App
✨୧୯୧ ଗନ୍ତବ୍ୟସ୍ଥଳକୁ ଭିସା ମୁକ୍ତ ପ୍ରବେଶ ସହିତ ବ୍ରିଟେନ ଚତୁର୍ଥ ସ୍ଥାନରେ ରହିଛି । ବ୍ରିଟେନ୍ ଗତ ବର୍ଷ ଷଷ୍ଠ ସ୍ଥାନରେ ରହିଥିଲା । ଏଥି ସହିତ ଦୁର୍ବଳ ପାସପୋର୍ଟ ତାଲିକାରେ ଆଫଗାନିସ୍ତାନ ଶୀର୍ଷରେ ଅଛି । ତେବେ ପାକିସ୍ତାନର ପାସପୋର୍ଟ ମଧ୍ୟ ଦୁର୍ବଳ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି । ଯୁଦ୍ଧ ପ୍ରଭାବିତ ସିରିଆ ଏବଂ ଇରାକର ପାସପୋର୍ଟ ଏହି ତାଲିକାରେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛି ।