Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ହିନ୍ଦୁ ଆସ୍ଥା ହିଁ ଏହି ଦୌଡ଼ରେ ସାମିଲ ହେବାକୁ ସ୍ୱତନ୍ତ୍ରତା ଓ ପ୍ରେରଣା ଦେଇଛି: ରାମାସ୍ୱାମୀ

International

ହିନ୍ଦୁ ଆସ୍ଥା ହିଁ ଏହି ଦୌଡ଼ରେ ସାମିଲ ହେବାକୁ ସ୍ୱତନ୍ତ୍ରତା ଓ ପ୍ରେରଣା ଦେଇଛି: ରାମାସ୍ୱାମୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ହିନ୍ଦୁ ଆସ୍ଥା ହିଁ ଏହି ଦୌଡ଼ରେ ସାମିଲ ହେବାକୁ ସ୍ୱତନ୍ତ୍ରତା ଓ ପ୍ରେରଣା ଦେଇଛି: ରାମାସ୍ୱାମୀ

ଅର୍ଗସ ବ୍ୟୁରୋ:  ଆମେରିକାର ରାଷ୍ଟ୍ରପତି ପଦ ପାଇଁ ଆଶାୟୀଙ୍କର ହିନ୍ଦୁତ୍ୱ ସମ୍ପର୍କରେ ବୟାନକୁ ନେଇ ଚର୍ଚ୍ଚା। ଆମେରିକାରେ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ଦୌଡ଼ରେ ସାମିଲ ଅଛନ୍ତି ଭାରତୀୟ ବଂଶୋଦ୍ଭବ ବିବେକ ରାମାସ୍ୱାମୀ ।ସେ କହିଛନ୍ତି ହିନ୍ଦୁ ଆସ୍ଥା ହିଁ ତାଙ୍କୁ ଏହି ଦୌଡ଼ରେ ସାମିଲ ହେବାକୁ ସ୍ବତନ୍ତ୍ରତା ଓ ପ୍ରେରଣା ଦେଇଛି। ରାମାସ୍ୱାମୀ ଆହୁରି କହିଛନ୍ତି ସେ ରାଷ୍ଟ୍ରପତି ହେଲେ ଏହି ମୂଲ୍ୟବୋଧକୁ ଅଗ୍ରାଧିକାର ଦେବେ, ଯାହା କୌଣସି ଧର୍ମ ମଧ୍ୟରେ ସୀମିତ ନୁହେଁ। ଏହା ଆମେରିକାରେ ଧାର୍ମିକ ଆସ୍ଥା, ପରିବାର, କଠିନ ପରିଶ୍ରମ ଓ ଦେଶଭକ୍ତିର ମୂଲ୍ୟବୋଧକୁ ମଜବୁତ କରିବ। ଶନିବାର ଆମେରିକାରେ ଆୟୋଜିତ ଦି ଫ୍ୟାମିଲି ଲିଡର ଫୋରମ ନାମକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହା କହିଛନ୍ତି ରାମାସ୍ୱାମୀ ।

ଜଣେ ଟେକ୍ନୋଲୋଜି ଉଦ୍ୟୋଗୀ 38 ବର୍ଷ ବୟସ୍କ ରାମାସ୍ୱାମୀ ଇସାୟୀ ଧର୍ମାବଲମ୍ବୀଙ୍କ ସାମ୍ନାରେ ନିଜର ହିନ୍ଦୁ ଆସ୍ଥା ସମ୍ପର୍କରେ ଆଲୋଚନା କଲେ, କହିଲେ କେମିତି ତାଙ୍କ ମଧ୍ୟରେ ଇସାୟୀ ଧର୍ମ ଭଳି ସମାନ ମୂଲ୍ୟବୋଧ ସୃଷ୍ଟି କରିଛି। ସେ କହିଲେ, ମୋ ଆସ୍ଥା ମୋତେ ସ୍ବାଧୀନତା ଦିଏ, ମୋ ଆସ୍ଥା କାରଣରୁ ହିଁ ମୁଁ ରାଷ୍ଟ୍ରପତି ପଦ ଦୌଡ଼ରେ ସାମିଲ ହେବାର ପ୍ରେରଣା ପାଇଛି। ମୁଁ ଜଣେ ହିନ୍ଦୁ ମୋର ବିଶ୍ବାସ ଯେ ଈଶ୍ବରଙ୍କ ଉପରେ ବିଶ୍ବାସ ଏକ ସତ୍ୟ। ଈଶ୍ବର ଆମକୁ ଏକ ଉଦ୍ଦେଶ୍ୟରେ ପଠାଇଛନ୍ତି। ଈଶ୍ବରଙ୍କ ଉଦ୍ଦେଶ୍ୟକୁ ସାକାର କରିବା ଆମର କର୍ତ୍ତବ୍ୟ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଦେଶ ଖବର ଆହୁରି ପଢନ୍ତୁ

Sponsored
Vivek Ramaswamy is an Indian-origin entrepreneur-turned-politician who is in the race for the 2024 Republican presidential nomination. | Argus English